ଫିଲ୍ମ ‘ମେଜର’ର ରିଲିଜ୍‌ ତାରିଖ ଘୋଷଣା

ମୁମ୍ବାଇ: ଫିଲ୍ମ ମେଜର ମେ ୨୭ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ନେଇ ଘୋଷଣା ହୋଇଛି। ଆସନ୍ତା ଫେବୃଆରୀ ୧୧ରେ ଏହି ଫିଲ୍ମଟି ବଡ ପରଦାରେ ଆସିବାର ଥିଲା। ଦେଶର ବିଭିନ୍ନ ସ୍ଥାନରେ ସାମ୍ପ୍ରତିକ ପରିସ୍ଥିତି ଏବଂ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରିଲିଜ୍‌କୁ ସ୍ଥଗିତ ରଖାଯାଇଥିଲା। ଯେତେବେଳେ କୋଭିଡ୍‌ ପରିସ୍ଥିତିରେ ସୁଧାର ଆସିବ ଏହା ରିଲିଜ୍‌ ହେବ ବୋଲି ଫିଲ୍ମ ନିର୍ମାତା ଏକ ବିବୃତ୍ତିରେ କହିଥିଲେ। ଫିଲ୍ମକୁ ସାଶି କରଣ ଟିକ୍କା ନିର୍ଦ୍ଦେଶନା ଦେଇଛନ୍ତି। ଏହା ଏକାକାଳୀନ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଶୁଟିଂ କରାଯାଇଛି । ମେଜର ସନ୍ଦୀପ ଅନ୍ନିକୃଷ୍ଣନଙ୍କ ଏକ ଅବିସ୍ମରଣୀୟ କାହାଣୀ। ଏଥିରେ ତାଙ୍କ ପିଲାଦିନରୁ ମୁମ୍ବାଇ ଆକ୍ରମଣ ପର୍ଯ୍ୟନ୍ତ ପର୍ଯ୍ୟବେଶିତ ହୋଇଛି।

Share