Categories: ଜାତୀୟ

କରୋନା କଟକଣା ମଧ୍ୟରେ ଲାଲକିଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: କରୋନା କଟକଣା ମଧ୍ୟରେ ଶନିବାର ସମଗ୍ର ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀ ଲାଲକିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ କରିବା ପୂର୍ବରୁ ମୋଦି ପ୍ରଥମେ ରାଜଘାଟ ଯାଇଥିଲେ। ସେଠାରେ ସେ ମାହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାପରେ ମୋଦି ଲାଲକିଲାର ଲାହୋରି ଗେଟ୍‌ରେ ପହଞ୍ଚିବା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ତାଙ୍କୁ ପାଛୋଟି ନେଇଥିଲେ। ଲାଲକିଲାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ସେ ପତାକା ଉତ୍ତୋଳନପ କରିଥିଲେ। ସ୍ବାଧିନତା ଦିବସ ଅବସରରେ ୭ଥର ପାଇଁ ମୋଦି ଲାଲକିଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ପ୍ରାରମ୍ଭରୁ ସେ ଦେଶର ଶହୀଦଙ୍କୁ ସମ୍ମାନ ଜଣାଇବା ସହ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ। ଏଥିସହ ଦେଶକୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ବାନ କରିବା ସହ ଚାଇନାକୁ ଟାର୍ଗେଟ କରିଥିଲେ। ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ ସାମିଲ ହୋଇଛନ୍ତି।

Share