ରେକର୍ଡ ଭାଙ୍ଗିଲା ବିଦେଶୀ ପକ୍ଷୀଙ୍କ ଆଗମନ

ସମ୍ବଲପୁର,୧୧।୧(ବ୍ୟୁରୋ):  ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀ ଗଣନା ରିପୋର୍ଟ ସୋମବାର ହୀରାକୁଦ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ ଚଳିତବର୍ଷ ବିଦେଶୀ ପକ୍ଷୀ ଆଗମନ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। ୧୯ ନୂତନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି। ୧୦୪ ପ୍ରଜାତିର ମୋଟ ୨ ଲକ୍ଷ ୮ ହଜାର ପକ୍ଷୀ ଆସିଛନ୍ତି। ଗତବର୍ଷ ଅପେକ୍ଷା ୯୯ ହଜାର ୯୮୪ ପକ୍ଷୀ ଅଧିକ ଆସିଥିବା ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ହାରାକୁଦ ଜଳ ଭଣ୍ଡାରକୁ ଡିସେମ୍ବର ମାସରୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ଜାନୁୟାରୀ ୭ ତାରିଖରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଗଣନାରେ ସମ୍ବଲପୁର, ଝାରସୁଗୁଡ଼ା, ହୀରାକୁଦ ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ। ମୋଟ ୧୫ ଟିମ୍‌ ଗଠନ କରାଯାଇଥିଲା। ପ୍ରତି ଟିମ୍‌ରେ ୨ ଜଣ ବନ କର୍ମଚାରୀଙ୍କ ସମେତ ଜଣେ ଏନ୍‌ଜିଓ କର୍ମଚାରୀ, ଜଣେ ଓୟୁଏଟି ଛାତ୍ର ରହିଥିଲେ। ଚିହ୍ନଟ ପକ୍ଷୀ ମଧ୍ୟରେ ଡକ୍‌ ପ୍ରଜାତିର ରେଡ୍‌ କ୍ରେଷ୍ଟେଟ ପୋଚାଡ, ଟୁଫେଡ ଡକ୍‌, ବ୍ରାମିନି ଡକ୍‌, ନରଦେନ ପିନଷ୍ଟେଲ, ୟୁରୋଏସିଆନ, ଏସିଆନ ୱିଗନ, ଏସିଆନ ଓପନବିଲ, ଗ୍ରେ ହୀରୋଜେନ, ପର୍ପଲ ହୀରୋଜେନ, କେଟେଲ ଗ୍ରେଡ, ଲିଟିଲ ଗ୍ରେଡ, ଇଣ୍ଟର ମିଡିଏଟ ରି-ଗ୍ରେଟ, ଇଣ୍ଡିଆନ ପଣ୍ଡ ହୀରେନ ପ୍ରଭୃତି ଆସିଥିବା ଚିହ୍ନଟ କରାଯାଇଛି। ୨୦୨୦ରେ ୮୨ ପ୍ରଜାତିର ୧ଲକ୍ଷ ୩୪ ହଜାର ପକ୍ଷୀ ଆସିଥିବା ଗଣନା କରାଯାଇଥିଲା। ସେହିପରି ୨୦୧୭ରେ ୫୭ ପ୍ରଜାତିର ୭୬ ହଜାର ୭୬୮, ୨୦୧୬ରେ ୬୦ ପ୍ରଜାତିର ୯୫ ହଜାର ୯୧୨, ୨୦୧୫ରେ ୬୪ ପ୍ରଜାତିର ୫୮ ହଜାର ୯୭, ୨୦୧୪ରେ ୫୪ ପ୍ରଜାତିର ୬୩ ହଜାର ୮୯୨, ୨୦୧୩ରେ ୬୦ ପ୍ରଜାତିର ୭୯ ହଜାର ୧୩୮ ବିଦେଶୀ ପକ୍ଷୀ ଆସିଥିବା ରିପୋର୍ଟ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri