ନକଲିକୁ ଧରିପାରୁନି ଅସଲି ପୋଲିସ

ବ୍ରହ୍ମପୁର ଅଫିସ,୧୭।୪: ବ୍ରହ୍ମପୁର ସହରରେ ନକଲି ପୋଲିସର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ସେଲ୍ସଟ୍ୟାକ୍ସ ଛକରେ ଗତ ୩ ତାରିଖ ସ୍ପଷ୍ଟ ଦିବାଲୋକରେ ଘଟିଥିଲା। ରାସ୍ତାରେ ଚାଲି ଚାଲି ଯାଉଥିବା ସୁଭଦ୍ରା ମିଶ୍ରଙ୍କୁ ପୋଲିସ ପରିଚୟ ଦେଇ ତାଙ୍କ ସୁନା ଗହଣା ଠକି ନେଇଥିଲେ। ଘଟଣାର ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଅସଲି ପୋଲିସ ଏଯାବତ ନକଲି ପୋଲିସକୁ କାବୁ କରିବାରେ ବିଫଳ ରହିଛି। ଅଯୋଧ୍ୟାନଗରରେ ରହୁଥିବା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ମିଶ୍ର ସେଲ୍ସଟ୍ୟାକ୍ସ ଛକକୁ ଜେରକ୍ସ କରିବାକୁ ଆସିଥିବା ବେଳେ ଦୁଇ ଜଣ ଯୁବକ ନିଜକୁ ପୋଲିସ ପରିଚୟ ଦେଇ ଅଟକାଇ ଥିଲେ। ଆଗରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି, ତେଣୁ ସେ ପିନ୍ଧିଥିବା ସୁନା ଅଳଙ୍କାର ଖୋଲି ବ୍ୟାଗ ଭିତରେ ରଖିଦିଅନ୍ତୁ ବୋଲି ନକଲି ପୋଲିସ କହିଥିଲା। ଆଉ କୌଶଳକ୍ରମେ ସେହି ସୁନା ଅଳଙ୍କାର ତାଙ୍କଠାରୁ ଛଡାଇ ନେଇ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସୁଭଦ୍ରାଙ୍କ ଅଭିଯୋଗକ୍ରମେ ବୈଦ୍ୟନାଥପୁର ପୋଲିସ ନଂ. ୧୦୧/୨୨ ରେ ଏକ ମାମଲା ରୁଜୁ କରିଥିଲା। ପରେ ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରିଥିଲା।
ଆଜକୁ ପ୍ରାୟ ୩ ବର୍ଷ ତଳେ ନକଲି ପୋଲିସ ସହରର ବିଭିନ୍ନ ସ୍ଥାନରୁ ମହିଳା ଓ ପୁରୁଷଙ୍କୁ ଟାର୍ଗେଟ କରି ସେମାନଙ୍କର ଅଳଙ୍କାର ଲୁଟି ଫେରାର ହେବାରେ ସକ୍ଷମ ହେଉଥିଲା। ସେହି ସମୟରେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଅସଲି ପୋଲିସ ନକଲି ପୋଲିସକୁ ଧରିବାରେ ବିଫଳ ହୋଇଥିଲା। ୨୦୧୮ ମାର୍ଚ୍ଚରୁ ୨୦୧୯ ସେପ୍ଟେମ୍ବର ଭିତରେ ନକଲି ପୋଲିସ ଗ୍ୟାଙ୍ଗ ବ୍ରହ୍ମପୁର ସହରର ୮ ଜଣଙ୍କଠାରୁ ସୁନା ଅଳଙ୍କାର ଅଭିନବ ଉପାୟରେ ଠକି ନେଇଥିଲା। ଗ୍ୟାଙ୍ଗର ସଦସ୍ୟମାନେ ରାସ୍ତାରେ ଚାଲି ଚାଲି ଯାଉଥିବା ସହରବାସୀଙ୍କୁ ଟାର୍ଗେଟ କରୁଥିଲେ। ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଅଟକାଇ ଆଗରେ ପୋଲିସ ଯାଞ୍ଚ ଚାଲିଥିବା କହି ସୁନା ଅଳଙ୍କାର ଖୋଲି ଦେବାକୁ ପରାମର୍ଶ ଦେଉଥିଲେ। ପୋଲିସ କହୁଥିବା ଭାବି ଲୋକମାନେ ସୁନା ଅଳଙ୍କାର ଖୋଲିବା ପରେ କୌଶଳକ୍ରମେ ସେହି ଅଳଙ୍କାର ଠକି ନେଇ ଗ୍ୟାଙ୍ଗର ସଦସ୍ୟମାନେ ଫେରାର ହୋଇଯାଉଥିଲେ। ଏପରିକି ଏହି ନକଲି ପୋଲିସ କିଛି ଲୋକଙ୍କୁ ଅଳଙ୍କାର ବଦଳରେ ଗୋଡି ଓ ପଥର ମଧ୍ୟ ହାତରେ ଧରାଇ ଦେଇ ସେତେବେଳେ ଚମ୍ପଟ ମାରିଥିଲେ। ସେତେବେଳେ ଏହି ଘଟଣା ଅସଲି ପୋଲିସର ଚିନ୍ତା ବଢାଇ ଥିଲା। ୨୦୧୯ ଅକ୍ଟୋବର ୨ରେ ନକଲି ପୋଲିସ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲ୍ଲୀଙ୍କୁ ଗୋଷାଣୀନୂଆଗଁା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ପରେ ସହରରେ ଆଉ ନକଲି ପୋଲିସକୁ ଦେଖିବାକୁ ମିଳିନଥିଲା। ଗତ ଏପ୍ରିଲ ୩ରେ ପୁଣି ଥରେ ସହରରେ ନକଲି ପୋଲିସ ଉଭା ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

ଦିନ ଦ୍ୱିପ୍ରହରେ ହେଲମେଟ୍‌ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦେଖନ୍ତୁ ଭିଡିଓ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଆଉ ଦୁଇ ଦିନ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା । ବର୍ତ୍ତମାନ ସାହି ଗୁଡିକରେ ଏହି…

ଲଜିଷ୍ଟିକ୍ସ୍‌ରେ ପୂର୍ବ ପରିବହନ ସଂସ୍ଥାର ଦବଙ୍ଗଗିରି ଅଭିଯୋଗ, ସ୍ଥାନୀୟ ଯୁବକଙ୍କୁ…

ଗଞ୍ଜାମ,୨୭।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଅବସ୍ଥିତ ଗ୍ରାସୀମ ଇଣ୍ଡ୍ରଷ୍ଟ୍ରିର ପରିବହନ ବ୍ୟବସ୍ଥାକୁ ନେଇ ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଦୀର୍ଘ ୬ ବର୍ଷ…

ପ୍ରଧାନାଚାର୍ଯ୍ୟ ଜାନକୀ ବଲ୍ଲଭଙ୍କ ପରଲୋକ

ଦିଗପହଣ୍ଡି,୨୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁ ବାସିନ୍ଦା ଜାନକୀ ବଲ୍ଲଭ ବିଷୋୟୀଙ୍କ ୫୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। ଦିଗପହଣ୍ଡି…

ନିଛାଟିଆ ସ୍ଥାନରେ ଯାତ୍ରୀ ବିଶ୍ରାମlଗାର ନିର୍ମାଣ, ସାନ ବଜାର ବଣିକ ସଙ୍ଘର ଅସନ୍ତୋଷ

ଗଞ୍ଜାମ,୨୬।୨(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସାନ ବଜାର ଠାରେ ଯାତ୍ରୀ ବାହି ଅଟୋ ସଂଘ ଓ ମା ନାରାୟଣୀ ବଣିକ ସଙ୍ଘ ପକ୍ଷରୁ ଯାତ୍ରୀ ବିଶ୍ରାମାଗାର…

ସରିଲା ଲକ୍ଷ୍ମୀନୃସିଂହଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଦିଗପହଣ୍ଡି,୨୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ୪ ଦିନବ୍ୟାପୀ ଚାଲିଥିବା ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର…

‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବ୍ରହ୍ମପୁର,୨୬ା୨(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଏବଂ…

ଆକ୍ସନ ମୋଡରେ ନୂଆ ଆଇଆଇସି, ଆସୁ ଆସୁ ରୋକଠୋକ କହିଲେ ଏଣିକି ବିନା ଅନୁମତିରେ…

ପୁରୁଷୋତ୍ତମପୁର,୨୬।୨( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଥାନାଧିକାରୀ ଭାବେ କୁଳମଣି ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଆସିକା ଥାନାରେ କାର୍ଯ୍ୟରତ ଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri