ଭିତରକନିକାରେ ୧୬ ବଉଳା କୁମ୍ଭୀର ବୃଦ୍ଧି

ରାଜନଗର, ୧୧।୧(ଡି.ଏନ.ଏ.):  ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ଗଣନା ଶେଷ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀରଙ୍କ ସଂଖ୍ୟାରେ ୧୬ ବଢ଼ିଥିବା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡ଼ିକରେ ୧୭୬୮ଟି ବଉଳା କୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୮୪କୁ ବୃଦ୍ଧିପାଇଛି। ଚଳିତବର୍ଷ ଭିତରକନିକାରେ କନିକା ରେଞ୍ଜର ପଟ୍ଟାପାରିଆ, ଖୋଳା ମୁହଁ, ବାଲିଯୋର, ମହିଁଷାମଡା, ଗୁପ୍ତି, ବାଉଁଶଗଡ ନଈ, ଅଙ୍ଗାରୀ କ୍ରିକ୍‌ ନିକଟରେ ୨୦ଫୁଟରୁ ଅଧିକ ବଉଳା କୁମ୍ଭୀରକୁ ବନ ବିଭାଗ ଗଣନା ଟିମ୍‌ ଗଣନା ସମୟରେ ଠାବ କରିଛି। ଏଥିସହ ଜୟନଗର-ଖୋଳା ମଝି ବାଲିପଠା, ଥାନପତି ମାଉଥ୍‌, ଗଞ୍ଜେଇଖିଆ, ଶୁଆଯୋର, ଗୋଧରାପାଳ, ଗୁମୁରା ଗାଁ ନିକଟରେ ୧୫ଫୁଟର ଇଙ୍ଗ କୁମ୍ଭୀର ଠାବ କରାଯାଇଛି ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। ଏଥିସହ ଚଳିତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀ, ନାଳରେ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା। ଗୋପାଳଜୀଉପାଟଣା, କାଳିଭଞ୍ଜଡିଆ, ଶାଗୁଣାଚର ଓ ଭିତରକନିକା ନଦୀରେ ଧଳା ବଡ କୁମ୍ଭୀର ସହିତ ଛୁଆ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା। ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ସବୁଠୁ ଅଧିକ ବୋଲି କୁହାଯାଉଛି।
ଚଳିତ ମାସ ୬ରୁ ୧୦ ତାରିଖ ଯାଏ ୫ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଛି। ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡ.ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ୍‌ କୁମ୍ଭୀର ଗଣନାରେ ସାମିଲ ହୋଇଥିଲେ। ଏହି ଗଣନା ସମୟରେ ୫୬୪ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍‌ ୨ ଫୁଟରୁ କମ ଲମ୍ବର କୁମ୍ଭୀର, ୩୭୮ଟି ବର୍ଷିକିଆ ଛୁଆ ଅର୍ଥାତ୍‌ ୨ରୁ ୩ ଫୁଟିଆ କୁମ୍ଭୀର, ୩୩୮ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍‌ ୩ରୁ ୬ ଫୁଟିଆ କୁମ୍ଭୀର, ୧୫୮ଟି ୪ରୁ ୫ ବର୍ଷର ଅର୍ଥାତ୍‌ ୬ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା। ଏଥିସହ ବଡ଼କୁମ୍ଭୀର ଅର୍ଥାତ୍‌ ୮ ଫୁଟରୁ ଅଧିକ ଲମ୍ବର ୩୪୬ଟି ଗଣନାବେଳେ ଠାବ କରାଯାଇଛି ବୋଲି ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ଭିତରକନିକା ବାହାରେ ଥିବା ନଦୀ, ନାଳଗୁଡିକରେ ଚଳିତବର୍ଷ ପ୍ରାୟ ୧୨୦ଟି କୁମ୍ଭୀର ଥିବା ଜଣାପଡିଛି। ଗଣନା ସମୟରେ କନିକା ରେଞ୍ଜ ଅଞ୍ଚଳରେ ସର୍ବାଧିକ ୧୪୦୯ଟି, ରାଜନଗର ରେଞ୍ଜରେ ୨୬୫ଟି, ମହାକାଳପଡା ରେଞ୍ଜରେ ୭୬ଟି, ଗହୀରମଥା ରେଞ୍ଜ ଅଞ୍ଚଳରେ ୩୪ଟି ବଉଳା କୁମ୍ଭୀର ଥିବା ଜଣାପଡିଛି। ଗତବର୍ଷଠାରୁ କନିକା, ରାଜନଗର, ଗହୀରମଥା ରେଞ୍ଜରେ କୁମ୍ଭୀର ସଂଖ୍ୟା ବଢ଼ିଥିବା ବେଳେ ମହାକାଳପଡ଼ା ରେଞ୍ଜରେ କୁମ୍ଭୀର ସଂଖ୍ୟା ସମାନ ରହିଛି। ସକାଳେ କୁମ୍ଭୀରମାନେ ଖରା ପୋଇଁବା ଅବସ୍ଥାରେ ଓ ସନ୍ଧ୍ୟାରେ ସ୍ପଟ୍‌ ଲାଇଟ୍‌ ମାଧ୍ୟମରେ ଗଣନା କରାଯାଇଥିଲା। ୧୯୭୬ ମସିହାଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି। ହୁଲି ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା ହୋଇଥିଲା। ଚଳିତବର୍ଷ ପ୍ରଥମଥର ପାଇଁ ପାରମ୍ପରିକ ପଦ୍ଧତି ସହ ପଲିଗନ ସର୍ଚ୍ଚ ଆପ୍‌ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା।

ପକ୍ଷୀ ଗଣନା ୧୨ରେ

ବିଦେଶାଗତ ପକ୍ଷୀଙ୍କର ଆଗମନରେ ଭିତରକନିକା ଜାତୀୟ ଉଦ୍ୟାନ ସମେତ ଆର୍ଦ୍ରଭୂମି ଏବେ ଚଳଚଞ୍ଚଳ ହୋଇଉଠିଛି। ଚଳିତବର୍ଷ ଆସିଥିବା ପକ୍ଷୀଙ୍କ ଗଣନା କାର୍ଯ୍ୟ ପାଇଁ ମଙ୍ଗଳବାର ପକ୍ଷୀ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ୧୨ ତାରିଖରେ ପକ୍ଷୀ ଗଣନା କରାଯିବ ବୋଲି ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। ଭିତରକନିକାରେ ପକ୍ଷୀ ଗଣନା ପାଇଁ ୧୬ଟି ଟିମ୍‌ ଗଠନ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନର ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଁଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁର ମୁହାଁଣ, ଲକ୍ଷ୍ମୀପ୍ରସାଦଡିଅଁା, କାଳିଭଞ୍ଜଡିଆଁ, ମଗରକନ୍ଦା, ଚିଞ୍ଚତ୍ରି ମାଉଥ, ଚିତଉକୋଲ୍ଲା, ଭିତରକନିକା ମାଉଥ, ଏକମାଣିଆ, ରାଜଗଡ ପ୍ରଭୃତି ଅଞ୍ଚଳରେ ଏହି ଗଣନା କାର୍ଯ୍ୟ କରାଯିବ। ପ୍ରତି ଟିମ୍‌କୁ ୱାକିଟକି, ବାଇନାକୁଲାର, ଜିପିଏସ, ଭିଏଚ୍‌ଏଫ୍‌ ପ୍ରଭୃତି ଯନ୍ତ୍ର ଯୋଗାଇ ଦିଆଯାଇଛି। କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ସେଞ୍ଚୁରିଆନ ୟୁନିଭର୍ସିଟି ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ପକ୍ଷୀ ଗଣନାରେ ସାମିଲ ପାଇଁ ରାଜନଗର ଡିଏଫ୍‌ଓଙ୍କୁ ଅନୁରୋଧ ପତ୍ର ଆସିଥିଲା। ପ୍ରଥମଥର ଲାଗି ଛାତ୍ରୀଛାତ୍ରଙ୍କୁ ପକ୍ଷୀ ଗଣନାରେ ସାମିଲ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri