୩୩ ଦିନ ଚାଲିବ ରେଡ୍‌ ଡ୍ରପ୍‌ ମାରାଥନ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ର ସ୍ବେଚ୍ଛାସେବୀ ସଙ୍ଗଠନ ନିଷ୍ଠା ପରିବାର ପକ୍ଷରୁ ୨୦୨୫ ଜାନୁୟାରୀ ୧ତାରିଖରୁ ଫେବୃୟାରୀ ୨ତାରିଖ ପର୍ଯ୍ୟନ୍ତ ୩୩ ଦିନ ଧରି ରେଡ୍‌ ଡ୍ରପ୍‌ ମାରାଥନ୍‌ କରାଯିବ। ଜିଲାର ବିଭିନ୍ନ ସ୍ଥାନରେ ଶିବିର କରାଯାଇ ରକ୍ତ ସଂଗ୍ରହ କରାଯିବ ବୋଲି ସୋମବାର ବରଗଡ଼ ସାମ୍ବାଦିକ ସଂଘ ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଉକ୍ତ ସଙ୍ଗଠନର ଉପଦେଷ୍ଟା ଅଶ୍ୱିନୀ ତ୍ରିପାଠୀ ସୂଚନା ଦେଇ କହିଥିଲେ, ନିଷ୍ଠା ପରିବାର ସବୁବେଳେ ଅସହାୟ, ଦୁଃଖୀ, ନିରାଶ୍ରୟ ରୋଗୀଙ୍କ ସେବା ସହିତ ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ନିଷ୍ଠା ଜୀବନ ରେଖା ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଥିବାବେଳେ କରୋନା କାଳରେ ମଧ୍ୟ ଲୋକଙ୍କୁ ଯଥାସମ୍ଭବ ସେବା ଯୋଗାଇଥିଲା। ତେବେ ଆସନ୍ତା ନବବର୍ଷ ପହିଲାରୁ ନିଷ୍ଠା ପରିବାର ଅଭିନବ ରକ୍ତ ସଂଗ୍ରହ ଅଭିଯାନ ରେଡ୍‌ ଡ୍ରପ୍‌ ମାରାଥନ୍‌ କାର୍ଯ୍ୟକ୍ରମ ଆରମ୍ଭ କରିବ ଏବଂ ଆଗାମୀ ୨୫ତାରିଖ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହେବ। ସଙ୍ଗଠନ ସଭାପତି ରକ୍ଷପାଳ ସାହୁ କହିଥିଲେ, ୨୦୧୦ ଜୁନ ୧୪ତାରିଖରୁ ନିଷ୍ଠା ପରିବାର ଲୋକଙ୍କୁ ସେବା ଯୋଗାଇ ଆସୁଛି। ବିଭିନ୍ନ ପର୍ବପର୍ବାଣୀ, ଜନ୍ମଦିନ, ଶ୍ରାଦ୍ଧବାର୍ଷିକୀ ଆଦି କାର୍ଯ୍ୟକ୍ରମରେ ରକ୍ତଦାନ ଶିବିର କରାଯାଉଛି। ଏଭଳି କାର୍ଯ୍ୟକ୍ରମରେ ଦିନକୁ ଦିନ ରକ୍ତଦାନ ପାଇଁ ଲୋକଙ୍କ ଆଗ୍ରହ ବଢ଼ି ଚାଲିଛି। ତେବେ ରେଡ୍‌ ଡ୍ରପ୍‌ ମାରାଥନ୍‌ କାର୍ଯ୍ୟକ୍ରମ ଲୋକଙ୍କ ସେଭଳି ଆଗ୍ରହକୁ ଆହୁରି ଦ୍ୱିଗୁଣିତ କରିବ। ୩୩ଦିନର ରେଡ୍‌ ଡ୍ରପ୍‌ ମାରାଥନ କାର୍ଯ୍ୟକ୍ରମରେ ୮ଦିନ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏବଂ ଅନ୍ୟଦିନ ଗୁଡ଼ିକରେ ଜିଲାର ବିଭିନ୍ନ ଗ୍ରାମରେ ରକ୍ତଦାନ ଶିବିର ହେବ। ବରଗଡ଼, ବୁର୍ଲା, ପଦ୍ମପୁର ଏବଂ ସମ୍ବଲପୁର ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିବେ ବୋଲି ସଭାପତି ସାହୁ ସୂଚନା ଦେଇଥିଲେ। ଖବରଦାତା ସମ୍ମିଳନୀରେ ସଙ୍ଗଠନର ଅନ୍ୟତମ ଉପଦେଷ୍ଟା ସଚି ପଣ୍ଡା, ସମ୍ପାଦକ ଲୋକନାଥ ସାହୁ, କ୍ଷୀରୋଦ୍ର ସାହୁ, ମଦନ ମୋହନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri