ଗଞ୍ଜାମର ଗର୍ବ-ଗୌରବ କୃଷ୍ଣସାର ମୃଗ: ଭରି ରହିଛି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ

ଭଞ୍ଜନଗର,୪ା୬(ବାବୁଲା ପ୍ରଧାନ): ବୈଦିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କୃଷ୍ଣସାର ମୃଗ ସମ୍ପର୍କିତ ମାହାତ୍ମ୍ୟ ପ୍ରସଙ୍ଗମାନ ଉଲ୍ଲେଖ ରହିଛି। ବେଦ, ଉପନିଷଦ, ରାମାୟଣ, ମହାଭାରତ ଓ ସଂସ୍କୃତ ତଥା ଭଞ୍ଜ ସାହିତ୍ୟରେ ମଧ୍ୟ ଉକ୍ତ ମୃଗ ସମ୍ପର୍କରେ ବର୍ଣ୍ଣନା ଅଛି। ଗୌତମ ବୁଦ୍ଧଙ୍କ ପ୍ରଚୋଦିତ ବୌଦ୍ଧଧର୍ମରେ ମଧ୍ୟ ଉକ୍ତ ମୃଗର ହତ୍ୟା ନିଷେଧ କରାଯାଇଛି। ଏହି ବିରଳ ପ୍ରଜାତିର ଜୀବ କୃଷ୍ଣସାର ଅନେକ ବର୍ଷଧରି ଗଞ୍ଜାମ ଜିଲା ଘୁମୁସର ଦକ୍ଷିଣ ବନଖଣ୍ଡର ବାଲିପଦର, ଭେଟନଈ ଓ ରାମଣ୍ଡା ଅଞ୍ଚଳରେ ଦେଖାଦିଅନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୫କୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ମଧ୍ୟ ପରିବର୍ତ୍ତନ ହେଉଛି। କିନ୍ତୁ ଗଞ୍ଜାମ ଜିଲାର ବିରଳ କୃଷ୍ଠସାର ମୃଗ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିନାହିଁ। ପ୍ରତି ଦୁଇ ବର୍ଷକୁ ଥରେ ମୃଗ ଗଣନା ସମୟରେ ସଂଖ୍ୟା ବୃଦ୍ଧି ହିଁ ସୂଚାଇ ଦିଏ ତାହା। ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଉକ୍ତ ମୃଗ ପ୍ରତି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ ଭରି ରହିଛି। ଲୋକେ ମୃଗକୁ ଦେବତା ଭଳି ବିଶାସ କରନ୍ତି। ତେଣୁ ଲୋକେ ମୃଗକୁ ପ୍ରାୟ ମାରନ୍ତି ନାହିଁ। ଦୁର୍ଘଟଣା, ନିଜ ନିଜ ଭିତରେ ଲଢ଼େଇ, କୁକୁର କାମୁଡ଼ା, ଭୂତାଣୁ ଜନିତ ରୋଗ ଏବଂ ବୟସ ବୃଦ୍ଧି ଯୋଗୁ ପ୍ରାୟ ମୃଗ ମରନ୍ତି। ଆହତ ମୃଗ ମାନକ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ମୃଗମାନଙ୍କ ସୁରକ୍ଷା ପାଇଁ ଚାଷୀଙ୍କୁ ମାଗଣାରେ ଶସ୍ୟ ବିହନ ବଣ୍ଟନ ସହ ପାରିତୋସିକ ବ୍ୟବସ୍ଥା ଓ ଜଳାଶୟ ଖନନ
କରାଯାଇଛି। ଆସିକା ତହସିଲର ଭେଟନଈ, ନାରାୟଣପୁର, ବଜ୍ରକୋଟ, ପାଣ୍ଡିଆପଥର, ଭେଜିପୁଟ, ସାମନ୍ତପୁର, ସିଧନଇ, ଗହଙ୍ଗୁ, ଧନିଜା, ଦାନ, ଚନ୍ଦନପେଡ଼ି, ଫାପଲପୁର ଏବଂ ବୁଗୁଡ଼ା ତହସିଲର ଢେଉକା, ତାଳସାକର, ଖୋଳଖାଳି, ବୁରୁଝୋଲା, କାଞ୍ଚିଆପଲ୍ଲୀ, ରାମଣ୍ଡା, ବାଲିପଦର ଅଞ୍ଚଳରେ ମୃଗମାନେ ବିଚରଣ କରନ୍ତି। ତେଣୁ ଉକ୍ତ ୭୬୦୦ ହେକ୍ଟର ଅଞ୍ଚଳକୁ ଗୋଷ୍ଠୀ ସଂରକ୍ଷଣ ସ୍ଥଳୀ ଘୋଷଣା କରିବା ପାଇଁ ଦାବି ହୋଇଛି। ଉକ୍ତ ପ୍ରସ୍ତାବ ସରକାରଙ୍କ ପାଖରେ ବିଚାରାଧୀନ ଅଛି। ଗୋଷ୍ଠୀ ସଂରକ୍ଷଣ ସ୍ଥଳୀ ଘୋଷଣା ହେଲେ ସେମାନଙ୍କ ସୁରକ୍ଷା ଏବଂ ସଂମ୍ପୃକ୍ତ ଅଞ୍ଚଳବାସୀଙ୍କ ଆର୍ଥିକ ମନଦଣ୍ଡରେ ଉନ୍ନତୀ ପାଇଁ ସ୍ବତନ୍ତ୍ର ଅନୁଦାନ ଆସିବ। ସରକାର ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଉକ୍ତ ଅଞ୍ଚଳରୁ ମୃଗମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଘୁମୁସର ଉତ୍ତର ବନଖଣ୍ଡ ଏବଂ ବ୍ରହ୍ମପୁର ବନଖଣ୍ଡକୁ ବ୍ୟାପିଥିବା ଜଣାପଡ଼ିଛି। ଅଧିକାଂଶ ସମୟ ମୃଗ, ମଣିଷ ଏବଂ ଗୃହ ପାଳିତ ପଶୁ ମିଳିତ ଭାବେ ଖୋଲା ଜମିରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି। ଯାହାକି ବିରଳ।

ଚଳିତ ବର୍ଷ କୃଷ୍ଣସାର ମୃଗ ଗଣନା ଅନୁସାର ଘୁମୁସର ଦକ୍ଷିଣ ବନଖଣ୍ଡରେ ୫୭୫୬ଟି ମୃଗ ଥିବା ବେଳେ ବ୍ରହ୍ମପୁର ବନଖଣ୍ଡରେ ପ୍ରାୟ ୧୫ ଶହ ଏବଂ ଉତ୍ତର ଘୁମୁସର ବନଖଣ୍ଡରେ ୬୫୪ଟି ମୃଗ ଥିବା ଜଣାପଡ଼ିଛି। ଏହାର ସୁରକ୍ଷା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ଗଣନା ଅନୁସାରେ ୨୧ ପ୍ରତିଶତ ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ହିଁ ଚଳିତ ବର୍ଷ ବୃଦ୍ଧି ପାଇଛି। ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଉକ୍ତ ମୃଗର ବଂଶ ବିସ୍ତାର ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେଣୁ କିଛି ମାସ ପୂର୍ବେ ଘୁମୁସର ବନଖଣ୍ଡରୁ ୪ଟି ମୃଗକୁ ପୁରୀ ବନଖଣ୍ଡରେ ନେଇ ଛଡ଼ାଯାଇଛି। ମୃଗମାନେ ଘାସ ଓ ଧାନ, ମୁଗ, ବିରି ଓ ପନିପରିବା ଫସଲ ଖାଇଥାନ୍ତି। ଲୋକଙ୍କ ଫସଲ କ୍ଷତି କଲେ ମଧ୍ୟ ଲୋକେ ମୃଗର କିଛି କ୍ଷତି କରିନଥାନ୍ତି। ତେଣୁ ମୃଗମାନେ ଅଧିକାଂଶ ସମୟ ଗ୍ରାମ ଭିତରେ ଏବଂ ଗ୍ରାମକୁ ଲାଗି ବିଚରଣ କରିଥାନ୍ତି। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ କୃଷ୍ଟସାର ମୃଗ ହେଉଛି ଏକ ବିରଳ ବନ୍ୟପ୍ରାଣୀ। ସେମାନଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ କହିଛନ୍ତି, ଯେଉଁ ଅଞ୍ଚଳରେ ମୃଗ ମାନେ ବିଚରଣ କରନ୍ତି ସଂପୃକ୍ତ ଅଞ୍ଚଳରେ ମରୁଡି ହୁଏ ନାହିଁ, ଲୋକଙ୍କ ଉନ୍ନତି ମଧ୍ୟ ହୋଇଥାଏ। ତେଣୁ ଏଭଳି ଏକ ବିରଳ ବନ୍ୟପ୍ରାଣୀ ଆଜି ସମସ୍ତଙ୍କ ସହଯୋଗରେ ସୁରକ୍ଷିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri