ସମାଧାନ ହେବ ଜମି କିଣାବିକା ସମସ୍ୟା

ଭୁବନେଶ୍ୱର,୪।୬: ବିଗତ କିଛି ମାସ ହେବ ରାଜ୍ୟରେ ଜମି କିଣାବିକା ଓ ଆପାର୍ଟମେଣ୍ଟ ମାଲିକାନାକୁ ନେଇ ସବୁସ୍ତରରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ କୋଟି କୋଟି ଟଙ୍କାର ପରୋକ୍ଷ ଓ ପ୍ରତ୍ୟକ୍ଷ ଟିକସ ସବୁ ବର୍ଗ ହରାଉଥିଲେ। ସମସ୍ୟାର ଗୁରୁତ୍ୱକୁ ନଜରରେ ରଖି ରାଜ୍ୟ ସରକାର ଏହାର ସମାଧାନ ବାହାର କରିଛନ୍ତି। ଏପରିକି ନିକଟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଅଧ୍ୟାଦେଶ-୨୦୨୩ କୁ ରିଅଲ ଇଷ୍ଟେଟ୍‌ ଶିଳ୍ପସଂସ୍ଥା କ୍ରେଡାଇ ଓଡ଼ିଶା ଶାଖା ପକ୍ଷରୁ ସମର୍ଥନ କରାଯାଇଛି। ଏହି ପରିପ୍ରେକ୍ଷୀରେ କ୍ରେଡାଇ ଓଡ଼ିଶା ଶାଖା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇ ଅର୍ଡିନାସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଉକ୍ତ ଅଧ୍ୟାଦେଶରେ ରେରା ନିୟମକୁ ଠିକ୍‌ ଭାବେ ପାଳନ କରାଯାଇଥିବ ବୋଲି କ୍ରେଡାଇ ଶାଖା ପକ୍ଷରୁ ଆଶା ପ୍ରକଟ କରାଯାଇଛି। ସେହିଭଳି ଏହାଦ୍ୱାର ଆପାର୍ଟମେଣ୍ଟ କିଣାବିକା ସହ ସାଧାରଣ ଅଞ୍ଚଳକୁ ଆବାସିକା ସଂଘଗୁଡିକୁ ହସ୍ତାନ୍ତର କରିବା ଲାଗି ଏକ ପ୍ରକାର ବାଟ ଖୋଲିବ ବୋଲି ଶାଖା ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ରାଜ୍ୟର ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସରକାରଙ୍କ ଉଦ୍ୟମକୁ ଏହା ବେଶ୍‌ ସହାୟକ ହୋଇଥିବା ବେଳେ ରିଅଲ ଇଷ୍ଟେଟ୍‌ କ୍ଷେତ୍ରର ସନ୍ତୁଳିତ ଅଭିବୃଦ୍ଧି ଲାଗି ଏହି ଅଧ୍ୟାଦେଶ ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି କ୍ରେଡାଇ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ କ୍ରେଡାଇ ଓଡ଼ିଶାର ଅଧ୍ୟକ୍ଷ ଡି.ଏସ୍‌.ତ୍ରିପାଠୀ, ସଭାପତି ସ୍ବଦେଶ କୁମାର ରାଉତରାୟ, ଉପସଭାପତି ଉମେଶ ଖଣ୍ଡେଲଓ୍ବାଲ, ନବୀନ କାଣ୍ଡୋଇ,ଉମାଶଙ୍କର ପାଣିଗ୍ରାହୀ,ସମ୍ପାଦକ ଅନିଲ କୁମାର ଅଗ୍ରଓ୍ବାଲ, କୋଷାଧ୍ୟକ୍ଷ ବିଭୁଚନ୍ଦନ ଜେନା, କ୍ରେଡାଇ କଟକର ସଭାପତି ପି.ଆର୍‌. ମହାରଣା,କ୍ରେଡାଇ ଭୁବନେଶ୍ୱର କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ବେହେରା ଓ କ୍ରେଡାଇ ଇଷ୍ଟ ଜୋନ୍‌ର ସଂଯୋଜିକା ସୋଫିଆ ଫିର୍ଦୋସ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri