Posted inଫୁରସତ

ସମୃଦ୍ଧ ପୃଥିବୀ ଲକ୍ଷ୍ୟ ଅପରିହାର୍ଯ୍ୟ

ବିଶ୍ୱର ସମସ୍ତ ରାଷ୍ଟ୍ରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିଲେ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ସମ୍ଭବ ହୋଇପାରିବ। ଏହାଦ୍ୱାରା ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବୃଦ୍ଧି ହୋଇପାରିବ। ଗରିବମାନଙ୍କର ବିଶ୍ୱସ୍ତରୀୟ ମୂଲ୍ୟବୋଧକୁ ଚିହ୍ନିବା ଏବଂ ବିଭିନ୍ନ ଦେଶରେ ଦାରିଦ୍ର୍ୟ ହ୍ରାସ କରିବା ବିଷୟରେ ବିକଶିତ ଦେଶଙ୍କୁ ଅବଗତ କରାଇବା ତଥା ସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଡିସେମ୍ବର ୨୦ରେ ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ ପାଳନ କରାଯାଇଥାଏ।
ଅଖଣ୍ଡତାର ସାର୍ବଭୌମତ୍ୱ ମୂଲ୍ୟର ପରିଚୟ ପାଇଁ ଦାରିଦ୍ର୍ୟ ହ୍ରାସ ନିମନ୍ତେ ବିଶ୍ୱସ୍ତରୀୟ ଉଦ୍ଦେଶ୍ୟ ଓ ପ୍ରୟାସଗୁଡ଼ିକ ଉପରେ ସଦସ୍ୟ ରାଷ୍ଟ୍ରମାନଙ୍କୁ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ବିଶ୍ୱର ସ୍ବାଧୀନ ରାଷ୍ଟ୍ରମାନଙ୍କର ଦାରିଦ୍ର୍ୟ ହ୍ରାସ ନୀତିଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବା ମଧ୍ୟ ଏହି ଦିବସର ଉଦ୍ଦେଶ୍ୟ। ବିକାଶ ପାଇଁ ସମୃଦ୍ଧ ପୃଥିବୀ ଲକ୍ଷ୍ୟ ଅପରିହାର୍ଯ୍ୟ, ଏହା ଏହି ଦିବସ ସୂଚିତ କରିଥାଏ।
ବିଶ୍ୱସ୍ତରରେ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ସ୍ଥିର ହୋଇଥିବା ଲକ୍ଷ୍ୟ ହାସଲ ଲାଗି ବିଶ୍ୱ ଅଖଣ୍ଡତା ପାଣ୍ଠି ଓ ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଏହି ସ୍ବତନ୍ତ୍ର ଦିବସକୁ ପ୍ରୋତ୍ସାହିତ କରେ। ମୌଳିକ ଓ ସାର୍ବଭୌମତ୍ୱ ମୂଲ୍ୟବୋଧ ରୂପେ ଅଖଣ୍ଡତାର ପରିଚୟ ପ୍ରଦାନ ସ୍ବରୂପ ୨୦୦୫ମସିହା, ଡିସେମ୍ବର ୨୨ରେ ଜାତିସଂଘ ସାଧାରଣ ସଭାରେ ଏହି ଦିବସକୁ ପରିଚୟ ମିଳିଥିଲା। ପ୍ରତି ବର୍ଷ ଡିସେମ୍ବର ୨୦ରେ ଏହାକୁ ଅନ୍ତର୍ଜାତୀୟ ମାନବ ଅଖଣ୍ଡତା ଦିବସ ରୂପେ ପାଳନ କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା।
ଏକତା ପାଣ୍ଠି ଗଠନ ଏବଂ ଏହାଦ୍ୱାରା ପୃଥିବୀର ବିଭିନ୍ନ ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ସମସ୍ତଙ୍କ ପାଇଁ ଉତ୍ତମ ଭବିଷ୍ୟତକୁ ସୁଗମ କରିବା ଲାଗି ପରିକଳ୍ପିତ ସ୍ଥାୟୀ ବିକାଶ ଲକ୍ଷ୍ୟ ମାଧ୍ୟମରେ ଦାରିଦ୍ର୍ୟ ତଥା ଅନ୍ୟାନ୍ୟ ପ୍ରତିବନ୍ଧକ ହଟାଇବାର ଉଦ୍ୟମ ସମ୍ପର୍କରେ ଏହି ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ।
ବିବିଧତାମୟ ପୃଥିବୀରେ ଏକତାକୁ ପାଳନ କରିବା ଲାଗି ଜାତିସଂଘ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଏହି ଅବସରରେ ଆୟୋଜନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri