ଦେବଦେବୀଙ୍କ କଳି

ମନ୍ଦିରରେ ବିରାଜିତ ଦେବଦେବୀଙ୍କ ମଧ୍ୟରେ ଝଗଡ଼ା ହେଉଛି ହିନ୍ଦୁ ମନ୍ଦିର ପରମ୍ପରାର ଏକ ସ୍ବତନ୍ତ୍ର ବୈଶିଷ୍ଟ୍ୟ ।
ଏଗୁଡ଼ିକ ଏକ ଘରୋଇ କଳିଝଗଡ଼ାର ରୂପ ନେଇଛି। ଯଦିଓ କାହାଣୀ ଏବଂ ରୀତିନୀତି ଏହିସବୁ ଝଗଡ଼ାକୁ ବର୍ଣ୍ଣନା କରେ ତଥାପି ଭକ୍ତମାନେ ଦେବତା ଏବଂ ଦିବ୍ୟ ଜୀବନ ପ୍ରତି ଆକର୍ଷିତ ହୁଅନ୍ତି। ପାଖାପାଖି ୮ମ ଶତାବ୍ଦୀରେ ଦିବ୍ୟ କର୍ମ ବା ଲୀଳାରେ ଭାଗ ନେବା ଥିଲା ଏକ ବାସ୍ତବ ପରମ୍ପରା, ଯେଉଁଠାରେ ଐଶ୍ୱରୀୟ କାର୍ଯ୍ୟରେ ଭକ୍ତମାନେ ନିୟୋଜିତ ହେବା ସହ ମନ୍ଦିର ଉତ୍ସବରେ ଭାଗ ନେଇ ତାହାକୁ ଉପଭୋଗ କରୁଥିଲେ। ଏହା ବ୍ୟତୀତ ସେମାନେ ଈଶ୍ୱରଙ୍କ ସତ୍ତା ଉପଲବ୍ଧି କରନ୍ତି। ଦ୍ୱାଦଶ ଶତାବ୍ଦୀ ପରେ ଦେବଦେବୀଙ୍କ ପ୍ରତି ସମର୍ପଣ ଭାବନା ଆସିଲା ଏବଂ ଦେବଦେବୀ ଜୀବନର ସୁରକ୍ଷା ଓ ରକ୍ଷା କରନ୍ତି ବୋଲି ଧାରଣା ସାମ୍ନାକୁ ଆସିଲା। ଏହି ବିଚାର ବିଶେଷକରି କେନ୍ଦ୍ର ଏସିଆର ସୁଫିଙ୍କ ପ୍ରଭାବରେ ସୃଷ୍ଟି ହୋଇଥିଲା। ସୁଫିମାନେ ସବୁବେଳେ ଭକ୍ତମାନଙ୍କୁ ସର୍ବଶକ୍ତିମାନ ଈଶ୍ୱରଙ୍କଠାରୁ ନୂ୍ୟନ ବୋଲି ବିଚାର କରୁଥିଲେ। ସେମାନେ ଭକ୍ତଙ୍କୁ ଈଶ୍ୱରଙ୍କ ପରିବାର ସଦସ୍ୟ ମନେକରୁ ନ ଥିଲେ।
ଦେବଦେବୀଙ୍କ ଝଗଡ଼ା କାହାଣୀ ଉଭୟ ଶିବ ଏବଂ ବିଷ୍ଣୁଙ୍କ ଉପାସକଙ୍କ ମଧ୍ୟରେ ଦେଖିବାକୁ ମିଳେ। ଶିବଙ୍କ କ୍ଷେତ୍ରରେ କାହାଣୀ ଦର୍ଶାଏ ଯେ, ପାର୍ବତୀଙ୍କ ପ୍ରତି ଶିବଙ୍କ ଉଦାସୀନତାକୁ ନେଇ ଦେବୀ ରାଗିଯାଇଥିଲେ। କାରଣ ପାର୍ବତୀ ତାଙ୍କ ପିଲାଙ୍କ ଯତ୍ନ ନେଉଥିବାବେଳେ ଶିବ କୈଳାସ ପର୍ବତରେ ଏକାକୀ ଧ୍ୟାନମଗ୍ନ ରହୁଥିଲେ। ଫଳରେ କ୍ଳାନ୍ତ ଓ ବିରକ୍ତ ହୋଇ ସେ ନିଜ ମାତାଙ୍କ ଘରକୁ ଚାଲିଯାଇଛନ୍ତି। ଏହି ପରମ୍ପରା କୋଙ୍କଣ ଉପକୂଳରେ ଗୌରୀ ପୂଜାରେ ଏବଂ ପଶ୍ଚିମବଙ୍ଗରେ ଦୁର୍ଗାଙ୍କ ପୂଜାରେ ପାଳନ କରାଯାଇଥାଏ । ପାର୍ବତୀ ତାଙ୍କ ମାତାଙ୍କ ଘରେ ରହୁଥିଲେ। ସମୟକ୍ରମେ ତାଙ୍କ ରାଗ ଶାନ୍ତ ହେଲା ଓ ଘରକୁ ଫେରିଆସିଲେ। କୋଙ୍କଣ ଉପକୂଳରେ ପ୍ରଚଳିତ କେତେକ କାହାଣୀରେ କୁହାଯାଇଛି ଯେ, ଶିବ ତାଙ୍କ ଅନୁଗାମୀ( ଗଣ)ଙ୍କୁ ପଠାଇ ଫେରାଇ ଆଣିଥିଲେ। ଅନ୍ୟ କାହାଣୀଗୁଡ଼ିକ ବର୍ଣ୍ଣନା କରିଛନ୍ତି ଯେ, ଦେବୀ ଜଣେ ଆଦିବାସୀ ମହିଳାଙ୍କ ରୂପ ନେଇଛନ୍ତି । ଶିବ ଜଣେ ଆଦିବାସୀ ପୁରୁଷ ଭାବେ ଦେବୀଙ୍କ ଅନୁସରଣ କରି ତାଙ୍କୁ ମନାଇବା ପାଇଁ ନାଚିଛନ୍ତି ଓ ଗାଇଛନ୍ତି। ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ, ପାର୍ବତୀ ଜଣେ ଧୀବର ମହିଳା ରୂପ ନେଇଛନ୍ତି ଏବଂ ଶିବ ସ୍ବର୍ଗରୁ ମର୍ତ୍ତ୍ୟକୁ ଆସି ନିଜର ମାଛଧରା କୌଶଳ ଦେଖାଇ ପାର୍ବତୀଙ୍କ ପରିବାରକୁ ପ୍ରଭାବିତ କରିବା ସହ ଦେବୀଙ୍କୁ ସନ୍ତୁଷ୍ଟ କରିଛନ୍ତି।
ମହାନଦୀ ଅବବାହିକା ଓ ପୁରୀ ଏବଂ ତାମିଲନାଡ଼ୁର କାବେରୀ ନଦୀ ଅବବାହିକାରେ ବିଷ୍ଣୁଙ୍କୁ ନେଇ କୁହାଯାଉଥିବା କାହାଣୀ କିନ୍ତୁ ସାମାନ୍ୟ ଭିନ୍ନ। ପୁରୀରେ ଯେତେବେଳେ ଜଗନ୍ନାଥ ତାଙ୍କ ଭାଇ ଓ ଭଉଣୀଙ୍କ ସହ ରଥଯାତ୍ରାରୁ ଫେରନ୍ତି, ସେତେବେଳେ ଲକ୍ଷ୍ମୀ ତାଙ୍କୁ ମନ୍ଦିରରେ ପ୍ରବେଶ କରାଇ ଦିଅନ୍ତି ନାହିଁ। କେବଳ ଏତିକି ନୁହେଁ ତାଙ୍କ ଭଉଣୀଙ୍କର ଚେପଟା ନାକ ଓ ତାଙ୍କର ଚାଲୁଣି ଭଳି ଚକାଆଖି ଥିବା କହି ଲକ୍ଷ୍ମୀ ଉଭୟଙ୍କୁ ଅପମାନିତ କରିଥାନ୍ତି। ଜଗନ୍ନାଥ ଶେଷରେ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ଏବଂ ତାଙ୍କ ଭୋଜନ ପ୍ରସ୍ତୁତି କୌଶଳକୁ ପ୍ରଶଂସା କରି ଦେବୀଙ୍କ ରାଗ ଶାନ୍ତ କରିଛନ୍ତି। ଆଉ ଟିକେ ଦକ୍ଷିଣକୁ ଗଲେ, ଶ୍ରୀରଙ୍ଗମ୍‌ରେ ପ୍ରଭୁ ରଙ୍ଗନାଥ ବିଷ୍ଣୁ ସହର ପରିକ୍ରମା ପରେ ମନ୍ଦିରକୁ ଫେରିଥାନ୍ତି। ଦେବୀ ଲକ୍ଷ୍ମୀ ରଙ୍ଗନାୟକୀ ତାଙ୍କ ଉପରେ ରାଗିଯାଆନ୍ତି। ରାଗର କାରଣ ହେଉଛି ପ୍ରଭୁ ତାଙ୍କର ଅନ୍ୟ ସ୍ତ୍ରୀ ନୀଳାଙ୍କ ସହ ସମୟ ଅତିବାହିତ କରିଛନ୍ତି। ଲକ୍ଷ୍ମୀଙ୍କୁ ଶାନ୍ତ ଓ ସନ୍ତୁଷ୍ଟ କରିବା ପାଇଁ ବିଷ୍ଣୁ ମଧ୍ୟ ତାଙ୍କୁ ଉପହାର ଦେବା ସହ ତାଙ୍କ ପ୍ରଶଂସା ଗାନ କରନ୍ତି ଏବଂ ଶେଷରେ ଉଭୟେ ସମାଧାନ ପୂର୍ବକ ମନ୍ଦିରକୁ ଫେରିନ୍ତି। ପୁରୀ ମନ୍ଦିର ପରମ୍ପରାରେ ଲକ୍ଷ୍ମୀ ମନ୍ଦିର ଦ୍ୱାର ବନ୍ଦ କରିଦିଅନ୍ତି ଏବଂ କେବଳ ଉପହାରରେ ସନ୍ତୁଷ୍ଟ ହୋଇ ତାହାକୁ ଖୋଲନ୍ତି। କିନ୍ତୁ ଶ୍ରୀରଙ୍ଗମ୍‌ରେ ବିଷ୍ଣୁ ନୀରବରେ ରାସ୍ତାରେ ଯାତ୍ରା କରି ତାଙ୍କ ଭକ୍ତମାନଙ୍କୁ ଉପହାର ଦେବା ଲାଗି କହିଥାନ୍ତି, ଯେଉଁଥିରେ କି ସେ ତାଙ୍କ କ୍ରୋଧୀ ସ୍ତ୍ରୀଙ୍କୁ ସନ୍ତୁଷ୍ଟ କରିପାରିବେ। ପାରମ୍ପରିକ ରୀତିନୀତି ସାଧାରଣତଃ ଶ୍ରୀରଙ୍ଗମ୍‌ ମନ୍ଦିର ଓ ପୁରୀ ମନ୍ଦିର ମଧ୍ୟରେ ଏକ ସ୍ପଷ୍ଟ ସମ୍ପର୍କ ଥିବା ଦର୍ଶାଏ। ପଶ୍ଚିମ ଉପକୂଳରେ ଦ୍ୱାଦଶ ଶତାବ୍ଦୀରେ ଚୋଳ ଶାସନ ସମୟରେ ଏହା ଘଟିଥିବା ଅନୁମାନ କରାଯାଏ, ଯେତେବେଳେ ରାମାନୁଜଙ୍କ ବିଚାରଧାରା ଓ ମନ୍ଦିର ରୀତିନୀତିର ପ୍ରସାର ଘଟିଥିଲା। ଏହା ସହ ଶ୍ରୀରଙ୍ଗମ୍‌ରେ ଆମକୁ କୁହାଯାଏ ଯେ, ନୀଳ କିମ୍ବା କଳା ରଙ୍ଗର ଦେବୀ ନୀଳାଙ୍କୁ ଭେଟିବା ପରେ ବିଷ୍ଣୁ ଫେରିଥାନ୍ତି। ଅନ୍ୟପକ୍ଷରେ ପୁରୀରେ ବିଷ୍ଣୁ ନୀଳ କିମ୍ବା କଳାପର୍ବତ ନୀଳାଚଳକୁ ଫେରନ୍ତି।
ସମାନ ପ୍ରକାର ଝଗଡ଼ାର କାହାଣୀ ମଧ୍ୟ ତିରୁପତି ଓ ପଣ୍ଡରପୁର ମନ୍ଦିରରେ ଦେଖିବାକୁ ମିଳେ। ଦୁଇଟିଯାକ ହେଉଛି ବିଷ୍ଣୁଙ୍କ ମନ୍ଦିର। ଉଭୟ ମନ୍ଦିରରେ ବିଷ୍ଣୁ ସ୍ତ୍ରୀଙ୍କ ବିନା ଏକାକୀ ବିରାଜିତ ହୋଇଛନ୍ତି। କାରଣ ଦେବୀଙ୍କ କ୍ରୋଧରୁ ବର୍ତ୍ତିବା ପାଇଁ ତାଙ୍କର ସ୍ବତନ୍ତ୍ର ମନ୍ଦିର ରହିଛି। କିନ୍ତୁ ଏହା ଶିବ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଭିନ୍ନ, ଯେଉଁଠି ଦେବତା ଓ ଦେବୀ ସବୁବେଳେ ଏକାଠି ଗର୍ଭଗୃହରେ ରହିଥାନ୍ତି। ଆଉଏକ କଳହ ଦେଖିବାକୁ ମିଳେ ମଦୁରାଇର ମୀନାକ୍ଷୀଙ୍କ ସହ ସୋମସୁନ୍ଦର ଶିବଙ୍କ ବିବାହ ଉତ୍ସବରେ। ନିକଟସ୍ଥ ଆଲ୍‌ଗାର ମନ୍ଦିରରେ ବିରାଜିତ ମୀନାକ୍ଷୀଙ୍କ ଭାଇ ବିଷ୍ଣୁ ତାଙ୍କ ଭଉଣୀଙ୍କୁ ଉପହାର ଦେବା ଲାଗି ବିବାହକୁ ନିମନ୍ତ୍ରିତ ହୁଅନ୍ତି। କିନ୍ତୁ ଆସିବା ପଥରେ ଡକାୟତଙ୍କ ଆକ୍ରମଣ ଯୋଗୁ ତାଙ୍କର ବିଳମ୍ବ ହୁଏ। ବିବାହ ଶେଷ ହୋଇଯାଇଥିବା ଜାଣି ସେ କ୍ରୋଧରେ ଫେରିଯାଆନ୍ତି। ବିଷ୍ଣୁଙ୍କୁ ଶାନ୍ତ କରିବାକୁ ନବ ବିବାହିତା ମୀନାକ୍ଷୀ ଚାହାନ୍ତି। ତାଙ୍କ ଭାଇଙ୍କୁ ଭେଟିବା ପାଇଁ ଭାଇଗାଇ ନଦୀକୁ ଆସନ୍ତି । ନଦୀ ମଝିରେ ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ବିଷ୍ଣୁ ତାଙ୍କ ଭଉଣୀଙ୍କୁ ଉପହାର ଦେଇ ମଦୁରାଇରେ ପ୍ରବେଶ ନ କରି ଆଲ୍‌ଗାର ପର୍ବତକୁ ଫେରିଯାଆନ୍ତି।
କ୍ରୋଧ ଏବଂ ସମାଧାନ ବା ତୁଷ୍ଟୀକରଣର କାହାଣୀସବୁ ଶିବ, ବିଷ୍ଣୁ ଓ ଶକ୍ତିଙ୍କ ଉପାସକ ଗୋଷ୍ଠୀ ମଧ୍ୟରେ ଥିବା ଭାବାବେଗକୁ ପ୍ରକାଶ କରେ। ବିଷ୍ଣୁ ଥିଲେ ଶକ୍ତି ବା ଦେବୀଙ୍କ ଭାଇ ଏବଂ ଶିବ ଥିଲେ ଶକ୍ତିଙ୍କ ସ୍ବାମୀ। ଏହିପରି ଭାବେ ସବୁ ଦେବଦେବୀଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଥିଲା। ଏହା ମଧ୍ୟ ହିନ୍ଦୁମାନେ ଭଲ ଭାବେ ବୁଝିଥିଲେ। ସମର୍ପଣ ଉପରେ ଆଧାରିତ ସୁଫି ବିଚାରଧାରା ଦ୍ୱାରା ସୃଷ୍ଟି ପରବର୍ତ୍ତୀ ଭକ୍ତି ପରମ୍ପରାରେ ଏହିି ପାରିବାରିକ ସମ୍ପର୍କ ଦେଖିବାକୁ ମିଳେ ନାହିଁ। ରାମ ଓ କୃଷ୍ଣ ଅବତାର ପୁରୁଷ ହୋଇଛନ୍ତି ଓ ଭକ୍ତମାନେ ପରମାତ୍ମାଙ୍କ ସାକ୍ଷାତ ଚାହଁୁଛନ୍ତି। ଏ କ୍ଷେତ୍ରରେ ଝଗଡ଼ା କାହାଣୀର ଗୁରୁତ୍ୱ କମିଯାଇଛି ଓ ଏହା ୧୫୦୦ ଶତାବ୍ଦୀ ପରେ ଘଟିଛି। ସମୟ ସ୍ରୋତରେ ଭକ୍ତିର ପରିବର୍ତ୍ତନ ଘଟିଛି । ସୁଫି ଭକ୍ତି ଆନ୍ଦୋଳନର ପୂର୍ବ ହିନ୍ଦୁଧର୍ମ ମନ୍ଦିର ରୀତିନୀତି, ପାରିବାରିକ ଡ୍ରାମା, ବିବାହ, ଝଗଡ଼ା ଏବଂ ସମାଧାନ ବା ତୁଷ୍ଟୀକରଣ ଉପରେ ଆଧାରିତ। ଏହା ଦକ୍ଷିଣ ଓ ପୂର୍ବ ଭାରତର ମନ୍ଦିର ପରମ୍ପରାରେ ରହିଛି। ସୁଫିଭକ୍ତି ପର ହିନ୍ଦୁଧର୍ମ ଦିବ୍ୟ ଓ ରାଜକୀୟ ଶକ୍ତି ପ୍ରତି ଅଧିକ ସମର୍ପିତ ଥିଲା । ଏହା ପରେ ଆସିଥିଲେ ମଧ୍ୟ ଉତ୍ତରଭାରତର ଭକ୍ତି ପରମ୍ପରାକୁ ଅବଦମିତ କରିଦେଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri