ବର୍ଷା ଆଣିଲା ଆଶ୍ୱସ୍ତି

ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହେବା କାରଣରୁ ଏହାର ପ୍ରଭାବରେ ମଙ୍ଗଳବାର ଭୁବନେଶ୍ୱରରେ ଘଡ଼ଘଡ଼ି ସହିତ ଜୋର୍‌ରେ ବର୍ଷା ହୋଇଛି। ୭.୧ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି। ସୋମବାର ରାତିରେ ଜୋର୍‌ରେ ପବନ ହେବା ସହ ମଙ୍ଗଳବାର ସକାଳୁ ପାଗ ମେଘୁଆ ଥିଲା। ତେବେ ଅପରାହ୍ନ ପ୍ରାୟ ୧ଟା ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବର୍ଷା ହୋଇଥିଲା। ଫଳରେ ସହରବାସୀଙ୍କୁ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କେହି ଛତା ଧରି ବର୍ଷାରେ ଭିଜି ଆନନ୍ଦ ନେଇଥିଲେ ତ ଆଉ କିଏ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଜରି, ପଲିଥିନ୍‌ ବାନ୍ଧି ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଓଭରବ୍ରିଜ୍‌ ତଳେ, ମୋ ବସ୍‌ ଷ୍ଟପ୍‌ଗୁଡିକରେ ମଧ୍ୟ ଲୋକେ ଆଶ୍ରୟ ନେଇଥିଲେ। ଦିନତମାମ ପାଗ ମେଘୁଆ ଥିବାବେଳେ ଝିପିଝିପି ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା। ତେବେ ବର୍ଷା ପାଇଁ କେତେକ ସ୍ଥାନରେ କିଛି ସମୟ ଧରି ଟ୍ରାଫିକ ଜାମ୍‌ ହୋଇଯିିବାରୁ ଲୋକେ କଲବଲ ହୋଇଥିଲେ। ବିଶେଷ କରି ଜାତୀୟ ରାଜପଥ (ଏନ୍‌ଏଚ୍‌)ରେ ଏଭଳି ସ୍ଥିତି ଉପୁଜିଥିଲା। ବର୍ଷା ବେଳେ ଯିଏ ଯେଉଁଠି ଆଶ୍ରୟ ନେଇଥିଲେ। ବର୍ଷା ଛାଡିବା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବ୍ୟଗ୍ରତା ଦେଖାଦେଇଥିଲା। ଫଳରେ ଟ୍ରାଫିକ ଜାମ୍‌ ହୋଇପଡ଼ିଥିଲା। ହଂସପାଳ ଛକରେ ଫ୍ଲାଏଓଭର୍‌ ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ଜାତୀୟ ରାଜପଥ ଲାଗି ଏବେ ସହରରେ ଟ୍ରାଫିକ ସମସ୍ୟା ନଜରକୁ ଆସୁଛି। କେଉଁଠି ଫୁଟ ଓଭରବ୍ରିଜ କାମ ଚାଲୁଛି ତ କେଉଁଠି ଅଣ୍ଡରପାସ ନିର୍ମାଣ, ପୁଣି ଆଉ କେଉଁଠରେ ଓଭରବ୍ରିଜ ଲାଗି ସର୍ଭିସ ରୋଡରେ ଲୋକଙ୍କୁ ଯାତାୟତ କରିବାକୁ ପଡୁଛି। ସଙ୍କୁଚିତ ରାସ୍ତା ଲାଗି ଗାଡ଼ିମୋଟର ଯାତାୟତ ଏକ ପ୍ରକାର ଠପ୍‌ ହୋଇପଡ଼ିଛି। ଏଭଳି ସ୍ଥତିରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜାତୀୟ ରାଜପଥ ଲାଗି କଟକ-ପୁରୀ ଓ ପୁରୀ କଟକ ମୁଖ୍ୟ ରାସ୍ତାରେ ଲୋକଙ୍କୁ ଟ୍ରାଫିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ପୁରୀରୁ କଟକ ଅଭିମୁଖେ ଯାଉଥିବା ଯାନଗୁଡ଼ିକ ବମିଖାଲ ଛକଠାରୁ ପଛକୁ ପଛ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ଆବେଦନ ତାରିଖ ବୃଦ୍ଧି

ଭୁବନେଶ୍ୱର,୬ା୨(ସୁଚିସ୍ମିତା ସାହୁ):ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାକୁ ଫେବୃଆରୀ ୫ ତାରିଖ ଯାଏ ବଢ଼ାଯାଇଥିଲାବେଳେ ଏବେ ଆସନ୍ତା ୧୮ ତାରିଖକୁ…

ରାଜ୍ୟରେ ପୁଣି ବଢ଼ିଲା ଶୀତ: ଆଗାମୀ ୩ ଦିନ କମିବ ପାରଦ, ଏସବୁ ଜିଲାରେ କୁହୁଡ଼ି

ଭୁବନେଶ୍ୱର,୬।୨: ରାଜ୍ୟରେ ଶୀତର ପ୍ରକୋପ ପୁଣି ଥରେ ଅନୁଭୂତ ହେବାକୁ ଲାଗିଛି। ଗତ ଦୁଇ ଦିନ ହେଲା ରାତିର ତାପମାତ୍ରା ହ୍ରାସ ପାଇବା ଫଳରେ ଶୀତ ବଢ଼ିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri