Posted inଜାତୀୟ

ମନରେଗାକୁ ବୁଝି ପାରି ନାହାନ୍ତି ପ୍ରଧାନମନ୍ତ୍ରୀ…

ଓ୍ବାୟନାଡ଼, ୨।୭ : କେରଳ ଗସ୍ତର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ୱାୟନାଡରେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ମନରେଗା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଭେଟି ସେମାନଙ୍କୁ ସମ୍ବୋଧିତ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ୟୁପିଏ ସରକାର ମନରେଗାର ସଂକଳ୍ପବଦ୍ଧ, ବିକାଶ ଏବଂ କାର୍ଯ୍ୟକାରୀ କରିଛନ୍ତି।

ରାହୁଲ କହିଛନ୍ତି ମୋର ମନେ ଅଛି ଯେତେବେଳେ ଏହା ପ୍ରଥମେ ଉଲ୍ଲେଖ କରାଯାଇଥିଲା ଆମେ ଅନେକ ପ୍ରତିରୋଧର ସମ୍ମୁଖୀନ ହୋଇଥିଲୁ ।ଅମଲାତନ୍ତ୍ର, ବ୍ୟବସାୟୀମାନେ ଏହା ଅର୍ଥର ଅପଚୟ ବୋଲି କହିଥିଲେ। ରାହୁଲ ଗାନ୍ଧୀ ମନରେଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଲୋକସଭାରେ ମନରେଗା ବିରୋଧରେ କହିଥିଲେ। ଏହା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ଏହାକୁ ୟୁପିଏର ବିଫଳତାର ଜୀବନ୍ତ ସ୍ମାରକ ବୋଲି ବର୍ଣ୍ଣନା କରିଛନ୍ତି। ସେ ଏହା ରାଜକୋଷ ଉପରେ ଏକ ବୋଝ ବୋଲି କହିଥିଲେ। ଏହାକୁ ନେଇ ମୁଁ ଅନୁଭବ କଲି ଯେ ପ୍ରଧାନମନ୍ତ୍ରୀ ପ୍ରକୃତରେ ମନରେଗାର ଗଭୀରତା ବୁଝି ପାରି ନାହାଁନ୍ତି।

ରାହୁଲ କହିଛନ୍ତି ଯେ ମୁଁ କରୋନା ମହାମାରୀରେ ଦେଖୁଥିଲି ଯେତେବେଳେ ହଜାର ହଜାର ଲୋକ ବେକାର ହୋଇଗଲେ ମନରେଗା ଏଭଳି ଲୋକଙ୍କୁ ଉଦ୍ଧାର କଲା। ପ୍ରଧାନମନ୍ତ୍ରୀ ସେହି ସମୟରେ ମନରେଗାକୁ ନେଇ ପ୍ରଶ୍ନ କରିନଥିଲେ କାରଣ ଏହା ସ୍ପଷ୍ଟ ହୋଇଗଲା ଯେ ୟୁପିଏର ବିଫଳତାର ଜୀବନ୍ତ ସ୍ମାରକୀ ଦ୍ୱାରା କରୋନା ସମୟରେ ଭାରତକୁ ରକ୍ଷା କରିଥିଲେ।

ଏହାପୂର୍ବରୁ ଶୁକ୍ରବାର ରାହୁଲ ଗାନ୍ଧୀ ମନଥାଓ୍ବଡ଼ିରେ ଏକ କୃଷକ ବ୍ୟାଙ୍କର ଶୁଭାରମ୍ଭ କରିବା ସହିତ ସୁଲତାନ ବାଥେରୀର ୟୁଡିଏଫ୍‌ ବହୁଜନ ସଙ୍ଗମମ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ ଆଜି ଦେଶରେ ଆମର କୃଷକ ଏବଂ କୃଷିକୁ ଅଣଦେଖା କରାଯାଉଛି। ବିନା ସହାୟତାରେ ଚାଷୀଙ୍କୁ ସେମାନଙ୍କ ସ୍ଥିତିକୁ ଛାଡି ଦିଆଯାଇଛି। ଆମର କୃଷକ ଏବଂ କୃଷିର ସୁରକ୍ଷା ପାଇଁ ସରକାର କାର୍ଯ୍ୟ କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri