Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୮।୨: ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲଙ୍କ ଉପରେ କୁମାର ବିଶ୍ୱାସଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗକୁ ନେଇ ରାଜନୀତି ତୀବ୍ର ହୋଇଛି। କେଜ୍‌ରିୱାଲଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି କହିଛନ୍ତି। ସେ କହିଛନ୍ତି, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ମୁଁ କୁମାର ବିଶ୍ୱାସଙ୍କ ଭିଡିଓ ମାମଲାରେ ନ୍ୟାୟପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି। ରାଜନୀତିକୁ ଛାଡି ପଞ୍ଜାବର ଲୋକମାନେ ବିଚ୍ଛିନ୍ନତାବାଦ ବିରୋଧରେ ଲଢେଇ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ପଞ୍ଜାବୀର ସମସ୍ୟାର ସମାଧାନ କରିବା ଆବଶ୍ୟକ ରହିଛି।
ସୂଚନାଯୋଗ୍ୟ, ନିକଟରେ କୁମାର ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଅରବିନ୍ଦ କେଜ୍‌ରିୱାଲ ଜଣେ ବିଚ୍ଛିନ୍ନତାବାଦୀ ସମର୍ଥକ। ତାଙ୍କ ସ୍ବପ୍ନ ହେଉଛି ଯେକୌଣସି ଉପାୟରେ ପଞ୍ଜାବର ଶକ୍ତି ହାସଲ କରିବା। କେଜ୍‌ରିୱାଲ ମୋତେ ଥରେ କହିଥିଲେ ଯେ ମୁଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି କିମ୍ବା ମୁଁ ଖଲିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛି।
ନିକଟରେ ଆବୋହରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ଆମ ଆଦମୀ ଦଳର ନେତା କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ କେଜ୍‌ରିଓ୍ବାଲଙ୍କୁ ଘେରି ଥିଲେ। ତାଙ୍କ ଉଦ୍ଦେଶ୍ୟ ଅଧିକ ବିପଜ୍ଜନକ ବୋଲି ମୋଦି କହିଛନ୍ତି।

Share