ଘୁଞ୍ଚିଲା ଫିଲ୍ମ ‘ଜର୍ସି’ର ରିଲିଜ୍‌ ତାରିଖ

ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ର ରିଲିଜ ତାରିଖକୁ ନିର୍ମାତା ବଦଳାଇ ଦେଇଛନ୍ତି। ଫିଲ୍ମଟି ୧୪ ଏପ୍ରିଲରେ ରିଲିଜ୍‌ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ୨୨ ଏପ୍ରିଲରେ ରିଲିଜ୍‌ ହେବା ନେଇ ନିର୍ମାତା ନିଷ୍ପତ୍ତି ନେଇଛନ୍ତି।
କହିବାକୁ ଗଲେ, ଥାଲାପାଥି ବିଜୟଙ୍କ ‘ବିଷ୍ଟ’ ଏପ୍ରିଲ ୧୩ ରେ ଏବଂ ୟଶଙ୍କ ଫିଲ୍ମ ‘କେଜିଏଫ୍‌-୨’ ଏପ୍ରିଲ ୧୪ରେ ରିଲିଜ୍‌ ହେଉଛି। ଏହି ଦୁଇଟି ଫିଲ୍ମ ଜର୍ସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିଲା । ତେବେ ଏହାକୁ ଦୃଷ୍ଟିରେ ରଖି ଫିଲ୍ମର ରିଲିଜ୍‌ ତାରିଖ ଘୁଞ୍ଚାଇ ଦିଆଯାଇଛି । ଫିଲ୍ମ ଜର୍ସି ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଶାହିଦ ଏହି ଫିଲ୍ମରେ କ୍ରିକେଟର ଭୂମିକାରେ ଅଭିନୟ କରୁଛନ୍ତି।

Share