ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟରେ କରୋନା ନେଲା ଆଉ ୨୧ ମୁଣ୍ଡ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଶନିବାର ରାଜ୍ୟରେ କରୋନା ଆଉ ୨୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି। ଏହି ୨୧ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲାରୁ ସର୍ବାଧିକ ୪ ଜଣ ଥିବା ବେଳେ ଅନୁଗୋଳ, ଭଦ୍ରକ, କଟକ ଓ ସୁନ୍ଦରଗ ଜିଲାରୁ ୨ ଜଣ ଲେଖାଏ ପ୍ରାଣ ହରାଇଛନ୍ତି। ସେହିପରି ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା କେନ୍ଦୁଝର, ଖୋର୍ଦ୍ଧା, ନୂଆପଡ଼ା ଓ ପୁରୀ ଜିଲାରୁ ଜଣେ ଲେଖାଏଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।