ରେକର୍ଡ ଭାଙ୍ଗିଲା ବିଦେଶୀ ପକ୍ଷୀଙ୍କ ଆଗମନ

ସମ୍ବଲପୁର,୧୧।୧(ବ୍ୟୁରୋ):  ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ସୋମବାର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବିଦେଶୀ ପକ୍ଷୀ ଆଗମନ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ୧୯ ନୂତନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି। ୧୦୪ ପ୍ରଜାତିର ମୋଟ ୨ ଲକ୍ଷ ୮ ହଜାର ପକ୍ଷୀ ଆସିଛନ୍ତି। ଗତବର୍ଷ ଅପେକ୍ଷା ୯୯ ହଜାର ୯୮୪ ପକ୍ଷୀ ଅଧିକ ଆସିଥିବା ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ହାରାକୁଦ ଜଳ ଭଣ୍ଡାରକୁ ଡିସେମ୍ବର ମାସରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଜାନୁୟାରୀ ୭ ତାରିଖରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଗଣନାରେ ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ମୋଟ ୧୫ ଟିମ୍‌ ଗଠନ କରାଯାଇଥିଲା। ପ୍ରତି ଟିମ୍‌ରେ ୨ ଜଣ ବନ କର୍ମଚାରୀଙ୍କ ସମେତ ଜଣେ ଏନ୍‌ଜିଓ କର୍ମଚାରୀ, ଜଣେ ଓୟୁଏଟି ଛାତ୍ର ରହିଥିଲେ। ଚିହ୍ନଟ ପକ୍ଷୀ ମଧ୍ୟରେ ଡକ୍‌ ପ୍ରଜାତିର ରେଡ୍‌ କ୍ରେଷ୍ଟେଟ ପୋଚାଡ, ଟୁଫେଡ ଡକ୍‌, ବ୍ରାମିନି ଡକ୍‌, ନରଦେନ ପିନଷ୍ଟେଲ, ୟୁରୋଏସିଆନ, ଏସିଆନ ୱିଗନ, ଏସିଆନ ଓପନବିଲ, ଗ୍ରେ ହୀରୋଜେନ, ପର୍ପଲ ହୀରୋଜେନ, କେଟେଲ ଗ୍ରେଡ, ଲିଟିଲ ଗ୍ରେଡ, ଇଣ୍ଟର ମିଡିଏଟ ରି-ଗ୍ରେଟ, ଇଣ୍ଡିଆନ ପଣ୍ଡ ହୀରେନ ପ୍ରଭୃତି ଆସିଥିବା ଚିହ୍ନଟ କରାଯାଇଛି। ୨୦୨୦ରେ ୮୨ ପ୍ରଜାତିର ୧ଲକ୍ଷ ୩୪ ହଜାର ପକ୍ଷୀ ଆସିଥିବା ଗଣନା କରାଯାଇଥିଲା। ସେହିପରି ୨୦୧୭ରେ ୫୭ ପ୍ରଜାତିର ୭୬ ହଜାର ୭୬୮, ୨୦୧୬ରେ ୬୦ ପ୍ରଜାତିର ୯୫ ହଜାର ୯୧୨, ୨୦୧୫ରେ ୬୪ ପ୍ରଜାତିର ୫୮ ହଜାର ୯୭, ୨୦୧୪ରେ ୫୪ ପ୍ରଜାତିର ୬୩ ହଜାର ୮୯୨, ୨୦୧୩ରେ ୬୦ ପ୍ରଜାତିର ୭୯ ହଜାର ୧୩୮ ବିଦେଶୀ ପକ୍ଷୀ ଆସିଥିବା ରିପୋର୍ଟ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ, ମିଲର୍ସଙ୍କୁ ଅନୁକମ୍ପା

ବରଗଡ଼ ଅଫିସ୍‌,୨୮।୧୨ ବରଗଡ଼ ଜିଲାରେ ଧାନ କିଣାବିକା ଅନିୟମିତତା ସାଧାରଣରେ ପରିଣତ ହୋଇଛି। ଧାନର ଅଭାବୀ ବିକ୍ରି, ମଲର୍ସଙ୍କ ମର୍ଜିରେ ଧାନକିଣା, ମଣ୍ଡିରେ କଟନୀଛଟନୀ ଭଳି...

ମାର୍ଚ୍ଚ ୨ରେ ସମବାୟ ସମିତିରେ ମୋ’ ସରକାର: ଯୋଡ଼ିହେବ ଏଆର୍‌ସିଏସ୍‌, ପ୍ୟାକ୍ସ, ଲ୍ୟାମ୍ପ୍ସ, ସିସିବି

ଯାଜପୁର ଅଫିସ,୧।୩: ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଜନସାଧାରଣଙ୍କ ସେବା ପାଇଁ ସବୁ ସରକାରୀ ଅନୁଷ୍ଠାନ ସୃଷ୍ଟି କରାଯାଇଛି। ସବୁ ସରକାରୀ କର୍ମଚାରୀ ଲୋକଙ୍କ ପାଇସାରୁ...

ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ୍‌,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, କେନ୍ଦ୍ର ମନ୍ତ୍ରୀ, ଭାଜପା ନେତା ଏବଂ ଅନ୍ୟମାନେ ତାଙ୍କୁ...

ପୌର ନିର୍ବାଚନ ପୂର୍ବରୁ ବିଜେଡିର ମିଶ୍ରଣ ପର୍ବ: ବିରୋଧୀଙ୍କୁ ପଡ଼ିବ ଭାରି

ଦେବଗଡ଼,୨୧।୩ (ଡି.ଏନ୍‌.ଏ.): ପୌର ନିର୍ବାଚନ ପୂର୍ବରୁ ଦେବଗଡ଼ ଜିଲାରେ ସୋମବାର ବିଜେଡିର ମିଶ୍ରଣ ପର୍ବ ହୋଇଛି। ଭାଜପା ଓ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ...

୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ:ଭାଗନେଲେ ୪ ଶହ ପ୍ରଶିକ୍ଷାର୍ଥୀ

ଡୁବୁରୀ/କଳିଙ୍ଗନଗର,୩୦-୮(ଡି.ଏନ୍‌.ଏ.)- ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ବେଷଣ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ ପକ୍ଷରୁ ଦାନଗଦୀ ନଡିଆଭଙ୍ଗା ପଞ୍ଚାୟତର ଶାଳିଜଙ୍ଗାଠାରେ ୩ ଦିନିଆ ଫୁଟବଲ ପ୍ରଶିକ୍ଷଣ ଶିବିର...

ନୂଆଖାଇ ପାଇଁ ନିର୍ଘଣ୍ଟ ହେଲା ଲଗ୍ନ

ସମ୍ବଲପୁର,୩୧।୮(ବ୍ୟୁରୋ): ସେପ୍ଟେମ୍ବର ୧୧ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିଲାଗି ମଙ୍ଗଳବାର ଶୁଭ ଲଗ୍ନ ନିର୍ଘଣ୍ଟ କରାଯାଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ୱାରା ଚଳିତ...

ଜନ୍ତୁ ଶିକାର ଲାଗି ଫାଶ ବିଛାବେଳେ ଧରାପଡିଲେ ଶିକାରୀ

ଦେବଗଡ, ୭।୫(ଡି.ଏନ.ଏ.):ଦେବଗଡ଼ ଜିଲା ଲକ୍ଷ୍ମୀପୁର ବିଟ୍‌ ଅଧୀନ ବାବାଜୀ ମଠ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜଣେ ଶିକାରୀଙ୍କୁ ଧରିଛି। ତାଙ୍କ ନିକଟରୁ ଗୋଟିଏ ଦେଶୀ...

୨୦୦ ଲିଟର ମହୁଲି ମଦ ଜବତ, ପୋଚ ନଷ୍ଟ

ଆର.ଉଦୟଗିରି,୨୫ା୪(ଡି.ଏନ.ଏ.)- ଆର୍‌.ଉଦୟଗିରି ଅବକାରୀ ବିଭାଗ ଓ ରାମଗିରି ଥାନା ପକ୍ଷରୁ ମିଳିତ ଭାବେ ରାମଗିରି ଥାନାର ସିନ୍ଦବା ଓ ବେଣିସାହିରେ ଚଢାଉ କରି ୨୦୦ ଲିଟର...

Advertisement
Archives

Model This Week