ବିଏମ୍‌ସି ନିୟମ ମାନୁନାହାନ୍ତି କବାଡ଼ିଆ

ଭୁବନେଶ୍ୱର, ୨୦।୩(ବନ୍ଦନା ସେଠୀ): କବାଡ଼ିଆଙ୍କ କବ୍‌ଜାରେ ଭୁବନେଶ୍ୱର ମହାନଗର ନିଗମର ଅଧିକାଂଶ ଅଞ୍ଚଳ। ଦିନକୁ ଦିନ ସେମାନଙ୍କର ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ବିଏମ୍‌ସିର ତାଗିଦାକୁ ମଧ୍ୟ ଖାତିର କରୁନାହାନ୍ତି। ପୂର୍ବରୁ ଏନେଇ ବିଏମ୍‌ସି ଏବଂ କବାଡ଼ିଆବାଲାଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି। ଅପରପକ୍ଷେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ କବାଡ଼ିଆମାନେ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରୁଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ମାଷ୍ଟରକ୍ୟାଣ୍ଟିନଠାରୁ ଦୃଷ୍ଟିହୀନ ସଂଘ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଦୈନିକ ଅଳିଆ ଆବର୍ଜନା ପଡ଼ିରହୁଛି। ଫଳରେ ସମ୍ପୃକ୍ତ ଅଞ୍ଚଳ ଦେଇ ଯାତାୟାତ କରିବା କଷ୍ଟକର ହୋଇପଡୁଛି। ଏହାକୁ ନେଇ ଜନଅସନ୍ତୋଷ ଦେଖା ଦେବା ସହ ଲୋକେ ଟୁଇଟ୍‌ କରି ବିଏମ୍‌ସିକୁ ଅଭିଯୋଗ ଜଣାଉଛନ୍ତି। ସେହିପରି ଏକାଧିକ ଅଭିଯୋଗ ପରେ ବିଏମ୍‌ସି ସେଠାରେ ସଫେଇ କରୁଛି, ମାତ୍ର କିଛି ସମୟ ପରେ ସ୍ଥିତି ଯଥା ପୂର୍ବଂ ତଥା ପରଂ। କବାଡ଼ିଆମାନେ ନିଜ ଆଖପାଖ ୫ ମିଟର ପରିଧି ଅଞ୍ଚଳ ସଫା ରଖିବା ସହ ଦୋକାନରେ ୨ଟି ଡଷ୍ଟବିନ ରଖିବାକୁ ବାଧ୍ୟ ବୋଲି ପୂର୍ବରୁ ହୋଇଥିବା ଆଲୋଚନାରେ ସ୍ପଷ୍ଟ କରାଯାଇଥିଲା। ସେହିପରି ଓଦା ଓ ଶୁଖିଲା ବର୍ଜ୍ୟ ଅଲଗା ଦେବା ଲାଗି ସେମାନଙ୍କୁ ତାଗିଦା କରାଯାଇଥିଲା। ସେମାନେ ନିଜ ଅଭ୍ୟାସ ନ ବଦଳାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଇତିମଧ୍ୟରେ ୬ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ସେମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଘଟିନାହିଁ କିମ୍ବା ବିଏମ୍‌ସି ପକ୍ଷରୁ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
ସୂଚନାଯୋଗ୍ୟ, ୟୁନିଟ-୩ ଅଞ୍ଚଳରେ ରାସ୍ତାକଡ଼ରେ ଥିବା କବାଡ଼ିଖାନା ଲାଗି ଉକ୍ତ ଅଞ୍ଚଳ ଅପରିଷ୍କାର ରହୁଛି। ଏନେଇ ବିଭିନ୍ନ ସମୟରେ ଅଭିଯୋଗ ଆସିବା ସହ କର୍ପୋରେଶନ ବୈଠକରେ ମଧ୍ୟ ସରଗରମ ଆଲୋଚନା ହୋଇଥିଲା। ଏହାପରେ ବିଏମ୍‌ସି ଘଟଣାକୁ ଗୁରୁତ୍ୱର ସହ ନେଇ ଗତବର୍ଷ ଅଗଷ୍ଟରେ ସେମାନଙ୍କ ସହ ଆଲୋଚନା କରିଥିଲା। ତେବେ ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବାରୁ ସହରର ଅନ୍ୟ ଅଞ୍ଚଳରେ ପରିମଳକୁ ନେଇ ଯେପରି କଡା କାର୍ଯ୍ୟାନୁଷ୍ଠାନ କରାଯାଉଛି ଏଠାରେ ମଧ୍ୟ ସେଭଳି ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri