ସମସ୍ୟା ବଢ଼ାଉଛି ମାଟି ସଡ଼କ

ଛେଣ୍ଡିପଦା,୨ା୯(ସ୍ବ.ପ୍ର.):  ଗାଁର ମୁଖ୍ୟ ସମସ୍ୟା ଗମନାଗମନରେ ଅସୁବିଧା। ବର୍ଷାଦିନେ ମାଟି ରାସ୍ତାରେ ଯାତାୟାତ ଗ୍ରାମବାସୀଙ୍କ ପକ୍ଷେ ଅତି କଷ୍ଟକର। ଏପରି କି ରୋଗୀଙ୍କୁ ଡାକ୍ତରଖାନା ଯାଏ ନେବାକୁ ଆମ୍ବୁଲାନ୍ସ ପଶିପାରୁନି ଗ୍ରାମରେ। ତେଣୁ ପକ୍କା ସଡ଼କଟିଏ ନିର୍ମାଣ ନିମନ୍ତେ ଗାଁଲୋକେ ଅନେକଥର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ସ୍ଥାନୀୟ ଲୋକ ପ୍ରନିନିଧିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ହେଲେ ବର୍ଷ ବର୍ଷ ଧରି ଉପେକ୍ଷା, ଅବହେଳା ଛଡ଼ା କିଛି କରାଯାଇନି। ସରକାର ସହର ସହ ଗ୍ରାମାଞ୍ଚଳର ସଂଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଥିବାବେଳେ ଛେଣ୍ଡିପଦା ବ୍ଲକ ବାହାଳସାହି ପଞ୍ଚାୟତର ୨ନଂ ୱାର୍ଡକୁ ଯାଇଥିବା ମାଟି ସଡ଼କ ଅଧିବାସୀଙ୍କ ସମସ୍ୟା ବଢ଼ାଇ ଦେଉଛି।
ବାହାଳ ସାହି ପଞ୍ଚାୟତ ୨ନଂ ୱାର୍ଡରେ ରହିଛି ଗୋହିରାପଶି ଓ ନଙ୍ଗୁଳିଜଙ୍ଗଲ ରାଜସ୍ବ ଗାଁ। ଏହି ଦୁଇ ଗାଁରେ ୧୭୦ ପରିବାରର ୬ଶହ ଲୋକ ବାସ କରୁଛନ୍ତି। ଶତାଧିକ ବର୍ଷ ହେବ ଏଠାରେ ଲୋକେ ବସତି ସ୍ଥାପନ କରିଥିଲେ ମଧ୍ୟ ଗମନାଗମନ ପାଇଁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। ଗ୍ରାମକୁ ଆସିବା ପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ହେଲା ବାହାଳସାହିରୁ କମ୍ପସଲା ଯାଇଥିବା ପିଚୁ ରାସ୍ତାର ପ୍ରକାଶ ବନ୍ଧଠାରୁ ଓ ଅନ୍ୟଟି ବ୍ଲକ ଛକ ଠାରୁ ଚାଙ୍ଗୁଡିଆ ଯାଇଥିବା ପିଚୁ ରାସ୍ତାର ଡାଇବର ଗ୍ରାମ ଠାରୁ ମାଟି ରାସ୍ତା ୨ନଂ. ଓ୍ବାର୍ଡକୁ ଆସିଛି। ହେଲେ ଉଭୟ ରାସ୍ତାର ପ୍ରକାଶ ବନ୍ଧ ଓ ଡାଇବର ଗ୍ରାମଠାରୁ ପ୍ରାୟ ୩ କିଲୋମିଟର ମାଟି ରାସ୍ତା ଖାଲଖମାରେ ପରିପୂର୍ଣ୍ଣ। ବର୍ଷାଦିନେ ଏହି ସଡ଼କ ପାଣି କାଦୁଅରେ ଭରିଯାଉଥିବାରୁ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ। ଏପରି କି ଗଁା ମଧ୍ୟକୁ ୪ ଚକିଆ ଯାନ କି ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଗୁରୁତର ରୋଗୀମାନଙ୍କୁ ବହୁ କଷ୍ଟରେ ପିଚୁ ରାସ୍ତା ପର୍ଯ୍ୟନ୍ତ ଅଣାଯିବା ପରେ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଇଥାଏ। କେବଳ ଏତିକି ନୁହେଁ, ଗ୍ରାମବାସୀ ପଡ଼ୋଶୀ ଗଁାରୁ ରାଶନ ସାମଗ୍ରୀ ଆଣିବାକୁ ହଇରାଣ ହେଉଛନ୍ତି। ସେମାନେ ଚାଲି ଚାଲି ଏହି କାଦୁଅ ରାସ୍ତାରେ ଚାଉଳ, ଗହମ ମୁଣ୍ଡାଇ ଫେରୁଛନ୍ତି। ଓ୍ବାର୍ଡ ମଧ୍ୟରେ କେବଳ ୨୦୦ ମିଟର କଂକ୍ରିଟ ରାସ୍ତାକୁ ଛାଡିଦେଲେ ଅନ୍ୟ ସମସ୍ତ ରାସ୍ତା ମାଟି ରହିଛି। ଏ ନେଇ ଦୀର୍ଘଦିନ ହେଲା ଗ୍ରାମବାସୀ ପ୍ରଶାସନ ଓ ଲୋକପ୍ରନିନିଧିଙ୍କ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କେହି କର୍ଣ୍ଣପାତ କରୁନାହାନ୍ତି
ଗ୍ରାମକୁ ଯାତାୟାତ ପାଇଁ ଭଲ ରାସ୍ତା ନିର୍ମାଣ କରିବାକୁ ବାରମ୍ବାର ଅଭିଯୋଗ କରାଯାଉଛି। କିନ୍ତୁ ଏଥିପ୍ରତି ପଞ୍ଚାୟତ କିମ୍ବା ବ୍ଲକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଦୌ ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧାବୃଦ୍ଧମାନେ ପାଣି କାଦୁଅରେ ପଶି ଯିବାଆସିବା କରୁଛନ୍ତି।
-ବିଳାସ ଖିଲାର, ଗୋହିରାପଶି

ଗାଁରେ ରାଶନ ଦିଆଯାଉ
କାଦୁଅ ରାସ୍ତାରେ ରାଶନ ମୁଣ୍ଡେଇ ଆଣିବା ବହୁ କଷ୍ଟକର। ତେଣୁ ଆମ ଗଁାରେ ରାଶନ ସାମଗ୍ରୀ ପ୍ରଦାନ ନିମନ୍ତେ ବହୁବାର ଯୋଗାଣ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି। ମାମୁରିଆରୁ ଯାଉଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଗଁା ପାଖଦେଇ ନିଆଗଲେ ଲୋକେ ଉପକୃତ ହୁଅନ୍ତେ।
-କ୍ଷେତ୍ରବାସୀ ସେନାପତି, ଗ୍ରାମବାସୀ

ପଞ୍ଚାୟତରେ ଅର୍ଥ ନାହିଁ
ଗୋହିରାପଶି ଗାଁ ରାସ୍ତା ଦୀର୍ଘଦିନ ହେବ ଖାଲଖମାରେ ପରିଣତ ହୋଇଛି। ବର୍ଷା ହେଲେ ଯାତାୟାତରେ ଅସୁବିଧା ହେଉଛି। ପଞ୍ଚାୟତ ପକ୍ଷରୁ ବେଳେବେଳେ ମାଟି ମୋରମ ପକାଯାଉଛି। ପକ୍କା ରାସ୍ତା ନିର୍ମାଣ ନିମନ୍ତେ ପଞ୍ଚାୟତରେ ଅର୍ଥ ନ ଥିବାରୁ କିଛି ପଦକ୍ଷେପ ନିଆଯାଇ ପାରୁନାହିଁ।
-ନାରାୟଣ ବେହେରା, ସରପଞ୍ଚ, ବାହାଳସାହି

ଦୟନୀୟ ଅବସ୍ଥାରେ ରହିଛୁ
କାଦୁଅ ସଡ଼କକୁ ନେଇ ବହୁ ସମସ୍ୟା ଭୋଗୁଛୁ। ଏ ନେଇ ପ୍ରଶାସନ ନିକଟରେ ବହୁବାର ଅଭିଯୋଗ କରିଛୁ। କିନ୍ତୁ ପକ୍କା ରାସ୍ତା ନର୍ମାଣ ପାଇଁ ପଦକ୍ଷେପ ନିଆଯାଉ ନାହିଁ। କେତେବର୍ଷ ଏପରି ଦୟନୀୟ ଅବସ୍ଥାରେ ରହିଲେ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ିବ ତାହା ଗ୍ରାମବାସୀ ବୁଝିପାରୁନାହାନ୍ତି।
-ପ୍ରସନ୍ନ ଦାସ, ଗାଁ ସମ୍ପାଦକ

ହସ୍ତାନ୍ତର ପରେ ସମାଧାନ
ଉକ୍ତ ରାସ୍ତା ପଞ୍ଚାୟତ ଅଧୀନରେ ରହିଛି। ଏବେ ନୂତନ କଂକ୍ରିଟ ରାସ୍ତା ପାଇଁ ଅର୍ଥ ଆସୁନାହିଁ। ତେଣୁ ପଞ୍ଚାୟତ ପକ୍ଷରୁ ରିଜଲ୍ୟୁଶନ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ହସ୍ତାନ୍ତର କରାଯିବା ପରେ ସମସ୍ୟାର ସମାଧାନ ହୋଇପାରିବ ଓ ଗ୍ରାମବାସୀ ଉପକୃତ ହେବେ।
– ସଞ୍ଜୟ କୁମାର ଆଚାର୍ଯ୍ୟ, ବିଡିଓ, ଛେଣ୍ଡିପଦା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

୬ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ଼

ଧର୍ମଶାଳା,୧୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଗଡମଧୁପୁର ନିକଟରୁ ଏକ ୬ଫୁଟ ଲମ୍ବର ଅଜଗର ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗ୍ରାମରେ ଥିବା ଏକ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ କରିବାରୁ ଚିହିଁକି ଉଠିଲେ ନେତା: କହିଲେ କେହି ବଙ୍କା କରିପାରିବେ…

ଭୁବନେଶ୍ୱର,୧୯।୧୨: ବିଜେଡି ନେତାଙ୍କ ମେଳିକୁ ନେଇ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର। ସାମ୍ବାଦିକଙ୍କ ପ୍ରଶ୍ନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଚିହିଁକି ଉଠିଛନ୍ତି। ଖରାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri