ଫିଲ୍ମ‘୮୩’ ଟ୍ରେଲର ରିଲିଜ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ‘୮୩’କୁ ବେଶ ଉତ୍ସାହର ସହ ଦର୍ଶକ ଅପେକ୍ଷା କରିଛନ୍ତି। ତେବେ ଏହି ଫିଲ୍ମର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇ ଯାଇଛି। ଏଥିରେ ରଣବୀର ଭାରତୀୟ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ, ତାଙ୍କ ପତ୍ନୀ ଭୂମିକାରେ ଅଭିନେତ୍ରୀ ଦୀପିକା ପାଦୁକୋନ ନଜର ଆସିବେ । ଫିଲ୍ମଟି ଡିସେମ୍ବର ୨୪ରେ ସିନେମା ହଲ୍‌ରେ ରିଲିଜ୍‌ ହେବ।

ଏହାର ଟ୍ରେଲର ୩ ମିନିଟ ୪୭ ସେକେଣ୍ଡର ରହିଛି । ଏହାର ଟ୍ରେଲର ଦେଖିବା ପରେ ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଦେଖିବା ପାଇଁ ଦର୍ଶକଙ୍କ ଉତ୍ସାହ ଆହୁରି ବଢି ଯାଇଛି । ଏହି ଫିଲ୍ମଟି ହିନ୍ଦୀ, ତେଲୁଗୁ, ମାଲାୟାଲମ, କନ୍ନଡ, ତାମିଲ ଭାଷାରେ ରିଲିଜ୍‌ ହେବ ।

Share