କରୋନା ଟିକାର ଦ୍ୱିତୀୟ ମାତ୍ରା ନେଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୧୦।୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କରୋନା ଟିକାର ଦ୍ୱିତୀୟ ମାତ୍ରା ନେଇଛନ୍ତି। ଏହା ମଧ୍ୟ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା। ଏହା ବ୍ୟତୀତ ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟାଇନ ମଧ୍ୟ ଟିକାର ଦ୍ୱିତୀୟ ମାତ୍ରା ନେଇଥିଲେ। ଦ୍ୱିତୀୟ ଟିକାକରଣ ଗ୍ରହଣ କରିବା ପୂର୍ବରୁ ସେ କହିଥିଲେ ଯେ, ମାର୍ଚ୍ଚ ସୁଦ୍ଧା ଦେଶର ସମସ୍ତ ନାଗରିକଙ୍କୁ କରୋନା ଟିକା ଦିଆଯିବ। ଦେଶରେ କରୋନା ଟିକା ଯୋଗାଇବା ପାଇଁ ଫାଇଜର ସହିତ ଚୁକ୍ତି ହୋଇଛି, ଯାହା ଆମକୁ ମାର୍ଚ୍ଚ ମଧ୍ୟଭାଗରେ ଇସ୍ରାଏଲର ସମସ୍ତ ନାଗରିକଙ୍କୁ ଟିକାକରଣ କରିବାକୁ ଅନୁମତି ଦେବ। ଏହା ସହିତ ଆମେ ପୁଣି ସାଧାରଣ ଜୀବନକୁ ଫେରିପାରିବା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୯ରେ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ଫାର୍ମାସ୍ୟୁଟିକାଲ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକଠାରୁ ଟିକା ଗ୍ରହଣ କରିଥିଲେ ଏବଂ ଏହା ଦ୍ୱାରା ସେ ତାଙ୍କ ଦେଶରେ ଟିକା ନେବାର ପ୍ରଥମ ବ୍ୟକ୍ତି ହୋଇଥିଲେ। ତାଙ୍କ ସହ ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଫାଇଜର ଟିକା ଦିଆଯାଉଥିଲା।

Share