ବର୍ଷା ଆଣିଲା ଆଶ୍ୱସ୍ତି

ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଦେଇ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହେବା କାରଣରୁ ଏହାର ପ୍ରଭାବରେ ମଙ୍ଗଳବାର ଭୁବନେଶ୍ୱରରେ ଘଡ଼ଘଡ଼ି ସହିତ ଜୋର୍‌ରେ ବର୍ଷା ହୋଇଛି। ୭.୧ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି। ସୋମବାର ରାତିରେ ଜୋର୍‌ରେ ପବନ ହେବା ସହ ମଙ୍ଗଳବାର ସକାଳୁ ପାଗ ମେଘୁଆ ଥିଲା। ତେବେ ଅପରାହ୍ନ ପ୍ରାୟ ୧ଟା ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ବର୍ଷା ହୋଇଥିଲା। ଫଳରେ ସହରବାସୀଙ୍କୁ ତାତିରୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି। କେହି ଛତା ଧରି ବର୍ଷାରେ ଭିଜି ଆନନ୍ଦ ନେଇଥିଲେ ତ ଆଉ କିଏ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଜରି, ପଲିଥିନ୍‌ ବାନ୍ଧି ଯାଉଥିବା ଦେଖିବାକୁ ମିଳିଥିଲା। ସେହିପରି ଓଭରବ୍ରିଜ୍‌ ତଳେ, ମୋ ବସ୍‌ ଷ୍ଟପ୍‌ଗୁଡିକରେ ମଧ୍ୟ ଲୋକେ ଆଶ୍ରୟ ନେଇଥିଲେ। ଦିନତମାମ ପାଗ ମେଘୁଆ ଥିବାବେଳେ ଝିପିଝିପି ବର୍ଷା ସାଙ୍ଗକୁ ବିଜୁଳି ଓ ଘଡ଼ଘଡ଼ି ମାରିଥିଲା। ତେବେ ବର୍ଷା ପାଇଁ କେତେକ ସ୍ଥାନରେ କିଛି ସମୟ ଧରି ଟ୍ରାଫିକ ଜାମ୍‌ ହୋଇଯିିବାରୁ ଲୋକେ କଲବଲ ହୋଇଥିଲେ। ବିଶେଷ କରି ଜାତୀୟ ରାଜପଥ (ଏନ୍‌ଏଚ୍‌)ରେ ଏଭଳି ସ୍ଥିତି ଉପୁଜିଥିଲା। ବର୍ଷା ବେଳେ ଯିଏ ଯେଉଁଠି ଆଶ୍ରୟ ନେଇଥିଲେ। ବର୍ଷା ଛାଡିବା ପରେ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ବା ପାଇଁ ବ୍ୟଗ୍ରତା ଦେଖାଦେଇଥିଲା। ଫଳରେ ଟ୍ରାଫିକ ଜାମ୍‌ ହୋଇପଡ଼ିଥିଲା। ହଂସପାଳ ଛକରେ ଫ୍ଲାଏଓଭର୍‌ ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି।
ଜାତୀୟ ରାଜପଥ ଲାଗି ଏବେ ସହରରେ ଟ୍ରାଫିକ ସମସ୍ୟା ନଜରକୁ ଆସୁଛି। କେଉଁଠି ଫୁଟ ଓଭରବ୍ରିଜ କାମ ଚାଲୁଛି ତ କେଉଁଠି ଅଣ୍ଡରପାସ ନିର୍ମାଣ, ପୁଣି ଆଉ କେଉଁଠରେ ଓଭରବ୍ରିଜ ଲାଗି ସର୍ଭିସ ରୋଡରେ ଲୋକଙ୍କୁ ଯାତାୟତ କରିବାକୁ ପଡୁଛି। ସଙ୍କୁଚିତ ରାସ୍ତା ଲାଗି ଗାଡ଼ିମୋଟର ଯାତାୟତ ଏକ ପ୍ରକାର ଠପ୍‌ ହୋଇପଡ଼ିଛି। ଏଭଳି ସ୍ଥତିରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜାତୀୟ ରାଜପଥ ଲାଗି କଟକ-ପୁରୀ ଓ ପୁରୀ କଟକ ମୁଖ୍ୟ ରାସ୍ତାରେ ଲୋକଙ୍କୁ ଟ୍ରାଫିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ପୁରୀରୁ କଟକ ଅଭିମୁଖେ ଯାଉଥିବା ଯାନଗୁଡ଼ିକ ବମିଖାଲ ଛକଠାରୁ ପଛକୁ ପଛ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri