ଧନୀ ହେବା ଲାଗି ପାକିସ୍ତାନକୁ ଏମିତି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ହସିହସି ଗଡ଼ିବେ। ଅତୀତରେ ଏହିପରି ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ମାତ୍ର ଏହି ଭିଡିଓଟି ସେଗୁଡ଼ିକ ମଧ୍ୟରୁ ଟିକେ ନିଆରା। ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯେପରି ପାକିସ୍ତାନକୁ ଉପସ୍ଥାପନ କରିଛନ୍ତି, ତାହା ପ୍ରକୃତରେ ହାସ୍ୟାସ୍ପଦ। ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି, ଆଣବିକ କାରଖାନାର ଉଦ୍‌ଘାଟନୀ ସମାରୋହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଗାଈ କ୍ଷୀର ଉତ୍ପାଦନ ବିଷୟରେ କହୁଛନ୍ତି।

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି, ଆମେ ଭାବୁଛୁ ଯଦି ଆମର ଉତ୍ପାଦନ ଦୁଇଗୁଣ ହୁଏ। ତେବେ ଚାଇନା ତୁଳନାରେ ତିନିଗୁଣ। ତାଙ୍କର ଯେଉଁ ଗାଈ ୫ ଗୁଣ କ୍ଷୀର ଦିଅନ୍ତି ଆମର ସେହି ଗାଈ ୬ ଗୁଣ ଦେବେ। ଯଦି ଆମେ ସେମାନଙ୍କ ଟେକ୍ନୋଲୋଜିକୁ ଆପଣାଇବା ଆମର ଉତ୍ପାଦନ ମଧ୍ୟ ଦ୍ୱିଗୁଣିତ ହୋଇଯିବ। ଫଳରେ ପାକିସ୍ତାନର ବିକାଶ ହୋଇପାରିବ। ଏହା ପରେ ସେ ଆଣବିକ କାରଖାନା ବିଷୟରେ ଆଲୋଚନା କରିଥିଲେ। ଏହି ସମାରୋହରେ ଶତାଧିକ ପାକିସ୍ତାନ ଏବଂ ଚାଇନା ଲୋକ ଉପସ୍ଥିତ ଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଲୋକେ ପାକ୍‌ ପ୍ରଧାନମନ୍ତ୍ରୀଙ୍କୁ ପାଗଳ ବୋଲି କହିଛନ୍ତି।

Share