ବଦଳିଲା ବରୁଣ-ଜାହ୍ନବୀଙ୍କ ମୁଭି ‘ବୱାଲ’ର ରିଲିଜ ଡେଟ

ମୁମ୍ବାଇ: ବଲିଉଡର ଅପକମିଂ ମୁଭି ‘ବୱାଲ’ ସହ ବରୁଣ ଧୱନ ଓ ଜାହ୍ନବୀ କପୁରଙ୍କ ଯୋଡିକୁ ପ୍ରଥମଥର ଲାଗି ବଡ ପରଦାରେ ଦେଖିବାକୁ ମିଳିବ । ଏବେ ଏହି ମୁଭିକୁ ନେଇ ଅପଡେଟ ବି ସାମ୍ନାକୁ ଆସିଛି । ମୁଭି ପ୍ରଥମେ ୭ ଏପ୍ରିଲ ୨୦୨୩ରେ ସିନେମା ହଲରେ ରିଲିଜ ହେବାର ଥିଲା ।
ହେଲେ ବୁଧବାର ଅଭିନେତା ବରୁଣ ଧୱନ ଓ ପ୍ରଯୋଜକ ସାଜିଦ ନାଡିୟାଡୱାଲା ‘ବୱାଲ’ର ନୂଆ ରିଲିଜ ଡେଟ ଘୋଷଣା କରିଛନ୍ତି । ଏବେ ମୁଭି ୬ ଅକ୍ଟୋବର ୨୦୨୩ରେ ରିଲିଜ ହେବ । ବରୁଣ ଟୁଇଟ କରି ଏହି ଡେଟ ଶେୟାର କରିଛନ୍ତି । ବରୁଣ ଲେଖିଛନ୍ତି, ପ୍ରଥମଥର ଜାହ୍ନବୀ ମ୍ୟାମଙ୍କ ସହ କାମ କରିଛି, ସାଜିଦ ନାଡିୟାଡୱାଲା ଓ ନିତେଶ ତିୱାରୀ ସାରଙ୍କ ନ୍ୟାଶନାଲ ଆୱାର୍ଡ ୱିନିଂ ଟିମର ଭାଗିଦାର ହୋଇ ଉତ୍ସାହିତ ଅଛି ।
ସୂଚନାଯୋଗ୍ୟ, ବୱାଲର ଶୁଟିଂ ଗତବର୍ଷ ଶେଷ ହୋଇଛି । ମୁଭିର ଅଧିକାଂଶ ଭାଗ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ହୋଇଛି । ଇଣ୍ଡିଆ ବ୍ୟତୀତ ମୁଭି ପ୍ୟାରିସ, ଆମଷ୍ଟରଡର୍ମ, ଓ ପୋଲଣ୍ଡରେ କରାଯାଇଛି । ଏହି ମୁଭିରେ ଖୁବ ଆକ୍ସନ ଦେଖିବାକୁ ମିଳିବ ।

Share