ସୁଧୁରୁନି ଧାନବିକ୍ରି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ/ବରପାଲି,୧୫।୧(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ):ବରଗଡ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଆଉ ୩ଦିନ ପରେ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ହେଲେ ଏବେ ମଧ୍ୟ ଅନେକ ମଣ୍ଡିରେ ଧାନବିକ୍ରି ସମସ୍ୟା ଅସମାହିତ ରହିଛି। ଧାନବିକ୍ରି ହେବା ତ ଦୂରର କଥା, ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ ପହଞ୍ଚି ନାହିଁ। ସେହିପରି ମଣ୍ଡିରେ ଧାନ ଉଠାଣ ମନ୍ଥର ଗତିରେ ଚାଲିଥିବା ଯୋଗୁ ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡିରହିଛି। ଅନ୍ୟପଟେ ଖରିଫ ଅମଳ ଧାନ ବିକ୍ରି କରିପାରି ନ ଥିବା ଯୋଗୁ ରବିଚାଷ କିଭଳି କରିବେ, ଜିଲାର ଚାଷୀମାନଙ୍କୁ ଏବେ ସେହି ଚିନ୍ତା ଘାରିଛି। ବୁଧବାର ସଂଯୁକ୍ତ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ବରପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡି ପରିଦର୍ଶନରେ ଯାଇଥିଲେ। ସେଠାରେ ଧାନବିକ୍ରି ଅବ୍ୟବସ୍ଥା ଦେଖି ଚାଷୀ ପ୍ରତିନିଧିମାନେ ଉଦ୍‌ବେଗ ପ୍ରକାଶ କରିବା ସହିତ ଚଳିତ ମାସ ଶେଷସୁଦ୍ଧା ଚାଷୀଙ୍କ ସମସ୍ତ ଅମଳ ଧାନ କିଣିବା ଦିଗରେ ପଦକ୍ଷେପ ନେବା ପାଇଁ ସରକାରଙ୍କଠାରେ ଦାବି କରିଛନ୍ତି। ଚାଷୀ ପ୍ରତିନିଧିବୃନ୍ଦ କଟାପାଲି, ବରପାଲି, ତୁଳଣ୍ଡି, କୁମ୍ଭାରୀ ଆଦି ମଣ୍ଡି ପରିଦର୍ଶନ କରିଥିଲେ। ଧାନବିକ୍ରି କ୍ଷେତ୍ରରେ ଚାଷୀଙ୍କୁ ଅନେକ ଅସୁବିଧା ହଇରାଣ ହେବାକୁ ପଡୁଛି ଏବଂ ଅତି ମନ୍ଥର ଗତିରେ ଧାନ କିଣା ଯାଉଛି ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି। ପ୍ରକୃତ ଚାଷୀ ଟୋକନ ମାଧ୍ୟମରେ ଧାନ ଆଣୁଥିଲେ ସୁଦ୍ଧା ଏଭଳି ହଟହଟା ହେଉଛନ୍ତି ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ପ୍ରତିନିଧିମାନେ ପ୍ରକାଶ କରିଛନ୍ତି। ସଙ୍ଗଠନର ପ୍ରତିନିଧିମାନେ କହିଛନ୍ତି, କୁମ୍ଭାରୀ ମଣ୍ଡିରେ ୪୦ହଜାର କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ୮୩୧ ଜଣ ଚାଷୀ ଜମି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୭୩୦ ଜଣଙ୍କ ଟୋକନ ଆସିଛି। ଅନ୍ୟ ୧୦୧ଜଣ ଚାଷୀଙ୍କ ଟୋକନ ଏପର୍ଯ୍ୟନ୍ତ ଆସି ନାହିଁ। ସେହିପରି ତୁଳଣ୍ଡି ମଣ୍ଡିରୁ ଗତ ବର୍ଷ ୨୫ହଜାର କୁଇଣ୍ଟାଲ ଧାନ କିଣା ଯାଇଥିଲା। ଚଳିତବର୍ଷ ଏହି ମଣ୍ଡିରୁ ମାତ୍ର ୫୮୩୮ କୁଇଣ୍ଟାଲ ଧାନ କିଣା ଯାଇଛି ଏବଂ ୮୬୩୮ ପକେଟ ଧାନ ମଣ୍ଡିରେ ପଡ଼ି ରହିଛି। ଅତଏବ ଚାଷୀମାନେ ଟୋକନ ଆଧାରରେ ମଣ୍ଡିରେ ଧାନ ପକାଇଥିଲେ ମଧ୍ୟ ଦିନିକିଆ ନିୟନ୍ତ୍ରିତ କୋଟା କାରଣରୁ ଧାନ କିଣାଯାଇ ପାରୁ ନାହିଁ ବୋଲି ସଙ୍ଗଠନର ପ୍ରତିନିଧିବୃନ୍ଦ କହିଛନ୍ତି। ଏହି ପ୍ରତିନିଧି ଦଳରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ତପନ ମିଶ୍ର, ତୁଳଣ୍ଡି ମଣ୍ଡିର ବନବାସ ସାହୁ, ହରଧାର ସାହୁ, ସୁବଳ ଶତପଥି, ଶ୍ରୀବତ୍ସ ବେରିଆ, ନିରାକାର ଦୀପ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

ସାବିତ୍ରୀ ନାୟକଙ୍କ ପରଲୋକ, ଦୁଃଖପ୍ରକାଶ କଲେ ବଲାଙ୍ଗୀର ବିଧାୟକ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବର୍ଷୀୟାନ ଶିକ୍ଷାବିତ୍ ପ୍ରାଣବନ୍ଧୁ ନାୟକଙ୍କ ଧର୍ମପତ୍ନୀ ସାବିତ୍ରୀ ନାୟକ (୮୨ ) ଆଜି ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri