ଗୋଟିଏ ଗୁଜବ ପାଇଁ ୯ ବର୍ଷ ଧରି ଖାଲି ପଡ଼ିଛି ପ୍ରଧାନମନ୍ତ୍ରୀଙ୍କ ହାଉସ୍‌

ଟୋକିଓ,୨।୫: ପ୍ରତ୍ୟେକ ଦେଶର ପ୍ରଧାନମନ୍ତ୍ରୀ ହାଉସ୍‌ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଦେଶର ଲୋକମାନେ ଭାବନ୍ତି ଏହା ଭିତର କେମିତି ତିଆରି ହୋଇଛି, କେମିତି ଦେଖିବାକୁ, କ’ଣ ସବୁ ସୁବିଧା ରହିଛି। ମାତ୍ର ଥରେ ଭାବିଲେ ଜାପାନ ଏମିତି ଏକ ଦେଶ ଯେଉଁଠି ପ୍ରଧାନମନ୍ତ୍ରୀ ହାଉସ ୯ ବର୍ଷ ଧରି ଖାଲି ପଡ଼ିଥିଲା।

ଏକ ରିପୋର୍ଟ ଅନୁଯାୟୀ, ଜାପାନରେ ବିରୋଧୀ ଦଳ ନେତା ୟୋଶିହିକୋ ନୋଡା କହିଥିଲେ କି ପ୍ରଧାନମନ୍ତ୍ରୀ ହାଉସ ଖାଲି ଅଛି। ତଥାପି ଏହାର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ପ୍ରଧାନମନ୍ତ୍ରୀ ସୁଗା ତାଙ୍କ ବାସଭବନକୁ ଯିବା ପାଇଁ କ’ଣ ଅସୁବିଧା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୟୋଶିହିଡେ ବର୍ତ୍ତମାନ ଜାପାନର ପ୍ରଧାନମନ୍ତ୍ରୀ ଅଛନ୍ତି। ନୋଡା ଏହି ବାସଭବନରେ ରହୁଥିବା ଜାପାନର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଥିଲେ। ସେ ଡିସେମ୍ବର ୨୦୧୨ ପର୍ଯ୍ୟନ୍ତ କ୍ଷମତାରେ ଥିଲେ। ବର୍ତ୍ତମାନ ସେ ବିରୋଧୀ ଦଳର ନେତା ଅଛନ୍ତି। ତାଙ୍କ ପ୍ରଶ୍ନକୁ ନେଇ ବର୍ତ୍ତମାନ ଜାପାନର ପ୍ରଧାନମନ୍ତ୍ରୀ ଭବନ ଉପରେ ଆଲୋଚନା ହେଉଛି କି ଏହା କାହିଁକି ଖାଲି ପଡ଼ିଛି?

ଜାପାନର ପ୍ରଧାନମନ୍ତ୍ରୀଙ୍କ ବାସଭବନର ନାମ ହେଉଛି ‘ସୋରି କୋଟେଇ’। ୟୋସିହିଡେ ସୁଗା ୭ ମାସ ପୂର୍ବରୁ ଜାପାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି। ମାତ୍ର ସେ ପ୍ରଧାନମନ୍ତ୍ରୀ ବାସଭବନରେ ରହିବା ପରିବର୍ତ୍ତେ ଅନ୍ୟ ବିଲ୍ଡିଂରେ ରହୁଛନ୍ତି। ସେ ଡାଏଟ୍‌ ସଦସ୍ୟଙ୍କ ଛାତ୍ରାବାସରେ ରହୁଛନ୍ତି।

ଜାପାନର ପ୍ରଧାନମନ୍ତ୍ରୀ ଭବନ ସମ୍ପର୍କରେ ଏକ ଗୁଜବ ସୃଷ୍ଟି ହୋଇଥିଲା କି ଏହା ଭୂତର ସ୍ଥାନ। ଭୂତକୁ ଡରି ୯ ବର୍ଷ ଧରି କୌଣସି ପ୍ରଧାନମନ୍ତ୍ରୀ ଏଠାରେ ରହୁନାହାନ୍ତି। ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ଜାପାନର ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମି ପ୍ରଧାନମନ୍ତ୍ରୀ ଥିଲେ। ଏହି ସମୟରେ ଭୂତ ତଡ଼ିବା ପାଇଁ ସେ ଜଣେ ପୂଜାରୀଙ୍କୁ ଡାକିଥିଲେ। ସେତେବେଳେ ଏହି ଘଟଣା ଖୁବ୍‌ ଚର୍ଚ୍ଚା ହୋଇଥିଲା। ଆହୁରି ମଧ୍ୟ ଏହି ଆବାସକୁ ନେଇ ଆଉ ଏକ ଗୁଜବ ସୃଷ୍ଟି ହୋଇଥିଲା କି ଏଠାରେ ଅତୃପ୍ତ ଆତ୍ମା ରହିଛି। ତେଣୁ ଡରି କି ଏଠାରେ କୌଣସି ପ୍ରଧାନମନ୍ତ୍ରୀ ରହୁ ନାହାନ୍ତି। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ମଧ୍ୟ ଏଠାକୁ ଯାଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri