Posted inଜାତୀୟ

ଉଲଗ୍ନ ଅବସ୍ଥାରେ ଘରକୁ ଚାଲିଚାଲି ଗଲେ ଗଣବଳାତ୍କାର ପୀଡ଼ିତା

ମୋରଦାବାଦ, ୨୩ା୯: ଉତ୍ତରପ୍ରଦେଶର ମୋରଦାବାଦରୁ ଏକ ସମ୍ବେଦନଶୀଳ ଘଟଣା ସାମ୍‌ନାକୁ ଆସିଛି। ଜଣେ ୧୫ ବର୍ଷୀୟା ବାଳିକା ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚାଲିଚାଲି ଯାଉଥିବାର ସିସିଟିଭି ଫୁଟେଜ୍‌ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। ତାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ପ୍ରାୟ ୨ କି.ମି. ଚାଲି ଘରକୁ ଯାଉଥିବା ଫୁଟେଜରେ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁସାରେ ଘଟଣା ସେପ୍ଟେମ୍ବର ୧ ତାରିଖର। ହେଲେ ଭିଡିଓ ବହୁଳ ପ୍ରସାରିତ ହେବା ପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ମୋରଦାବାଦ ପୋଲିସ କହିବା ଅନୁଯାୟୀ, ନାବାଳିକା ଜଣକ ପଡ଼ୋଶୀ ଗ୍ରାମକୁ ମେଳା ଦେଖିବାକୁ ଯାଇଥିଲେ। ସେଠାରେ ତାଙ୍କୁ ୫ ଜଣ ଅପହରଣ କରିଥିଲେ। ପାଟିଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ନାବାଳିକାଙ୍କ ପୋଷାକ ଓ ଅନ୍ୟ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ। ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ପୀଡ଼ିତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ନାଁରେ ଗଣବଳାତ୍କାର ମାମଲା ରୁଜୁ ହୋଇଛି। ଗତ ୧୫ ତାରିଖରେ ଅଭିଯୁକ୍ତ ନୌଶେଦ୍‌ ଅଲିଙ୍କୁ ଗିରଫ କରାଯାଇଛି। ତେବେ ମେଡିକାଲ ଟେଷ୍ଟ ରିପୋର୍ଟରେ ନାବାଳିକାଙ୍କୁ ବଳାତ୍କାର କରାଯାଇ ନ ଥିବା ଉଲ୍ଲେଖ ରହିଛି। ଘଟଣାର ତଦନ୍ତ ଚାଲିଥିବା ମୋରଦାବାଦ ରେଞ୍ଜ ଡିଆଇଜି ଶାଲାଭ ମାଥୁର କହିଛନ୍ତି।
ତେବେ ନାବାଳିକାଙ୍କ ମାତାପିତା ଗଣବଳାତ୍କାର ହୋଇ ନ ଥିବା ବୟାନ ଦେଇଛନ୍ତି ବୋଲି ଏସ୍‌ପି ସନ୍ଦୀପ କୁମାର ମୀନା କହିଛନ୍ତି। ପୀଡ଼ିତା ଜଣେ ମାନସିକ ରୋଗୀ ବୋଲି ମଧ୍ୟ ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri