ଗୋଟିଏ ଗୁଜବ ପାଇଁ ୯ ବର୍ଷ ଧରି ଖାଲି ପଡ଼ିଛି ପ୍ରଧାନମନ୍ତ୍ରୀଙ୍କ ହାଉସ୍‌

ଟୋକିଓ,୨।୫: ପ୍ରତ୍ୟେକ ଦେଶର ପ୍ରଧାନମନ୍ତ୍ରୀ ହାଉସ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦେଶର ଲୋକମାନେ ଭାବନ୍ତି ଏହା ଭିତର କେମିତି ତିଆରି ହୋଇଛି, କେମିତି ଦେଖିବାକୁ, କ’ଣ ସବୁ ସୁବିଧା ରହିଛି। ମାତ୍ର ଥରେ ଭାବିଲେ ଜାପାନ ଏମିତି ଏକ ଦେଶ ଯେଉଁଠି ପ୍ରଧାନମନ୍ତ୍ରୀ ହାଉସ ୯ ବର୍ଷ ଧରି ଖାଲି ପଡ଼ିଥିଲା।

ଏକ ରିପୋର୍ଟ ଅନୁଯାୟୀ, ଜାପାନରେ ବିରୋଧୀ ଦଳ ନେତା ୟୋଶିହିକୋ ନୋଡା କହିଥିଲେ କି ପ୍ରଧାନମନ୍ତ୍ରୀ ହାଉସ ଖାଲି ଅଛି। ତଥାପି ଏହାର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ପ୍ରଧାନମନ୍ତ୍ରୀ ସୁଗା ତାଙ୍କ ବାସଭବନକୁ ଯିବା ପାଇଁ କ’ଣ ଅସୁବିଧା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୟୋଶିହିଡେ ବର୍ତ୍ତମାନ ଜାପାନର ପ୍ରଧାନମନ୍ତ୍ରୀ ଅଛନ୍ତି। ନୋଡା ଏହି ବାସଭବନରେ ରହୁଥିବା ଜାପାନର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଥିଲେ। ସେ ଡିସେମ୍ବର ୨୦୧୨ ପର୍ଯ୍ୟନ୍ତ କ୍ଷମତାରେ ଥିଲେ। ବର୍ତ୍ତମାନ ସେ ବିରୋଧୀ ଦଳର ନେତା ଅଛନ୍ତି। ତାଙ୍କ ପ୍ରଶ୍ନକୁ ନେଇ ବର୍ତ୍ତମାନ ଜାପାନର ପ୍ରଧାନମନ୍ତ୍ରୀ ଭବନ ଉପରେ ଆଲୋଚନା ହେଉଛି କି ଏହା କାହିଁକି ଖାଲି ପଡ଼ିଛି?

ଜାପାନର ପ୍ରଧାନମନ୍ତ୍ରୀଙ୍କ ବାସଭବନର ନାମ ହେଉଛି ‘ସୋରି କୋଟେଇ’। ୟୋସିହିଡେ ସୁଗା ୭ ମାସ ପୂର୍ବରୁ ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ମାତ୍ର ସେ ପ୍ରଧାନମନ୍ତ୍ରୀ ବାସଭବନରେ ରହିବା ପରିବର୍ତ୍ତେ ଅନ୍ୟ ବିଲ୍ଡିଂରେ ରହୁଛନ୍ତି। ସେ ଡାଏଟ୍‌ ସଦସ୍ୟଙ୍କ ଛାତ୍ରାବାସରେ ରହୁଛନ୍ତି।

ଜାପାନର ପ୍ରଧାନମନ୍ତ୍ରୀ ଭବନ ସମ୍ପର୍କରେ ଏକ ଗୁଜବ ସୃଷ୍ଟି ହୋଇଥିଲା କି ଏହା ଭୂତର ସ୍ଥାନ। ଭୂତକୁ ଡରି ୯ ବର୍ଷ ଧରି କୌଣସି ପ୍ରଧାନମନ୍ତ୍ରୀ ଏଠାରେ ରହୁନାହାନ୍ତି। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମି ପ୍ରଧାନମନ୍ତ୍ରୀ ଥିଲେ। ଏହି ସମୟରେ ଭୂତ ତଡ଼ିବା ପାଇଁ ସେ ଜଣେ ପୂଜାରୀଙ୍କୁ ଡାକିଥିଲେ। ସେତେବେଳେ ଏହି ଘଟଣା ଖୁବ୍‌ ଚର୍ଚ୍ଚା ହୋଇଥିଲା। ଆହୁରି ମଧ୍ୟ ଏହି ଆବାସକୁ ନେଇ ଆଉ ଏକ ଗୁଜବ ସୃଷ୍ଟି ହୋଇଥିଲା କି ଏଠାରେ ଅତୃପ୍ତ ଆତ୍ମା ରହିଛି। ତେଣୁ ଡରି କି ଏଠାରେ କୌଣସି ପ୍ରଧାନମନ୍ତ୍ରୀ ରହୁ ନାହାନ୍ତି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ମଧ୍ୟ ଏଠାକୁ ଯାଉନାହାନ୍ତି।

Share