‘ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ’

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖର୍ଲିକାନିସ୍ଥିତ ଶେମର୍ଫୋଡ ଫ୍ୟୁଚ୍‌ରିଷ୍ଟିକ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଶନିବାର ୧୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ସଞ୍ଜୀବ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଡକ୍ଟର ପ୍ରତାପ କୁମାର ଦାଶ (ଇଂରାଜୀ ବିଭାଗର ମୁଖ୍ୟ ଏବଂ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ) ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସହ ସଭାପତି ଆଶିଷ କୁମାର ରଥ, ଶିକ୍ଷା ନିର୍ଦ୍ଦେଶିକା ନିଲମ ରଥ , ଅଧ୍ୟକ୍ଷ ପ୍ରତାପ କୁମାର ଜେନା ଓ ପ୍ରି. ପ୍ରାଇମେରୀ ବିଭାଗର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ର ଓ ଅଭିଭାବକ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥଲେ। ଅତିଥିମାନେ ଗୁଣାତ୍ମକ ଶିକ୍ଷା କିଭଳି ଛାତ୍ରୀଛାତ୍ରଙ୍କ ସହ ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ କହିଥିଲେ। ଗୁଣାତ୍ମକ ଶିକ୍ଷା ବିନା ଦେଶର ପ୍ରଗତି ଅସମ୍ଭବ ବୋଲି ଅତିଥିମାନେ କହିଥିଲେ।

ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ରୀଛାତ୍ର ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସହସ୍ରାଧିକ ଉପସ୍ଥିତ ଅଭିଭାବକ ବିଦ୍ୟାଳୟର ସଫଳତା ସମ୍ପର୍କରେ ବାଖାଣିଥିଲେ। ବିଦ୍ୟାଳୟର ସଭାପତି ଓ ଏକାଡେମୀ ନିର୍ଦ୍ଦେଶିକା ମୁଖ୍ୟ ଅତିଥି ଡ. ଦାଶଙ୍କୁ ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିବା ବେଳେ ଅଧ୍ୟକ୍ଷ ବାର୍ଷିକ ବିତରଣୀ ପଠନ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁସ୍ମିତା ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri