ସାମ୍ନାକୁ ଆସିଲା ଫିଲ୍ମ ‘ଶକୁନ୍ତଳମ’ର ରିଲିଜ୍‌ ତାରିଖ

ମୁମ୍ବାଇ: ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଅପକମିଙ୍ଗ ଫିଲ୍ମ ‘ଶକୁନ୍ତଳମ’କୁ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ରାଜକୁମାରୀ ଭୂମିକାରେ ନଜର ଆସିବେ। ଏହା ଏକ ପୌରାଣିକ ଚଳଚ୍ଚିତ୍ର। ତେବେ ଫିଲ୍ମ‘ଶକୁନ୍ତଳମ’ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଏକ ଖୁସି ଖବର ଅଛି। ଫିଲ୍ମର ନୂଆ ପୋଷ୍ଟର ସହିତ ଏହାର ରିଲିଜ ତାରିଖ ଘୋଷଣା କରାଯାଇଛି। ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଫିଲ ପୋଷ୍ଟର ଶେୟାର କରି ଲେଖିଛନ୍ତି ଯେ, ଫେବୃୟାରୀ ୧୭ରେ ସିନେମା ହଲ୍‌ରେ ରିଲିଜ୍‌ ହେବ ‘ଶକୁନ୍ତଳମ’।

ଅଭିନେତ୍ରୀ ଫିଲ୍ମକୁ ନେଇ ପ୍ରମୋଶନ ଆରମ୍ଭ କରିଦେଇଛନ୍ତି। ଫିଲ୍ମଟି ତେଲୁଗୁ ବ୍ୟତିତ ତାମିଲ, କନ୍ନଡ, ମାଲାୟାଲମ, ହିନ୍ଦୀରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ଥ୍ରୀଡିରେ ମଧ୍ୟ ଉପଲବ୍ଧ ହେବ। କହିରଖୁଛୁ ଯେ ‘ଶକୁନ୍ତଳମ’ପୂର୍ବରୁ ନଭେମ୍ବର ୨୦୨୨ରେ ରିଲିଜ୍‌ ହୋଇଥାନ୍ତା ହେଲେ ନିର୍ମାତା ରିଲିଜ୍‌କୁ ସ୍ଥଗିତ ରଖିଥିଲେ।

‘ଶକୁନ୍ତଳମ’ଫିଲ୍ମ କାଲିଦାସଙ୍କ ଏକ ଲୋକପ୍ରିୟ ଭାରତୀୟ ନାଟକ ‘ଶକୁନ୍ତଳା’ ଉପରେ ଆଧାରିତ। ଅଭିନେତା ଦେବ ମୋହନ ଏହି ଫିଲ୍ମରେ ପୁର ରାଜବଂଶର ରାଜା ଦୁଶ୍ୟନ୍ତଙ୍କ ଭୂମିକାରେ ନଜର ଆସିବେ। ଏହା ବ୍ୟତିତ ଆଦିତ୍ୟ ବାଲାନ, ମୋହନ ବାବୁ, ସଚିନ ଖେଡେକର, ଗୌତମ,ଅନନ୍ୟା ନାଗାଲା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ।

Share