Categories: ଜାତୀୟ

ନୂଆ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ନୂଆ ମନ୍ତ୍ରୀ ଭାବେ ବୁଧବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ୪୩ ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅଭିନନ୍ଦନ ଜଣାଇଛନ୍ତି। ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରିତ୍ୱ କାଳରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କାମନା କରୁଛି ବୋଲି ମୋଦି ଟୁଇଟ୍‌ କରିଛନ୍ତି। ଜନସାଧାରଣଙ୍କ ଆଶା ଆକାଂକ୍ଷା ପୂରଣ କରିବା ଏବଂ ଦୃଢ଼ ତଥା ସମୃଦ୍ଧ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ବୋଲି ସେ ଲେଖିଛନ୍ତି। ସେହିପରି ଅମିତ୍‌ ଶାହା ନୂଆ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇ ସମ୍ପୂର୍ଣ୍ଣ କ୍ୟାବିନେଟ ସରକାରଙ୍କ କଲ୍ୟାଣକାରୀ ନୀତି କାର୍ଯ୍ୟକାରୀ କରିବା ସହ ଅତ୍ମନିର୍ଭର ଭାରତ ଗଠନ ଦିଗରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ ବୋଲି ଟୁଇଟ୍‌ କରିଛନ୍ତି।

Share