ନକଲିକୁ ଧରିପାରୁନି ଅସଲି ପୋଲିସ

ବ୍ରହ୍ମପୁର ଅଫିସ,୧୭।୪: ବ୍ରହ୍ମପୁର ସହରରେ ନକଲି ପୋଲିସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ସେଲ୍ସଟ୍ୟାକ୍ସ ଛକରେ ଗତ ୩ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଥିଲା। ରାସ୍ତାରେ ଚାଲି ଚାଲି ଯାଉଥିବା ସୁଭଦ୍ରା ମିଶ୍ରଙ୍କୁ ପୋଲିସ ପରିଚୟ ଦେଇ ତାଙ୍କ ସୁନା ଗହଣା ଠକି ନେଇଥିଲେ। ଘଟଣାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଅସଲି ପୋଲିସ ଏଯାବତ ନକଲି ପୋଲିସକୁ କାବୁ କରିବାରେ ବିଫଳ ରହିଛି। ଅଯୋଧ୍ୟାନଗରରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମିଶ୍ର ସେଲ୍ସଟ୍ୟାକ୍ସ ଛକକୁ ଜେରକ୍ସ କରିବାକୁ ଆସିଥିବା ବେଳେ ଦୁଇ ଜଣ ଯୁବକ ନିଜକୁ ପୋଲିସ ପରିଚୟ ଦେଇ ଅଟକାଇ ଥିଲେ। ଆଗରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି, ତେଣୁ ସେ ପିନ୍ଧିଥିବା ସୁନା ଅଳଙ୍କାର ଖୋଲି ବ୍ୟାଗ ଭିତରେ ରଖିଦିଅନ୍ତୁ ବୋଲି ନକଲି ପୋଲିସ କହିଥିଲା। ଆଉ କୌଶଳକ୍ରମେ ସେହି ସୁନା ଅଳଙ୍କାର ତାଙ୍କଠାରୁ ଛଡାଇ ନେଇ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୁଭଦ୍ରାଙ୍କ ଅଭିଯୋଗକ୍ରମେ ବୈଦ୍ୟନାଥପୁର ପୋଲିସ ନଂ. ୧୦୧/୨୨ ରେ ଏକ ମାମଲା ରୁଜୁ କରିଥିଲା। ପରେ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରିଥିଲା।
ଆଜକୁ ପ୍ରାୟ ୩ ବର୍ଷ ତଳେ ନକଲି ପୋଲିସ ସହରର ବିଭିନ୍ନ ସ୍ଥାନରୁ ମହିଳା ଓ ପୁରୁଷଙ୍କୁ ଟାର୍ଗେଟ କରି ସେମାନଙ୍କର ଅଳଙ୍କାର ଲୁଟି ଫେରାର ହେବାରେ ସକ୍ଷମ ହେଉଥିଲା। ସେହି ସମୟରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଅସଲି ପୋଲିସ ନକଲି ପୋଲିସକୁ ଧରିବାରେ ବିଫଳ ହୋଇଥିଲା। ୨୦୧୮ ମାର୍ଚ୍ଚରୁ ୨୦୧୯ ସେପ୍ଟେମ୍ବର ଭିତରେ ନକଲି ପୋଲିସ ଗ୍ୟାଙ୍ଗ ବ୍ରହ୍ମପୁର ସହରର ୮ ଜଣଙ୍କଠାରୁ ସୁନା ଅଳଙ୍କାର ଅଭିନବ ଉପାୟରେ ଠକି ନେଇଥିଲା। ଗ୍ୟାଙ୍ଗର ସଦସ୍ୟମାନେ ରାସ୍ତାରେ ଚାଲି ଚାଲି ଯାଉଥିବା ସହରବାସୀଙ୍କୁ ଟାର୍ଗେଟ କରୁଥିଲେ। ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଅଟକାଇ ଆଗରେ ପୋଲିସ ଯାଞ୍ଚ ଚାଲିଥିବା କହି ସୁନା ଅଳଙ୍କାର ଖୋଲି ଦେବାକୁ ପରାମର୍ଶ ଦେଉଥିଲେ। ପୋଲିସ କହୁଥିବା ଭାବି ଲୋକମାନେ ସୁନା ଅଳଙ୍କାର ଖୋଲିବା ପରେ କୌଶଳକ୍ରମେ ସେହି ଅଳଙ୍କାର ଠକି ନେଇ ଗ୍ୟାଙ୍ଗର ସଦସ୍ୟମାନେ ଫେରାର ହୋଇଯାଉଥିଲେ। ଏପରିକି ଏହି ନକଲି ପୋଲିସ କିଛି ଲୋକଙ୍କୁ ଅଳଙ୍କାର ବଦଳରେ ଗୋଡି ଓ ପଥର ମଧ୍ୟ ହାତରେ ଧରାଇ ଦେଇ ସେତେବେଳେ ଚମ୍ପଟ ମାରିଥିଲେ। ସେତେବେଳେ ଏହି ଘଟଣା ଅସଲି ପୋଲିସର ଚିନ୍ତା ବଢାଇ ଥିଲା। ୨୦୧୯ ଅକ୍ଟୋବର ୨ରେ ନକଲି ପୋଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲ୍ଲୀଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ସହରରେ ଆଉ ନକଲି ପୋଲିସକୁ ଦେଖିବାକୁ ମିଳିନଥିଲା। ଗତ ଏପ୍ରିଲ ୩ରେ ପୁଣି ଥରେ ସହରରେ ନକଲି ପୋଲିସ ଉଭା ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri