ପ୍ରଫେଶନାଲ ଟ୍ୟାକ୍ସ ବ୍ୟବସ୍ଥା ସହଜ ହୋଇଛି

ବୃତ୍ତିଗତ ଟିକସ (ପ୍ରଫେଶନାଲ ଟ୍ୟାକ୍ସ) ରାଜ୍ୟ ସରକାରଙ୍କର ନିଜସ୍ବ ଟିକସର ଏକ ଅଂଶ। ରାଜ୍ୟର ସାମୂହିକ ବିକାଶରେ ଏହି ଟିକସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାରୀ ଚାକିରିଆଙ୍କଠାରୁ ଆରମ୍ଭ କରି ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) କିମ୍ବା ଭାଟ୍‌ ଆଇନ ପଞ୍ଜୀକୃତ ସମସ୍ତ ବ୍ୟକ୍ତି ବା ବ୍ୟବସାୟ ପ୍ରତିଷ୍ଠାନ ସହ ଅନ୍ୟାନ୍ୟ ବ୍ୟକ୍ତିଗତ ବୃତ୍ତିଧାରୀ ଯଥା ମେଡିକାଲ କନ୍‌ସଲଟାଣ୍ଟ, ଦନ୍ତ ଚିକିତ୍ସକ, ରେଡିଓଲୋଜିଷ୍ଟ, ପାଥୋଲୋଜିଷ୍ଟ, ପୋଷ୍ଟାଲ ଏଜେଣ୍ଟ, ବୀମା ଏଜେଣ୍ଟ, ଲସ୍‌ ସର୍ଭେୟର କିମ୍ବା ଆସେସର, ଇଷ୍ଟେଟ ଏଜେଣ୍ଟ, ବ୍ରୋକର, କମିଶନ ଏଜେଣ୍ଟ, ଟେକ୍ନିକାଲ, ପ୍ରଫେଶନାଲ କନ୍‌ସଲଟାଣ୍ଟ, ଆର୍କିଟେକ୍ଟ, ଇଞ୍ଜିନିୟର, ମ୍ୟାନେଜମେଣ୍ଟ କନ୍‌ସଲଟାଣ୍ଟ, ଟ୍ୟାକ୍ସ କନ୍‌ସଲଟାଣ୍ଟ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, କଷ୍ଟ୍‌ ଆକାଉଣ୍ଟାଣ୍ଟ ଏବଂ ଯେଉଁ ବ୍ୟବସାୟୀ କିମ୍ବା ବ୍ୟକ୍ତିଙ୍କ ଆୟ ବାର୍ଷିକ ୧.୬ ଲକ୍ଷରୁ ୩ ଲକ୍ଷ ଏବଂ ଏହାଠାରୁ ଅଧିକ ଥିବ ସେମାନେ ଏହି ଆଇନ ପରିସରଭୁକ୍ତ ଅଟନ୍ତି। ଏହି ବୃତ୍ତିଗତ ଟିକସ ମାସିକ ମାତ୍ର ୧୨୫ ଟଙ୍କାରୁ ବାର୍ଷିକ ସର୍ବାଧିକ ୨୫୦୦ ଟଙ୍କା ଦେବାକୁ ହୁଏ। ପ୍ରତ୍ୟେକ ବ୍ୟକ୍ତି କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ରାଜ୍ୟର ବିକାଶରେ ସାମିଲ ହୋଇ ନିଜକୁ ପ୍ରଫେଶନାଲ ଟିକସଭୁକ୍ତ କରିବାକୁ କମିଶନର କମର୍ସିଆଲ ଟ୍ୟାକ୍ସ ଆଣ୍ଡ ଜିଏସ୍‌ଟି ସୁଶୀଲ କୁମାର ଲୋହାନି ଆହ୍ବାନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଟିକସଭୁକ୍ତ ହେବା ଓ ଜମା କରିବା ଅତ୍ୟନ୍ତ ସହଜ ଓ ସରଳ। ଟିକସଦାତା ଯେ କୌଣସି ସ୍ଥାନରୁ ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଏବଂ ଏସ୍‌ବିଆଇ ଇ-ପେ ମାଧ୍ୟମରେ ଅନ୍‌ଲାଇନ ଓଡ଼ିଶା ଟ୍ରେଜେରି ପୋର୍ଟାଲ ଜରିଆରେ ପ୍ରଦାନ କରିପାରିବେ। ଏହାଛଡ଼ା ପ୍ରଫେଶନାଲ ଟିକସ ରେଜିଷ୍ଟ୍ରେଶନ କିମ୍ବା ଏନ୍‌ରୋଲମେଣ୍ଟ ନମ୍ବର କିମ୍ବା ଜିଏସ୍‌ଟିଆଇଏନ୍‌ ଜରିଆରେ ଟିକସ ପ୍ରଦାନ କରିହେବ। ଏତଦ୍‌ ବ୍ୟତୀତ https://www.odishatreasury.gov.in ଜରିଆରେ ପେମେଣ୍ଟ ସାଇଟକୁ ଯାଇ ଟିକସ ପ୍ରଦାନ କରିପାରିବେ। ଏହି ଟିକସ ଦେବା ପାଇଁ ଅନ୍ୟ କାହାର ସାହାଯ୍ୟ ଦରକାର ନାହିଁ। ନିଜେ ଇଣ୍ଟରନେଟ ଜରିଆରେ ଯେ କୌଣସି ସ୍ଥାନରୁ ଦେଇପାରିବେ। ରାଜ୍ୟରେ ଟିକସଭୁକ୍ତଙ୍କ ସଂଖ୍ୟା କମ୍‌ ରହିଛି। ସମସ୍ତ ବୃତ୍ତିଧାରୀ ଓ ସଂସ୍ଥା ନିଜର ନାମ ପଞ୍ଜୀକୃତ କରି ଟିକସ ପ୍ରଦାନରେ ଭାଗୀଦାରି ହେବାକୁ ଆଗେଇ ଆସିବା ସକାଶେ ସେ ନିବେଦନ କରିଛନ୍ତି। ପ୍ରଫେଶନାଲ ଟିକସ କ’ଣ ସେ ବିଷୟରେ ଅନେକେ ଜାଣନ୍ତି ନାହିଁ। କେତେ ଟିକସ ଓ କେମିତି ଦେବାକୁ ହେବ ସେ ବିଷୟରେ ଲୋହାନୀ ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ନିମ୍ନରେ ସରଳ ଭାବେ ବୁଝାଇଛନ୍ତି।

ପ୍ରଶ୍ନ: ଜିଏସ୍‌ଟି ଆଇନ ଅଧୀନରେ ମୁଁ ଜଣେ ଟିକସଦାତା। ମୋତେ ବୃତ୍ତିଗତ ଟିକସ ଦେବାକୁ ପଡ଼ିବ କି ଏବଂ କେତେ ଦେବାକୁ ହେବ ?
ଉତ୍ତର- ହଁ ଦେବାକୁ ହେବ। ପ୍ରତିବର୍ଷ ୨୫୦୦ ଟଙ୍କା ଜମା କରିବା ଆବଶ୍ୟକ।

ପ୍ରଶ୍ନ: ମୁଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ଜିଏସ୍‌ଟି କିମ୍ବା ଭ୍ୟାଟ ଆଇନ ଅଧୀନରେ ପଞ୍ଜୀକୃତ ହୋଇନାହିଁ। ମୋତେ ପ୍ରଫେଶନାଲ ଟିକସ କେତେ ଦେବାକୁ ହେବ ?
ଉତ୍ତର- ହଁ, ନିଜର ବାର୍ଷିକ ହାରାହାରି ଆୟ ଅନୁଯାୟୀ ୧୫୦୦ରୁ ୨୫୦୦ ଟଙ୍କା ଦେବାକୁ ହେବ। ଏହା ଇ-ପେମେଣ୍ଟ ଜରିଆରେ ପଇଠ କରାଯାଇପାରିବ।

ପ୍ରଶ୍ନ: ଜିଏସ୍‌ଟି ଆଇନ ଅଧୀନରେ ପଞ୍ଜୀକୃତ ହୋଇଥିବା ମୁଁ ଜଣେ ବ୍ୟବସାୟୀ। ମୋତେ କେତେ ଟଙ୍କା ପ୍ରଫେଶନାଲ ଟ୍ୟାକ୍ସ ଦେବାକୁ ପଡ଼ିବ?
ଉତ୍ତର- ଜିଏସ୍‌ଟି ପଞ୍ଜୀକୃତ ହୋଇଥିବାରୁ ଆପଣଙ୍କୁ ୨୫୦୦ ଟଙ୍କା ବାର୍ଷିକ ଦେବା ଆବଶ୍ୟକ?

ପ୍ରଶ୍ନ: ପ୍ରଫେଶନାଲ ଟ୍ୟାକ୍ସ ଦେବାକୁ ମୁଁ କିପରି ପଞ୍ଜୀକୃତ ହେବି। ଏଥିପାଇଁ କେଉଁ ପ୍ରମାଣପତ୍ର ଦାଖଲ କରିବା ଆବଶ୍ୟକ?
ଉତ୍ତର- ଆପଣ ଅନ୍‌ଲାଇନ ଜରିଆରେ ଏହି ଟିକସ ପାଇଁ ନିଜକୁ ଇ-ରେଜିଷ୍ଟ୍ରେଶନ ମାଧ୍ୟମରେ ପଞ୍ଜୀକୃତ କରିପାରିବେ। ରାଜ୍ୟ ସରକାରଙ୍କ ଓ୍ବେବ୍‌ସାଇଟ (odishatax.gov.in/portal/e-Registration/First time Registration.aspx) ଜରିଆରେ କରିପାରିବେ। ତେବେ ଏଥିପାଇଁ କୌଣସି ଡକ୍ୟୁମେଣ୍ଟ ବା ପ୍ରମାଣପତ୍ର ଦେବାର ଆବଶ୍ୟକତା ନାହିଁ।

ପ୍ରଶ୍ନ: ପ୍ରଫେଶନାଲ ଟିକସ ପଞ୍ଜୀକୃତ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼େ କି? ଏହାକୁ କିପରି ଦେବାକୁ ହେବ?
ଉତ୍ତର- ଏଥିପାଇଁ କୌଣସି ଚାର୍ଜ ଦେବାକୁ ପଡ଼େ ନାହିଁ। ସମ୍ପୂର୍ଣ୍ଣ ମାଗଣାରେ ପଞ୍ଜୀକରଣ କରାଯାଇ ପାରିବ।

ପ୍ରଶ୍ନ: ମୁଁ ଜଣେ ଘରୋଇ ପ୍ରାକ୍ଟିସ କରୁଥିବା ଡାକ୍ତର। ମୋର ବାର୍ଷିକ ଆୟ ୫ ଲକ୍ଷ ଟଙ୍କା। ମୋତେ ପ୍ରଫେଶନାଲ ଟିକସ ଦେବାକୁ ହେବ କି ?

ଉତ୍ତର- ହଁ, ଆପଣଙ୍କର ଆୟ ଅନୁଯାୟୀ ବାର୍ଷିକ ୨୫୦୦ ଟଙ୍କା ଜମା କରିବା ଦରକାର। ବାର୍ଷିକ ଆୟ ୧.୬ ଲକ୍ଷରୁ ୩ ଲକ୍ଷ ଯାଏ ୧୫୦୦ ଟଙ୍କା ଏବଂ ଏହା ଉପରକୁ ହେଲେ ୨୫୦୦ ଟଙ୍କା ଦେବା ଆବଶ୍ୟକ।

ପ୍ରଶ୍ନ: ମୁଁ ଜଣେ କ୍ୟାଟରିଂ ସର୍ଭିସ ପ୍ରୋଭାଇଡର। ମୋର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା। ମୋତେ ପ୍ରଫେଶନାଲ ଟିକସ ଦେବାକୁ ପଡ଼ିବ କି ?
ଉତ୍ତର- ହଁ। ନିଜର ଆୟ ଅନୁଯାୟୀ ୨୫୦୦ ଟଙ୍କା ବାର୍ଷିକ ଦେବାକୁ ହେବ। ବାର୍ଷିକ ଆୟ ୧.୬ ଲକ୍ଷରୁ ୩ ଲକ୍ଷ ଥିଲେ ୧୫୦୦ ଟଙ୍କା ଓ ଏହାଠାରୁ ଅଧିକ ହେଲେ ୨୫୦୦ ଟଙ୍କା ଟିକସ ଦେବା ଉଚିତ।

ପ୍ରଶ୍ନ: ପ୍ରଫେଶନାଲ ଟିକସ ମୁଁ କିପରି ଦେଇପାରିବି ? ଏଥିପାଇଁ କିଛି ଅନ୍‌ଲାଇନ୍‌ ବ୍ୟବସ୍ଥା ଅଛି କି ?
ଉତ୍ତର- ହଁ। ପେମେଣ୍ଟ ପୋର୍ଟାଲ ଜରିଆରେ ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଏବଂ ଏସ୍‌ବିଆଇ ଇ-ପେ) ଦେଇ ପାରିବେ।

ପ୍ରଶ୍ନ: ଗତ ବର୍ଷ ମୁଁ ପ୍ରଫେଶନାଲ ଟ୍ୟାକ୍ସ ଦେଇଛି। ପେମେଣ୍ଟ ବିଷୟରେ ମଁୁ କେଉଁଠୁ ଜାଣିପାରିବି?
ଉତ୍ତର- କମିଶନରେଟଙ୍କ ଓ୍ବେବ୍‌ପୋର୍ଟାଲକୁ ଯାଇ ପିଟି ପେମେଣ୍ଟ ଡିଟେଲ ସର୍ଚ୍ଚ କଲେ ପୂର୍ବରୁ ଦେଇଥିବା ସମସ୍ତ ପେମେଣ୍ଟ ବିଷୟରେ ଜାଣି ପାରିବେ।
ପ୍ରଶ୍ନ: ମୋତେ ସ୍ଥାନୀୟ ଟିକସ କାର୍ଯ୍ୟାଳୟରେ ଅନ୍‌ଲାଇନ ପେମେଣ୍ଟ ଚାଲାଣ ଦାଖଲ କରିବାକୁ ପଡିବ କି?
ଉତ୍ତର-ସ୍ଥାନୀୟ ଟିକସ କାର୍ଯ୍ୟାଳୟରେ ଚାଲାଣ ଦାଖଲ କରିବା ଆବଶ୍ୟକ ନାହିଁ।

ପ୍ରଶ୍ନ: ପ୍ରଥମରୁ ମୁଁ ରାଜ୍ୟ ଭାଟ ଆଇନ ଓ ପ୍ରଫେଶନାଲ ଟିକସ ଆଇନ ଅଧୀନରେ ପଞ୍ଜୀକୃତ ଥିଲି। ଏବେ ଜିଏସ୍‌ଟି ପଞ୍ଜୀକୃତ ହୋଇଛି। ମୋତେ ପ୍ରଫେଶନାଲ ଟିକସ ଦେବା ବେଳେ କେଉଁ ନମ୍ବର ଦେବାକୁ ପଡିବ?
ଉତ୍ତର-ଯଦି ଆପଣ ପ୍ରଫେଶନାଲ ଟିକସ ଅନ୍ତର୍ଭୁକ୍ତ ଅଛନ୍ତି ଏବଂ ଆପଣଙ୍କୁ ଟିଆଇଏନ୍‌ ଦିଆଯାଇଛି ସେହି ଟିଆଇଏନ କିମ୍ବା ଜିଏସ୍‌ଟିଆଇଏନ୍‌ ବ୍ୟବହାର କରି ଟିକସ ଦେଇପାରିବେ।

ପ୍ରଶ୍ନ: ମୁଁ ଜଣେ କ୍ଷୁଦ୍ର ବ୍ୟବସାୟୀ ଏବଂ ମୋର ୧୦ ଜଣ କର୍ମଚାରୀ ଅଛନ୍ତି। ସେମାନଙ୍କ ଦରମାରୁ ମୋତେ କେତେ ଟଙ୍କା ମାସିକ ଟିକସ ଦେବାକୁ ହେବ?
ଉତ୍ତର-ଯଦି କର୍ମଚାରୀଙ୍କର ଦରମା ବାର୍ଷିକ ୧.୬ ଲକ୍ଷ ଟଙ୍କା ହୋଇଥିବ ତେବେ କୌଣସି ଟିକସ ଦେବାକୁ ପଡିବ ନାହିଁ। ଯଦି ୧.୬ଲକ୍ଷରୁ ୩ ଲକ୍ଷ ଟଙ୍କା ଥିବ ତେବେ ବାର୍ଷିକ ୧୫୦୦ ଟଙ୍କା ଦେବାକୁ ହେବ। ଯଦି ୩ ଲକ୍ଷ ଟଙ୍କାରୁ ଅଧିକ ଥିବ ତେବେ ବାର୍ଷିକ ୨୫୦୦ ଟଙ୍କା ପ୍ରଫେଶନାଲ ଟ୍ୟାକ୍ସଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri