ଜେଲ୍‌ରେ ଥାଇ କଲ୍‌ଗର୍ଲଙ୍କୁ ଡାକିଲେ କଏଦୀ, ଅଶ୍ଳୀଳ ଫଟୋ ସାମ୍ନାକୁ ଆସିବା ପରେ…

ଲଣ୍ଡନ,୨୭ା୬: ଜେଲ୍‌ରେ ସଜା କାଟୁଥିବା ଜଣେ କଏଦୀ କଲ୍‌ଗର୍ଲଙ୍କୁ ଡାକିଥିଲେ। ଏହି ଘଟଣାର ଖୁଲାସା ହେଲା ଯେତେବେଳେ ମୋବାଇଲରେ ଉଠା ଯାଇଥିବା ଅଶ୍ଳୀଳ ଫଟୋ ଭାଇରାଲ ହେଲା। ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ ଜେଲ୍‌ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉକ୍ତ ଘଟଣାକୁ ନେଇ ଜେଲ୍‌ ପରିସରରେ ହଙ୍ଗାମା ହୋଇଛି।

ଘଟଣାଟି ବ୍ରିଟେନର ସଫୋକର ଏଚ୍‌ଏମ୍‌ ଜେଲରେ ହୋଇଛି। ଏଠାରେ ଥିବା କଏଦୀ ଜଣକ ଜଣେ କଲ୍‌ଗର୍ଲଙ୍କୁ ଡାକିଥିଲେ। ପରେ ସେମାନେ ଅଶ୍ଳୀଳ ଫଟୋ ଉଠାଇଥିଲେ। ଫଟୋଗୁଡ଼ିକ ଭାଇରାଲ ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏଠାରେ ପ୍ରଶ୍ନ ଉଠୁଛି କଲ୍‌ଗର୍ଲ କିପରି ଜେଲ୍‌ ମଧ୍ୟକୁ ଆସିଲେ। ଏହାବ୍ୟତୀତ ଜେଲ୍‌ରେ କଏଦୀଙ୍କ ପାଇଁ ଇଲୋକ୍‌ଟ୍ରୋନିକ୍ସ ଉପକରଣ ପ୍ରତି ପ୍ରତିବନ୍ଧକ ରହିଛି। କିନ୍ତୁ ଏହି କଏଦୀଙ୍କ ନିକଟକୁ ଫୋନ୍‌ ଆସିଲା କେମିତି?

ଏହି ଘଟଣାର ଏବେ ଯାଞ୍ଚ ଆରମ୍ଭ ହୋଇଛି। ଜେଲ୍‌କୁ ଆସିଥିବା ସନ୍ଦିଗ୍ଧ ମହିଳାଙ୍କୁ ଖୋଜା ଚାଲିଛି। ଯାହା ଜଣାପଡୁଛି କୌଣସି ମହିଳା କଏଦୀଙ୍କ ଦ୍ୱାରା ଏହି କଲଗର୍ଲ ଜେଲ୍‌ ମଧ୍ୟକୁ ଆସିଛନ୍ତି। ପରେ ପୁରୁଷ କଏଦୀଙ୍କ ନିକଟକୁ ଯାଇଛନ୍ତି। ଯେଉଁଠି ଦୁର୍ଦ୍ଦାନ୍ତ ଅପରାଧୀମାନେ ରୁହନ୍ତି। ଏହି ଅପରାଧୀମାନେ ହିଂସା ଏବଂ ବଳାତ୍କାର ମାମଲାରେ ସଜା କାଟୁଛନ୍ତି।

Share