ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି। ଏପରିକି ରିଟେଲ ନେକ୍ସଟରେ ପୁନଃପରିକଳ୍ପିତ ସେବା ଓ ସୁବିଧା ଉପଲବ୍ଧ ରହିବ। ଯାହାକୁ ଆଧୁନିକ ଆବଶ୍ୟକତାଗୁଡିକୁ ପୂରଣ ଓ ଉତ୍କର୍ଷ ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ରିଟେଲ ନେକଟ୍ସକୁ ୩୬ ମାସ ମଧ୍ୟରେ ଭାରତର ୩୩ ସହରରେ ୫୬ ଫ୍ୟାସିଲିଟି ପଏଣ୍ଟରେ କାର୍ଯ୍ୟକାରୀ କରାଯିବ।
ଏ ସମ୍ପର୍କରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପ୍‌ ଇଣ୍ଡିଆର ପ୍ରେସିଡେଣ୍ଟ ଓ ଚିଫ୍‌ ଏକ୍‌ଜିକ୍ୟୁଟିଭ୍‌ ଅଫିସର ବିକ୍ରମ ପାୱା କହିଛନ୍ତି, ରିଟେଲ ନେକ୍ସଟର ଶୁଭାରମ୍ଭ ସହିତ ଆମେ କେବଳ ଅନୁଭୂତିଗୁଡିକୁ ଉନ୍ନତ କରୁନାହୁଁ ବରଂ ଆମେ ତାହାକୁ ରୂପାନ୍ତରଣ କରୁଛୁ। ରିଟେଲ ନେକ୍ସଟ ଡିଲରଶିପ୍‌ଗୁଡିକୁ ‘ଫିଜିଟାଲ’ ଉଦ୍ଭାବନଗୁଡିକୁ ଏକତ୍ରିତ କରି ଗ୍ରାହକଙ୍କ ଯୋଗଦାନକୁ ବୈପ୍ଳବିକ କରିବା ପାଇଁ ଡିଜାଇନ କରାଯାଇଛି। ଆମେ ଆମର ଡିଲର ପାର୍ଟନରମାନଙ୍କୁ ବିଏମଡବ୍ଲ୍ୟୁ ଗ୍ରୁପ୍‌ ଏବଂ ଭାରତରେ ରିଟେଲ ନେକ୍ସଟକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୩ ବର୍ଷ ମଧ୍ୟରେ ପରିବ୍ୟାପ୍ତ ଗୁରୁତ୍ୱପୂର୍ଣ୍ଣ ନିବେଶ ଦିଗରେ ସେମାନଙ୍କର ଦୃଢ ଉତ୍ସର୍ଗୀକୃତତା ପାଇଁ ପ୍ରଶଂସା କରୁଛୁ। ରିଟେଲ ନେକ୍ସଟ ଲକ୍‌ଜୁରୀ ଅଟୋମୋଟିଭ ସେଗ୍‌ମେଣ୍ଟରେ ଅଟୋମୋଟିଭ୍‌ ରିଟେଲ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିବ। ହାଇ-ଟେକ ଡିଜିଟାଲ ଇଣ୍ଟରଫେସ୍‌ଗୁଡିକ ଏହି ଫ୍ୟାସିଲିଟିରେ ଅନ୍ତର୍ଭୁକ୍ତ ହୋଇଛି,ଯାହା ଯାନର ଫିଚରଗୁଡିକୁ ଅନ୍ବେଷଣ କରିବା,ନିଜର ପସନ୍ଦକୁ କଷ୍ଟୋମାଇଜ କରିବା ଏବଂ ସ୍ବତନ୍ତ୍ର ପରାମର୍ଶ ହାସଲ କରିବା ପାଇଁ ଗ୍ରାହକଙ୍କୁ ସକ୍ଷମ କରୁଛି। ଏହାବ୍ୟତୀତ ଏହାର ଡିଜାଇନରେ ବ୍ୟକ୍ତିଗତ ପରାମର୍ଶ ଓ ଭେଇକିଲ ହ୍ୟାଣ୍ଡଓଭର୍‌ ପାଇଁ ସ୍ବତନ୍ତ୍ର ସ୍ଥାନଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି। ରିଟେଲ ନେକ୍ସଟ ‘ସେଣ୍ଟ୍ରାଲ କଷ୍ଟୋମର ୱାକ୍‌ ଆୱେ’ ସହିତ ପରିଦର୍ଶକ ଓ ଯାନଗୁଡିକୁ କେନ୍ଦ୍ରରେ ରଖିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?