Categories: ଜାତୀୟ

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଲେ ସମ୍ପତ୍ତି ବାଜ୍ୟାପ୍ତ ହେବ

ଶ୍ରୀନଗର,୨୭।୩: ଜାଣିଶୁଣି ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଉଥିବା ଗୃହ ମାଲିକଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯିବ ବୋଲି ଜମ୍ମୁ-କଶ୍ମୀର ପୋଲିସ ଶନିବାର ଘୋଷଣା କରିଛି। ଆତଙ୍କବାଦ ଉଦ୍ଦେଶ୍ୟରେ ବ୍ୟବହୃତ ସମ୍ପତ୍ତିକୁ ଶ୍ରୀନଗର ପୋଲିସ ଜବତ କରିବ ବୋଲି କେତେକ ମହଲରେ ଭୁଲ୍‌ ତଥ୍ୟ ଓ ଗୁଜବ ପ୍ରଚାର ହୋଇଥିଲା। ଶ୍ରୀନଗର ପୋଲିସ କହିଛି, ଇଚ୍ଛାକୃତ ଭାବେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ସେମାନଙ୍କ ଚାପରେ ପଡ଼ି ଆଶ୍ରୟ ଦେବା ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ ସେମାନେ ଅବଗତ ଅଛନ୍ତି। ମାମଲାର ତଦନ୍ତ ପରେ ସମ୍ପତ୍ତି ବାଜ୍ୟାପ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନର ଧାରା ୨(ଜି) ଏବଂ ୨୫ ବହୁବର୍ଷ ଧରି କାର୍ଯ୍ୟକାରୀ ହୋଇଆସୁଛି। ଏହା ସତ୍ତ୍ୱେ କେତେକ ଅଜ୍ଞତାବ ଶତଃ ଚାପରେ ପଡ଼ି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଦର୍ଶାଇଥାନ୍ତି।

Share