ଡାକ୍ତର ଅଭାବରୁ ଅବ୍ୟବସ୍ଥା

ଭଦ୍ରକ ଅଫିସ/ବାରିପଦା ଅଫିସ/ବାଲେଶ୍ୱର ଅଫିସ/କେନ୍ଦୁଝର(ସ୍ବ.ପ୍ର.),୩୦।୪:ଭଦ୍ରକ ଜିଲାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀର ୭୦ ପ୍ରତିଶତ ପଦବୀ ଖାଲି ପଡ଼ିଛିି। ଯେଉଁମାନେ ଅଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣ ଲମ୍ବା ଛୁଟିରେ ଯାଇଥିବା ବେଳେ କେତେଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା। ଜିଲାର ଅଧିକାଂଶ ଡାକ୍ତରଖାନାରେ ମେଡିକାଲ ଇନ୍‌ଚାର୍ଜ ନାହାନ୍ତି।
ବିଜୟ କୁମାର ପ୍ରଧାନ ନାମକ ଜଣେ ରୋଗୀ କହିଛନ୍ତି ଯେ, ତାଙ୍କର ପେଟ ଯନ୍ତ୍ରଣା ହେଉଥିଲା। ସେ ଗତ ୨୫ ତାରିଖ ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ବା ପରେ ଡାକ୍ତର ନ ଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ସେ ଦୀର୍ଘ ସମୟ ଅପେକ୍ଷା କରିଥିଲେ, ଯାହାକି ତାଙ୍କର ରୋଗ ଯନ୍ତ୍ରଣାକୁ ବଢ଼ାଇ ଦେଇଥିଲା।
ବିଳମ୍ବିତ ରାତିରେ ଜଣେ ଡାକ୍ତର ଆସି ତାଙ୍କୁ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣା କମି ନ ଥିଲା। ପରଦିନ ସକାଳେ ଅନ୍ୟ ଜଣେ ଡାକ୍ତର ଆସି ଚିକିତ୍ସା କରିବା ପରେ ସାମାନ୍ୟ ଉପଶମ ହୋଇଥିଲା। ଏଥିପାଇଁ ସେ ଦୁଇଦିନ ଡାକ୍ତରଖାନାରେ ରହିଥିବା ବେଳେ ଚିକିତ୍ସାରେ ଏଭଳି ଅବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସକାଳେ ଓ ସନ୍ଧ୍ୟାରେ ଥରେ ଲେଖାଏ ଡାକ୍ତର ଓ୍ବାର୍ଡକୁ ଆସୁଥିବା ବେଳେ ଅନ୍ୟ ସମୟରେ ଯନ୍ତ୍ରଣା ହେଲେ ପରାମର୍ଶ ପାଇଁ ଖୋଜିଲେ ମିଳନ୍ତି ନାହିଁ। ସେହିପରି ବନ୍ତ ଅଞ୍ଚଳର ଜଣେ ରୋଗୀଙ୍କ ସମ୍ପର୍କୀୟ ଜୟନ୍ତ ଦାସ କହିଛନ୍ତି, ଦୁଇଦିନ ତଳେ ସେ ତାଙ୍କ ବଡ଼ଭାଇଙ୍କର ଛାତି ଯନ୍ତ୍ରଣା ସହ ବାନ୍ତି ହେଉଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଆଉଟଡୋର ସମୟ ପରେ ଆସିଥିବାରୁ ତାଙ୍କୁ ଦିନ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କୁହାଯାଇଥିଲା। ଫଳରେ ସେ ଏକ ଘରୋଇ ଡାକ୍ତରଖାନାକୁ ନେଇ ତାଙ୍କୁ ଭାଇଙ୍କର ଚିକିତ୍ସା କରାଇଥିଲେ। ଯେଉଁଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା।
ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନାର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ କହିଛନ୍ତି, ଜିଲାରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସମସ୍ତ ପଡ଼ୋଶୀ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ସ୍ବାସ୍ଥ୍ୟସେବା ପ୍ରତି ଗୁରୁତ୍ୱ ଦିଆଯାଉଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଭଦ୍ରକ ଅବହେଳାର ଶିକାର ହେଉଛି।
ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଭଦ୍ରକ ଜିଲାରେ ମୋଟ ୨୬୫ ଡାକ୍ତର ପଦବୀ ମଞ୍ଜୁର ହୋଇଥିବା ବେଳେ ୧୬ଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ମିଶାଇ ମାତ୍ର ୧୧୦ଜଣ କାର୍ଯ୍ୟରତ ଅଛନ୍ତି। ୩୦୦ ଶଯ୍ୟା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୨୬ ଡାକ୍ତର ପଦ ମଞ୍ଜୁର ଥିବାବେଳେ ମୋଟ ୪୦ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଶଯ୍ୟା ଅଭାବରୁ ରୋଗୀମାନଙ୍କୁ ବାରଣ୍ଡାରେ ଚିକିତ୍ସିତ ହେବାକୁ ପଡୁଛି। ୧୩ ଶହରୁ ଊର୍ଦ୍ଧ୍ୱ ରୋଗୀ ପ୍ରତ୍ୟହ ଆସୁଥିବା ବେଳେ ଡାକ୍ତର ଓ ଅନ୍ୟାନ୍ୟ ଜରୁରୀ ସେବା ଅଭାବରୁ ଅଧିକାଂଶ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ପଦ ଖାଲି ରହିଛି। ସେହିପରି ଜିଲାରେ ଥିବା ୭ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଚାନ୍ଦବାଲି, ଆଗରପଡ଼ା ଓ ବାସୁଦେବପୁରରେ ସ୍ଥାୟୀ ଇନ୍‌ଚାର୍ଜ ନାହାନ୍ତି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର କୁହନ୍ତି, ଅଧିକ ଡାକ୍ତର ଯୋଗାଇବା ଓ ଖାଲିଥିବା ପଦବୀ ପୂରଣ ପାଇଁ ବାରମ୍ବାର ଜିଲାପାଳଙ୍କ ଜରିଆରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଛି। ୩୨ଜଣ ଡାକ୍ତରଙ୍କୁ ନିକଟରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦେଇଛନ୍ତି। ମେଡିକାଲ ସୁପରିଟେଣ୍ଡେଣ୍ଟ ଡା. ସନ୍ତୋଷ କୁମାର ଦାସ କୁହନ୍ତି, ଯେତିକି ଡାକ୍ତର ଅଛନ୍ତି ସେତିକିରେ ସ୍ବାସ୍ଥ୍ୟସେବା ଚାଲିଛି। ଅଧିକ ଡାକ୍ତର ଯୋଗାଇଦେଲେ ସ୍ବାସ୍ଥ୍ୟସେବାରେ ସୁଧାର ଆସିପାରନ୍ତା। ଉନ୍ନତ ଚିକିତ୍ସା ଯନ୍ତ୍ରପାତିର ସୁବିଧା ନ ଥିବାରୁ ଆବଶ୍ୟକ ସ୍ଥଳେ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଜନସଂଖ୍ୟା ପାଖାପାଖି ୩୦ଲକ୍ଷରୁ ଊର୍ଦ୍ଧ୍ୱ। ଜିଲାବାସୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି। ଉଦଳା, ରାଇରଙ୍ଗପୁର ଓ କରଞ୍ଜିଆଠାରେ ୩ଟି ଉପଖଣ୍ଡସ୍ତରୀୟ ଡାକ୍ତରଖାନା ରହିଛି। ଏହାବ୍ୟତୀତ ୮୬ଟି ପିଏଚ୍‌ସି, ୨୬ଟି ସିଏଚ୍‌ସି ଓ ୨ଟି ଏରିଆ ହସ୍ପିଟାଲ ସହ ୫୮୯ଟି ସବ୍‌ ସେଣ୍ଟର ରହିଛି। ତେବେ ଜିଲାରେ ମୋଟ ଡାକ୍ତର ପଦବୀ ସଂଖ୍ୟା ୫୪୭ ଥିବାବେଳେ ୨୮୫ ପଦବୀ ଖାଲିପଡ଼ିଛି। ସେହିଭଳି ନର୍ସିଂ ଅଫିସର ୨୨୬ ଓ ଫାର୍ମାସିଷ୍ଟ ୫୦ ପଦବୀ ଖାଲିପଡ଼ିଛି। ୩୮ ଲାବରେଟାରୀ ଟେକ୍ନିସିଆନ, ୨୪ ରେଡିଓ ଗ୍ରାଫର ଓ ୨୫୧ଟି ହେଲ୍‌ଥ ୱାର୍କର ପଦବୀ ଜିଲାରେ ଖାଲିପଡ଼ିଛି।
ମେଡିକାଲ କଲେଜର ଅନେକ ବିଭାଗରେ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବାରୁ ରୋଗୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ଫଳରେ ଗୁରୁତର ଆହତ କିମ୍ବା ଜରୁରିକାଳୀନ ସ୍ବାସ୍ଥ୍ୟସେବା ନ ପାଇ ବାଟରେ ରୋଗୀଙ୍କ ଜୀବନ ଯାଉଛି। ଡାକ୍ତର ଅଭାବ କାରଣରୁ ଜିଲାର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସିରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ବିଭିନ୍ନ ସମୟରେ ଡାକ୍ତରଖାନା ପରିସରରେ ଉତ୍ତେଜନା ଓ ଖଣ୍ଡଯୁଦ୍ଧ ଭଳି ଘଟଣା ଘଟୁଥିବା ନଜିର ରହିଛି। ପିଆର୍‌ଏମ୍‌ ମେଡିକାଲ ଉପରେ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଜନସାଧାରଣ ନିର୍ଭର କରିଥାନ୍ତି। ବାରିପଦାରେ ସୁପର ସ୍ପେଶାଲିଟି ହସ୍ପିିଟାଲର ଆବଶ୍ୟକତା ରହିଥିବା ବେଳେ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଜିଲାବାସୀ ଦାବି କରିଛନ୍ତି।
କେନ୍ଦୁଝର ଜିଲାରେ ମୋଟ ଡାକ୍ତର ପଦବୀ ୩୫୯ ରହିଥିବା ବେଳେ ୧୮୨ ପଦବୀ ଖାଲିପଡ଼ିଛି। ୧୩୬ ଫାର୍ମାସିଷ୍ଟ ପଦବୀରୁ ୩୬ ପଦବୀ ଶୂନ। ସେହିପରି ପାଥୋଲୋଜି ବିଭାଗରେ ୪ଟି ଯାକ ବରିଷ୍ଠ ଲାବରୋଟୋରୀ ଟେକ୍ନିସିଆନ ପଦବୀ ଖାଲି ପଡ଼ିଛି। ଉକ୍ତ ବିଭାଗର ୬୩ ଜଣ ଜୁନିୟର ଲାବରୋଟୋରୀ ଟେକ୍ନିସିଆନ ପଦବୀ ମଧ୍ୟରୁ ଏବେ ବି ୨୧ ପଦବୀ ପୂରଣ ହୋଇନି। ଷ୍ଟାଫ ନର୍ସ ୫୮୭ ପଦବୀରୁ ୧୭୧ ପଦବୀ ଖାଲିପଡ଼ିଛି। ମ୍ୟାଲେରିଆ ପ୍ରବଣ ଜିଲା ଭାବେ କେନ୍ଦୁଝର ପରିଗଣିତ ହେଉଥିବା ବେଳେ ୧୪ ଲାବରୋଟୋରୀ ଟେକ୍ନିସିଆନ (ମ୍ୟାଲେରିଆ) ମଧ୍ୟରୁ ୯ ପଦବୀ ଖାଲିପଡ଼ିଛି। ଏହାଛଡ଼ା ସମୁଦାୟ ୨୫ ଜୁନିୟର ରେଡିଓଗ୍ରାଫର ପଦବୀରୁ ୧୪ ପଦବୀ ଖାଲିପଡ଼ିଛି। ସମୁଦାୟ ୧୨ ମହିଳା ସ୍ବାସ୍ଥ୍ୟକର୍ମୀ ଓ ୧୧୮ ପୁରୁଷ ସ୍ବାସ୍ଥ୍ୟକର୍ମୀ ପଦବୀ ଖାଲି ପଡ଼ିଥିବାରୁ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ଶୋଚନୀୟ ହୋଇପଡୁଛି। ସେହିପରି ୧୩ ଡ୍ରାଇଭର, ୩୦ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ପୁରୁଷ), ୧୬ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ମହିଳା) ପଦବୀ ଖାଲିପଡ଼ିଛି। ଏଥିସହ ସମୁଦାୟ ୧୯ରୁ ୧୫ କିରାଣି ପଦବୀ ଫାଙ୍କା ରହିଛି।
ବାଲେଶ୍ବର ଜିଲାରେ ମୋଟ ଡାକ୍ତରଙ୍କ ପଦବୀ ୩୭୩। ସେଥିମଧ୍ୟରୁ ୧୭୨ ପଦବୀ ଖାଲିପଡ଼ିଛି। ଫାର୍ମାସିଷ୍ଟ ୧୩୭ ପଦବୀରୁ ୨୭ ପଦବୀ ଫାଙ୍କା ପଡ଼ିଛି। ସରକାରୀ ଚୁକ୍ତିଭିତ୍ତିକ ୨୯ ଜଣ କାର୍ଯ୍ୟରତ। ଆର୍‌ବିଏସ୍‌କେ ଏବଂ ଏମ୍‌ଏଚ୍‌ୟୁରେ ୨୨ଜଣ ନିଯୁକ୍ତି ପାଇଛନ୍ତି।
ଏଏନ୍‌ଏମ୍‌ ୪୦୪ ପଦବୀରୁ ୮୫ ପଦବୀ ଫାଙ୍କା ପଡ଼ିଛି। ଏନ୍‌ଏଚ୍‌ଏମ୍‌ରେ ୧ ଏବଂ ସରକାରୀ ଚୁକ୍ତିଭିତ୍ତିକ ୭୭ଜଣ କାର୍ଯ୍ୟରତ।
ଷ୍ଟାଫନର୍ସ ୫୦୩ ପଦବୀରୁ ୧୫୮ ପଦବୀ ଫାଙ୍କା ପଡ଼ିଛି। ସରକାରୀ ଚୁକ୍ତିଭିତ୍ତିକ ୧୧୯ଜଣ କାର୍ଯ୍ୟରତ।
ପାଥୋଲୋଜିଷ୍ଟ ୫୯ ପଦବୀରୁ ୧୦ ପଦବୀ ଫାଙ୍କା ପଡ଼ିଛି। ଏହାବ୍ୟତୀତ ଏନ୍‌ଏଚ୍‌ଏମ୍‌ରେ ୭ ଏବଂ ସରକାରୀ ଚୁକ୍ତିଭିତ୍ତିିକ ୧୧ଜଣ କାର୍ଯ୍ୟରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri