ସୁଧୁରୁନି ଧାନବିକ୍ରି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ/ବରପାଲି,୧୫।୧(ପ୍ରେମାନନ୍ଦ ଖମାରୀ/ଚିତ୍ତରଞ୍ଜନ ସାହୁ):ବରଗଡ ଜିଲାରେ ଧାନ ବିକ୍ରିବଟା ସମସ୍ୟା ଲାଗି ରହିଛି। ଆଉ ୩ଦିନ ପରେ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ହେଲେ ଏବେ ମଧ୍ୟ ଅନେକ ମଣ୍ଡିରେ ଧାନବିକ୍ରି ସମସ୍ୟା ଅସମାହିତ ରହିଛି। ଧାନବିକ୍ରି ହେବା ତ ଦୂରର କଥା, ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ ପହଞ୍ଚି ନାହିଁ। ସେହିପରି ମଣ୍ଡିରେ ଧାନ ଉଠାଣ ମନ୍ଥର ଗତିରେ ଚାଲିଥିବା ଯୋଗୁ ବିଭିନ୍ନ ମଣ୍ଡିରେ ବିକ୍ରି ଅପେକ୍ଷାରେ ବହୁ ପରିମାଣରେ ଧାନ ପଡିରହିଛି। ଅନ୍ୟପଟେ ଖରିଫ ଅମଳ ଧାନ ବିକ୍ରି କରିପାରି ନ ଥିବା ଯୋଗୁ ରବିଚାଷ କିଭଳି କରିବେ, ଜିଲାର ଚାଷୀମାନଙ୍କୁ ଏବେ ସେହି ଚିନ୍ତା ଘାରିଛି। ବୁଧବାର ସଂଯୁକ୍ତ କୃଷକ ସଙ୍ଗଠନର ଏକ ପ୍ରତିନିଧି ଦଳ ବରପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ମଣ୍ଡି ପରିଦର୍ଶନରେ ଯାଇଥିଲେ। ସେଠାରେ ଧାନବିକ୍ରି ଅବ୍ୟବସ୍ଥା ଦେଖି ଚାଷୀ ପ୍ରତିନିଧିମାନେ ଉଦ୍‌ବେଗ ପ୍ରକାଶ କରିବା ସହିତ ଚଳିତ ମାସ ଶେଷସୁଦ୍ଧା ଚାଷୀଙ୍କ ସମସ୍ତ ଅମଳ ଧାନ କିଣିବା ଦିଗରେ ପଦକ୍ଷେପ ନେବା ପାଇଁ ସରକାରଙ୍କଠାରେ ଦାବି କରିଛନ୍ତି। ଚାଷୀ ପ୍ରତିନିଧିବୃନ୍ଦ କଟାପାଲି, ବରପାଲି, ତୁଳଣ୍ଡି, କୁମ୍ଭାରୀ ଆଦି ମଣ୍ଡି ପରିଦର୍ଶନ କରିଥିଲେ। ଧାନବିକ୍ରି କ୍ଷେତ୍ରରେ ଚାଷୀଙ୍କୁ ଅନେକ ଅସୁବିଧା ହଇରାଣ ହେବାକୁ ପଡୁଛି ଏବଂ ଅତି ମନ୍ଥର ଗତିରେ ଧାନ କିଣା ଯାଉଛି ବୋଲି ଚାଷୀ ପ୍ରତିନିଧିମାନେ କହିଛନ୍ତି। ପ୍ରକୃତ ଚାଷୀ ଟୋକନ ମାଧ୍ୟମରେ ଧାନ ଆଣୁଥିଲେ ସୁଦ୍ଧା ଏଭଳି ହଟହଟା ହେଉଛନ୍ତି ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ପ୍ରତିନିଧିମାନେ ପ୍ରକାଶ କରିଛନ୍ତି। ସଙ୍ଗଠନର ପ୍ରତିନିଧିମାନେ କହିଛନ୍ତି, କୁମ୍ଭାରୀ ମଣ୍ଡିରେ ୪୦ହଜାର କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ୮୩୧ ଜଣ ଚାଷୀ ଜମି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୭୩୦ ଜଣଙ୍କ ଟୋକନ ଆସିଛି। ଅନ୍ୟ ୧୦୧ଜଣ ଚାଷୀଙ୍କ ଟୋକନ ଏପର୍ଯ୍ୟନ୍ତ ଆସି ନାହିଁ। ସେହିପରି ତୁଳଣ୍ଡି ମଣ୍ଡିରୁ ଗତ ବର୍ଷ ୨୫ହଜାର କୁଇଣ୍ଟାଲ ଧାନ କିଣା ଯାଇଥିଲା। ଚଳିତବର୍ଷ ଏହି ମଣ୍ଡିରୁ ମାତ୍ର ୫୮୩୮ କୁଇଣ୍ଟାଲ ଧାନ କିଣା ଯାଇଛି ଏବଂ ୮୬୩୮ ପକେଟ ଧାନ ମଣ୍ଡିରେ ପଡ଼ି ରହିଛି। ଅତଏବ ଚାଷୀମାନେ ଟୋକନ ଆଧାରରେ ମଣ୍ଡିରେ ଧାନ ପକାଇଥିଲେ ମଧ୍ୟ ଦିନିକିଆ ନିୟନ୍ତ୍ରିତ କୋଟା କାରଣରୁ ଧାନ କିଣାଯାଇ ପାରୁ ନାହିଁ ବୋଲି ସଙ୍ଗଠନର ପ୍ରତିନିଧିବୃନ୍ଦ କହିଛନ୍ତି। ଏହି ପ୍ରତିନିଧି ଦଳରେ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର, ତପନ ମିଶ୍ର, ତୁଳଣ୍ଡି ମଣ୍ଡିର ବନବାସ ସାହୁ, ହରଧାର ସାହୁ, ସୁବଳ ଶତପଥି, ଶ୍ରୀବତ୍ସ ବେରିଆ, ନିରାକାର ଦୀପ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?