ସମସ୍ୟା ବଢ଼ାଉଛି ଡାକ୍ତର ଅଭାବ

ଭୁବନେଶ୍ୱର,୨୭।୭(ବ୍ୟୁରୋ):କରୋନା ସଂକ୍ରମଣ ସାରା ବିଶ୍ୱରେ ଚିନ୍ତା ବଢ଼ାଇ ଦେଇଛି। କରୋନା ପରିସ୍ଥିତିର ମୁକାବିଲା କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଡାକ୍ତରମାନଙ୍କୁ ଆଗଧାଡ଼ିର ଯୋଦ୍ଧା ବୋଲି ସରକାର ଘୋଷଣା କରିଛନ୍ତି। ହେଲେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଏବେ ସରକାରଙ୍କ ସମସ୍ୟା ବଢ଼ାଇଛି। ଏଭଳି ଏକ ଅଭାବ ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସରକାର ରାଜ୍ୟରେ ଡାକ୍ତରମାନଙ୍କ ଅବସର ବୟସ ୫୮ରୁ ୬୦ ବର୍ଷକୁ ବୃଦ୍ଧି କରିଥିବାବେଳେ ଏହାପରେ ୬୨କୁ ବଢାଇଥିଲେ। ନିକଟରେ ଦୁଇଦିନ ତଳେ ସରକାର ଡାକ୍ତରଙ୍କ ଅବସର ବୟସକୁ ଆଉ ୩ବର୍ଷ ବୃଦ୍ଧି କରି ୬୫ବର୍ଷ କରିଛନ୍ତି। ଏହାସହ ଅଧିକାଂଶ ସ୍ଥାନରେ ଚୁକ୍ତିଭିତ୍ତିରେ ଡାକ୍ତର, ଷ୍ଟାଫ୍‌ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି। ହେଲେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଅଧିକାଂଶ ସରକାରୀ ଡାକ୍ତରଖାନାରେ ଡାକ୍ତର ଓ ବିଭାଗୀୟ କର୍ମଚାରୀଙ୍କ ଅଭାବ ଦେଖିବାକୁ ମିଳୁଛିି।
ବିଧାନସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟା ୪କୋଟି ୨୦ଲକ୍ଷ। ଲୋକ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ୧୩୧୫ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୩୨୮ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ଅଛି। ହେଲେ ରାଜ୍ୟରେ ଅଦ୍ୟାବଧି ୧୨୮୭ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ୩୭୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ସେହି ଅନୁସାରେ ରାଜ୍ୟରେ ୭୪୪୯ଜଣ ଡାକ୍ତରଙ୍କ ଆବଶ୍ୟକ ସ୍ଥଳେ ୬୨୧୮ ନିଯୁକ୍ତ ହୋଇଛନ୍ତି। ଇତିମଧ୍ୟରେ ଅଧିକାଂଶ ଅବସର ନେଇସାରିଥିବାବେଳେ ଆହୁରି କେତେଜଣ ଉଚ୍ଚଶିକ୍ଷା ନିମନ୍ତେ ଛୁଟିରେ ଅଛନ୍ତି। ସେହିପରି ଷ୍ଟାଫନର୍ସଙ୍କ ସଂଖ୍ୟା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି। ୨୨,୩୩୭ ଜଣ ଷ୍ଟାଫ ନର୍ସଙ୍କ ଆବଶ୍ୟକତା ଥିଲାବେଳେ ମାତ୍ର ୪୫୨୯ ଜଣ ଦାୟିତ୍ୱରେ ଅଛନ୍ତି। ସେହିପରି ୨୯୦୯ ଲାବରେଟୋରୀ ଆସିଷ୍ଟାଣ୍ଟଙ୍କ ବଦଳରେ ଅଛନ୍ତି ମାତ୍ର ୮୭୯। ମହିଳା ସ୍ବାସ୍ଥ୍ୟକର୍ମୀ ୧୧, ୭୨୭ଜଣଙ୍କ ପରିବର୍ତ୍ତେ ଅଛନ୍ତି ୮, ୫୮୨ଜଣ। ସେହିପରି ପୁରୁଷ ସ୍ବାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ୭, ୯୭୫ଜଣ ରହିଥିଲା ବେଳେ ମାତ୍ର ୩, ୨୯୦ଜଣ ଅଛନ୍ତି। ମହିଳା ଓ ପୁରୁଷ ଏମ୍‌ପିଏଚ୍‌ଏସ୍‌ଙ୍କ ସଂଖ୍ୟା ମଧ୍ୟ ଆବଶ୍ୟକତାଠାରୁ ଯଥେଷ୍ଟ କମ୍‌ ଥିବା ଜଣାପଡ଼ିଛି।
ସରକାର ଦେଇଥିବା ଆଉ ଏକ ତଥ୍ୟ ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ମେଡିକାଲ କଲେଜର ସମୁଦାୟ ସିଟ୍‌ ସଂଖ୍ୟା ୧୫୫୦। ସେଥିମଧ୍ୟରୁ ବାର୍ଷିକ ପ୍ରାୟ ୯୯ପ୍ରତିଶତ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହେଉଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଅନୁଯାୟୀ ପ୍ରାୟ ହଜାରେ ଲୋକସଂଖ୍ୟାରେ ଜଣେ ଲେଖାଏ ଡାକ୍ତରଙ୍କ ଆବଶ୍ୟକତା ଅଛି। ଜନସଂଖ୍ୟା ଅନୁଯାୟୀ ରାଜ୍ୟରେ ପ୍ରାୟ ୪୩ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ପ୍ରାୟ ୨୪ହଜାର ରେଜିଷ୍ଟ୍ରୀଭୁକ୍ତ ଡାକ୍ତର ଅଛନ୍ତି। ସେହିଭଳି ରାଜ୍ୟରେ ସରକାରୀ ମେଡିକାଲ କଲେଜରେ ମୋଟ ୧୨୬୬ ମଞ୍ଜୁରୀପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ପ୍ରଫେସର ପଦବୀରେ ବର୍ତ୍ତମାନ ୯୪୨ଜଣ କାର୍ଯ୍ୟରତ ରହିଛନ୍ତି। ବାକି ୩୨୫ ପଦବୀ ଖାଲିପଡିଛି। ସେହିପରି ରାଜ୍ୟରେ କୌଣସି ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ନ ଥିବାବେଳେ ଏହାର ଆବଶ୍ୟକତା ଥିବା ସରକାର ସ୍ବୀକାର କରିଛନ୍ତି। ହେଲେ ଏଥିପାଇଁ କେବେ ବିଧେୟକ ଅଣାଯିବ ସେନେଇ କୌଣସି ପ୍ରସ୍ତାବ ନ ଥିବା ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ ୨୦୧୯ରେ ଉତ୍ତର ରଖିଛନ୍ତି। ରାଜ୍ୟର ସବୁ ଜିଲାରେ ଯେତିକି ଡାକ୍ତରଙ୍କ ଆବଶ୍ୟକତା ଅଛି ସେହି ଅନୁଯାୟୀ ପଦବୀ ପୂରଣ ନାହିଁ। ରାଜ୍ୟରେ ମୋଟ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୬୬୧୪ ଥିଲାବେଳେ ସେଥିରୁ ସ୍ଥାୟୀଭାବେ ୨୯୮୩ ଜଣ ଅଛନ୍ତି। ଆଡ୍‌ହକ୍‌ରେ ୧୧୯ଜଣ, ଠିକାରେ ୫୮୫ ଜଣ ଅଛନ୍ତି। ସେହିଭଳିି ଦେଖିଲେ ମୋଟ ୨୯୨୭ ପଦବୀ ଖାଲି ଅଛି। ଏହା ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀର ୪୪.୨୫ ପ୍ରତିଶତ ହେବ। ଅନ୍ୟପଟେ ରାଜ୍ୟ ସରକାର ଦେଇଥିବା ଆଉ ଏକ ତଥ୍ୟ ଅନୁଯାୟୀ ଓଡ଼ିଶାରେ ୯୮୨ଟି ନର୍ସିଂହୋମ୍‌ ପଞ୍ଜୀକୃତ ଥିବାବେଳେ ସେଥିରୁ ୮୯୮ଟି ଅଦ୍ୟାବଧି ଚାଲୁ ରହିଛି।
ରାଜ୍ୟରେ ଏବେ ମୋଟ ୭ ମେଡିକାଲ କଲେଜ, ଗୋଟିଏ ଡେଣ୍ଟାଲ କଲେଜ, ୪ ହୋମିଓପାଥିକ କଲେଜ, ୩ ଆୟୁର୍ବେଦିକ କଲେଜ ଅଛି। ଏହି ୧୫ କଲେଜରେ ମୋଟ ୫୧୬ ଶିକ୍ଷକ ପଦବୀ ଏବଂ ୨୭୦୫ ନନ୍‌ଟିଚିଂ ପଦବୀ ଖାଲି ରହିଛି। ଏଭଳି ସ୍ଥିତିରେ କରୋନା ମହାମାରୀଗ୍ରସ୍ତ ଜିଲାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଅନ୍ୟ ଜିଲାରୁ ଡାକ୍ତର ଅଣାଯାଇ କାମ ଚଳାଯାଉଥିବା ବେଳେ ଯେଉଁ ଜିଲାରୁ ଡାକ୍ତର ଯାଉଛନ୍ତି ସେଠାରେ ବର୍ତ୍ତମାନ ଗୁରୁତର ଅସୁବିଧା ଉପୁଜିଥିବା ବିଭିନ୍ନ ଦଳର ପ୍ରତିନିଧିମାନେ ଅଭିଯୋଗ କଲେଣି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟରେ ଡାକ୍ତର ପଦବୀ ଖାଲି ରହିଥିବା କଥାକୁ ସ୍ବୀକାର କରିଛନ୍ତି। ସମ୍ପ୍ରତି କୋଭିଡ୍‌ ହସ୍ପିଟାଲରେ ଅନେକ ଡାକ୍ତରଙ୍କ ଆବଶ୍ୟକତା ରହିଛି। ତେଣୁ ସବୁ ଦିଗକୁ ଚିନ୍ତା କରି ଡାକ୍ତରଙ୍କ ଅବସର ବୟସ ସୀମାକୁ ବୃଦ୍ଧି କରାଯାଇଛି ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

ଡିପଫେକ୍‌ରେ ଗମ୍ଭୀର: ଆପତ୍ତିଜନକ ପୋଷ୍ଟ ହଟାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୬ା୩: ଦିଲ୍ଲୀ ହାଇକୋର୍ଟ ଗୁଗଲ, ମେଟା ଓ ଆମାଜନ ଭଳି ଅଗ୍ରଣୀ ଟେକ୍‌ ପ୍ଲାଟଫର୍ମକୁ ପୂର୍ୱତନ କ୍ରିକେଟର ତଥା ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

ବ୍ରିଜ୍‌ ଉପରେ ହଠାତ୍‌ ଫାଟିଲା ପାନୀଳ ଜଳ ପାଇପ୍‌, ଆଉ ତା’ ପରେ…

ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍‌ ଉପରେ ଥିବା ପାନୀୟଜଳ ପାଇପ୍‌ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…

ଯୁଦ୍ଧ ଭିତରେ ଚାଇନା ଯିବେ ଟ୍ରମ୍ପ, ତାରିଖ ଘୋଷଣା କଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମେ ୧୪ ରୁ ୧୫ ମଧ୍ୟରେ ଚାଇନା ଗସ୍ତ କରିବେ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ…

ଇରାନକୁ ନୂଆ ଧମକ ଦେଲେ ଟ୍ରମ୍ପ, ଇରାନୀ କୋଠରୀ ଭିତରେ ନିବେଦନ କରନ୍ତି କିନ୍ତୁ…

ନୂଆଦିଲ୍ଲୀ,୨୬ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଯାଇଛନ୍ତି। ତାଙ୍କ ପ୍ଲାଟଫର୍ମ, ଟ୍ରୁଥ୍ ସୋସିଆଲରେ, ସେ ଇରାନକୁ ଏକ ନୂତନ ଧମକ ଦେଇଛନ୍ତି। ସେ…

ହୋଟେଲ, ରେଷ୍ଟୁରାଣ୍ଟରେ ବଡ଼ ଧରଣର ଚଢ଼ାଉ

ନୂଆପଡ଼ା,୨୬ା୩ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡରର କୃତ୍ରିମ ଅଭାବ ଦେଖାଦେଇଥିବା ବେଳେ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri