୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା ବାର୍ଷିକ ୩ ନିୟୁତ ଟନ୍‌ (ଏମ୍‌ଟିପିଏ)ରୁ ୮ ନିୟୁତ ଟନ୍‌ (ଏମ୍‌ଟିପିଏ)କୁ ବୃଦ୍ଧିପାଇବ। ଏହି ସମ୍ପ୍ରସାରଣ ଦ୍ୱାରା ଦେଶର ଇସ୍ପାତ ଉପତ୍ାଦନ କ୍ଷେତ୍ରରେ ଓଡ଼ିଶା ଏକକ ବୃହତ୍‌ ନିବେଶସ୍ଥଳରେ ପରିଣତ ହେବା ସହ ଶିଳ୍ପ ଜଗତରେ ଏକ ଗୌରବମୟ ସ୍ଥାନ ଅକ୍ତିଆର କରିବ। କମ୍ପାନୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୭ ହଜାର କୋଟି ଟଙ୍କା ନିବେଶରେ କଳିଙ୍ଗନଗର କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୧୫ରେ କମ୍ପାନୀ ୨୫ ହଜାର କୋଟି ଟଙ୍କା ବିନିଯୋଗରେ ପ୍ରଥମ ପର୍ଯ୍ୟାୟ କାମ ସମ୍ପୂର୍ଣ୍ଣ କରିଥିଲା। ଏହାବାଦ୍‌ ୨୦୨୨ରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ (ଏନ୍‌ଆଇଏନ୍‌ଏଲ୍‌) ଅଧିଗ୍ରହଣ ମାଧ୍ୟମରେ ୧୨ ହଜାର ୧୦୦ କୋଟି ଟଙ୍କାର ଅତିରିକ୍ତ ବିନିଯୋଗ ସହିତ ଓଡ଼ିଶାରେ ଏହାର କ୍ଷମତାକୁ ଆହୁରି ବୃଦ୍ଧି କରିଥିଲା। ଢେଙ୍କାନାଳ ଜିଲାରେ ଥିବା ଟାଟା ଷ୍ଟିଲ ମେରାମଣ୍ଡଳୀ (ପୂର୍ବରୁ ଭୂଷଣ ଷ୍ଟିଲ ଲିମିଟେଡ) କାରଖାନା ସହିତ ଓଡ଼ିଶାରେ ଟାଟା ଷ୍ଟିଲର ମୋଟ ପୁଞ୍ଜିନିବେଶ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ୨୦୩୦ ସୁଦ୍ଧା ଭାରତରେ ଟାଟା ଷ୍ଟିଲର ୪୦ ଏମ୍‌ଟିପିଏ କ୍ଷମତା ଲକ୍ଷ୍ୟ ହାସଲ କରିବାରେ କଳିଙ୍ଗନଗର କାରଖାନାର ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଟାଟାଷ୍ଟିଲର କର୍ପୋରେଟ୍‌ ସର୍ଭିସେସ୍‌ ଉପାଧ୍ୟକ୍ଷ ଚାଣକ୍ୟ ଚୌଧୁରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଟାଟା ଷ୍ଟିଲର ନିରନ୍ତର ପ୍ରତିବଦ୍ଧତା ମାଧ୍ୟମରେ ଭବିଷ୍ୟତ ପାଇଁ ଏକ ଉନ୍ନତ ଓଡ଼ିଶା ଗଠନ କରିବା ନିମନ୍ତେ ଉଦ୍ୟମ କରୁଛୁ। ୧୧୭ ବର୍ଷ ପୂର୍ବେ ଟାଟା ଷ୍ଟିଲ ଜାମ୍‌ସେଦପୁରଠାରେ କାର୍ଯ୍ୟ ଆରମ୍ଭ କରିଥିଲା। ଗମହାରିଆ (ଝାରଖଣ୍ଡ) ଏବଂ ଓଡ଼ିଶା ସମେତ ଥାଇଲାଣ୍ଡ, ନେଦରଲାଣ୍ଡ ଓ ବ୍ରିଟେନରେ କମ୍ପାନୀର ଉତ୍ପାଦନ ଜାରି ରହିଛି। ଟାଟା ଷ୍ଟିଲ ସ୍ପେଶାଲ ଇକୋନୋମିକ୍‌ ଜୋନ୍‌ ଲିମିଟେଡ୍‌ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଦ୍ୱାରା ଗଞ୍ଜାମ ଜିଲା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ (ଜିଆଇପି) ଭଳି ପ୍ରକଳ୍ପର ବିକାଶ ମାଧ୍ୟମରେ ଓଡ଼ିଶାରେ ଟାଟା ଷ୍ଟିଲର ଉପସ୍ଥିତି ରାଜ୍ୟର ଶିଳ୍ପ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆଣିଛି। କଳିଙ୍ଗନଗରରେ କମ୍ପାନୀ ଏହାର ସମ୍ପ୍ରସାରଣ କ୍ଷମତା ୮ ଏମ୍‌ଟିପିଏକୁ କାର୍ଯ୍ୟକ୍ଷମ କରିବାକୁ ଯାଉଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହାକୁ ଦ୍ୱିଗୁଣିତ କରି ୧୬ ଏମ୍‌ଟିପିଏରେ ପହଞ୍ଚାଇବାକୁ ଟାଟା ଷ୍ଟିଲ ବିଶ୍ୱାସ କରୁଛି ବୋଲି ଚୌଧୁରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri