Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଗୁହାରି ହେଲେ ନିଖୋଜ ଯବାନଙ୍କ ସ୍ତ୍ରୀ

ରାୟପୁର, ୫।୪: ଛତିଶଗଡ଼ର ବିଜାପୁର ଏନ୍‌କାଉଣ୍ଟର ବେଳେ ନିଖୋଜ ଥିବା ସିଆର୍‌ପିଏଫ୍‌ ଯବାନ ରାକେଶ୍ୱର ସିଂ ମନ୍‌ହାସ ମାଓବାଦୀମାନଙ୍କ କବ୍‌ଜାରେ ରହିଥିବା ଜଣେ ଅଜଣା ବ୍ୟକ୍ତି ଫୋନ୍‌ ଯୋଗେ ସୂଚନା ଦେଇଛନ୍ତି। ତେବେ ତାଙ୍କୁ ଫେରାଇ ଦେବା ବଦଳରେ ମାଓବାଦୀମାନଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଦାବି କରାଯାଇନାହିଁ। ଶନିବାରଠାରୁ ସିଆର୍‌ପିଏଫ୍‌ କୋବ୍ରା ବାଟାଲିୟନର ଏହି ୩୫ ବର୍ଷୀୟ କନ୍‌ଷ୍ଟେବଲ ଏନ୍‌କାଉଣ୍ଟରସ୍ଥଳରୁ ନିଖୋଜ ଅଛନ୍ତି। ମାଓବାଦୀଙ୍କ କବଳରେ ଥିବା ରିପୋର୍ଟ ମିଳିବା ପରେ ଜମ୍ମୁର ଏହି ଯବାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରାଯାଉଛି। ରାକେଶ୍ୱରଙ୍କୁ ନିରାପଦରେ ଫେରାଇ ଆଣିବା ଲାଗି ତାଙ୍କ ସ୍ତ୍ରୀ ମୀନୁ ମାନ୍‌ହାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ନିବେଦନ କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବୁଝାମଣା ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବା ଏକ ସୂତ୍ରରୁ ଜଣାପଡ଼ିଛି।
ଫୋନ୍‌ କରି ରାକେଶ୍ୱରଙ୍କ ସମ୍ପର୍କରେ ସୂଚନା ଦେଇଥିବା ବ୍ୟକ୍ତି ଜଣକ ନିଜକୁ ହିଡମା (ଦୁର୍ଦ୍ଧର୍ଷ ମାଓବାଦୀ କମାଣ୍ଡର) ବୋଲି କହିଛି। ସୋମବାର ସେ ବିଜାପୁରର ଜଣେ ଖବରଦାତାଙ୍କୁ ଫୋନ୍‌ କରି ଯବାନ ସୁରକ୍ଷିତ ଏବଂ ମାଓବାଦୀଙ୍କ କବ୍‌ଜାରେ ରହିଥିବା ସୂଚନା ଦେଇଥିଲେ। ସିଆର୍‌ପିଏଫର କେତେଜଣ ଅଫିସର ରାକେଶ୍ୱରଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଖବରଦାତାଙ୍କ ସୂଚନାର ସତ୍ୟାସତ୍ୟ ଜାଣିବା ପାଇଁ ଉଦ୍ୟମ କରାଯାଉଥିବା ସେମାନେ ପରିବାରକୁ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଶିକ୍ଷା କ୍ଷେତ୍ରରେ ବଡ଼ ପରିବର୍ତ୍ତନ: NCERTକୁ ଖୁବଶୀଘ୍ର ମିଳିପାରେ ‘ଡିମ୍ଡ ୟୁନିଭରସିଟି’ ମାନ୍ୟତା

ନୂଆଦିଲ୍ଲୀ,୩।୪: ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନକୁ ଦୃଷ୍ଟିରେ ରଖି, କେନ୍ଦ୍ର ସରକାର ନିକଟ ଭବିଷ୍ୟତରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ଟ୍ରମ୍ପଙ୍କ ମିଛର ପର୍ଦ୍ଦାଫାସ କଲା ଆମେରିକୀୟ ରିପୋର୍ଟ: ଖୋଲିଗଲା ସବୁ ପୋଲ୍‌, ଏବେ ବି..

ନୂଆଦିଲ୍ଲୀ,୩।୪:ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ପ୍ରମୁଖ ଗୋଇନ୍ଦା ରିପୋର୍ଟ ଆମେରିକା ଏବଂ ଇସ୍ରାଏଲର ଦାବି ଉପରେ ପ୍ରଶ୍ନ ଉଠାଇଛି। ଆମେରିକୀୟ ଗୋଇନ୍ଦା ସୂତ୍ରରୁ ଜଣାପଡିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri