ନଭେମ୍ବରରେ ରିଲିଜ ହେବ ଦୃଶ୍ୟମ ୨

ମୁମ୍ବାଇ: ଅଜୟ ଦେବଗନଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ଦୃଶ୍ୟମ ୨ ଖୁବଶୀଘ୍ର ସିନେମାହଲରେ ରିଲିଜ୍ ହେବାକୁ ଯାଉଛି । ହାଇଦ୍ରାବାଦରେ ଶୁଟିଂ ଶେଷ ହେବା ପରେ କିଛି ସମୟ ପୂର୍ବରୁ ଫିଲ୍ମର ମେକର୍ସ ପୋଷ୍ଟର ଜାରି କରି ରିଲିଜ୍ ଡେଟ ସମ୍ପର୍କରେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ୧୮ ନଭେମ୍ବରକୁ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ଦୃଶ୍ୟମ ୨ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅଜୟ ଦେବଗନ, ତବ୍ୱୁ, ଶ୍ରେୟା ଶରଣ ଓ ଇଶିତା ଦତ୍ତାଙ୍କ ବ୍ୟତୀତ ଏଥର ମୁଭିରେ ଅକ୍ଷୟ ଖାନ୍ନା ଓ ରଜତ କପୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଦୃଶ୍ୟମ ୨ ଭାୟାକମ ୧୮, ଗୁଲସନ କୁମାର, ଟି ସିରିଜ ଓ ପାନୋରମା ଷ୍ଟୁଡିଓ ପ୍ରେଜେଣ୍ଟ କରିବାକୁ ଯାଉଛନ୍ତି । ମୁଭିର ପ୍ରଡ୍ୟୁସର ଭୁଷଣ କୁମାର, କୁମାର ମଙ୍ଗତ ପାଠକ, ଅଭିଷେକ ପାଠକ, କୃଷ୍ଣା କୁମାର ରହିଛନ୍ତି । ସଞ୍ଜିବ ଯୋଶୀ, ଆଦିତ୍ୟ ଚୌକସି ଓ ଶିବ ଚନାନା ଏହାର କୋ ପ୍ରଡ୍ୟୁସର ରହିଛନ୍ତି ।
ଦୃଶ୍ୟମ ୨ରେ ମାଲୟାଲମ ସୁପଷ୍ଟାର ମୋହନଲାଲଙ୍କୁ ଦେଖିବାକୁ ମିଳିବ । ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ଅଜୟ ଦେବଗନ ଓ ତବ୍ୱୁ ନିଜ ଚରିତ୍ରକୁ ନୂଆ ଅନ୍ଦାଜରେ ଫ୍ୟାନ୍ସଙ୍କ ସାମ୍ନାରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହି ମୁଭିର ପ୍ରଥମ ଭାଗ ୨୦୧୫ରେ ଆସିଥିବା ବେଳେ ଏହାର ନିର୍ମାତା ଥିଲେ ନିର୍ଦ୍ଦେଶକ ସ୍ୱର୍ଗତ ନିଶିକାନ୍ତ କାମତ । ସେତେବେଳେ ମୁଭିକୁ ଭାୟକମ ୧୮ ପାନୋରମା ଷ୍ଟୁଡିଓଜ ଓ କୁମାର ମଙ୍ଗତଙ୍କ ସହ ମିଶି ପ୍ରଡ୍ୟୁସ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri