ଗଞ୍ଜାମର ଗର୍ବ-ଗୌରବ କୃଷ୍ଣସାର ମୃଗ: ଭରି ରହିଛି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ

ଭଞ୍ଜନଗର,୪ା୬(ବାବୁଲା ପ୍ରଧାନ): ବୈଦିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କୃଷ୍ଣସାର ମୃଗ ସମ୍ପର୍କିତ ମାହାତ୍ମ୍ୟ ପ୍ରସଙ୍ଗମାନ ଉଲ୍ଲେଖ ରହିଛି। ବେଦ, ଉପନିଷଦ, ରାମାୟଣ, ମହାଭାରତ ଓ ସଂସ୍କୃତ ତଥା ଭଞ୍ଜ ସାହିତ୍ୟରେ ମଧ୍ୟ ଉକ୍ତ ମୃଗ ସମ୍ପର୍କରେ ବର୍ଣ୍ଣନା ଅଛି। ଗୌତମ ବୁଦ୍ଧଙ୍କ ପ୍ରଚୋଦିତ ବୌଦ୍ଧଧର୍ମରେ ମଧ୍ୟ ଉକ୍ତ ମୃଗର ହତ୍ୟା ନିଷେଧ କରାଯାଇଛି। ଏହି ବିରଳ ପ୍ରଜାତିର ଜୀବ କୃଷ୍ଣସାର ଅନେକ ବର୍ଷଧରି ଗଞ୍ଜାମ ଜିଲା ଘୁମୁସର ଦକ୍ଷିଣ ବନଖଣ୍ଡର ବାଲିପଦର, ଭେଟନଈ ଓ ରାମଣ୍ଡା ଅଞ୍ଚଳରେ ଦେଖାଦିଅନ୍ତି।

ସୂଚନାଯୋଗ୍ୟ, ଜୁନ୍‌ ୫କୁ ବିଶ୍ବ ପରିବେଶ ଦିବସ ଭାବେ ପାଳନ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ପରିବେଶ ମଧ୍ୟ ପରିବର୍ତ୍ତନ ହେଉଛି। କିନ୍ତୁ ଗଞ୍ଜାମ ଜିଲାର ବିରଳ କୃଷ୍ଠସାର ମୃଗ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିନାହିଁ। ପ୍ରତି ଦୁଇ ବର୍ଷକୁ ଥରେ ମୃଗ ଗଣନା ସମୟରେ ସଂଖ୍ୟା ବୃଦ୍ଧି ହିଁ ସୂଚାଇ ଦିଏ ତାହା। ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଉକ୍ତ ମୃଗ ପ୍ରତି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ ଭରି ରହିଛି। ଲୋକେ ମୃଗକୁ ଦେବତା ଭଳି ବିଶାସ କରନ୍ତି। ତେଣୁ ଲୋକେ ମୃଗକୁ ପ୍ରାୟ ମାରନ୍ତି ନାହିଁ। ଦୁର୍ଘଟଣା, ନିଜ ନିଜ ଭିତରେ ଲଢ଼େଇ, କୁକୁର କାମୁଡ଼ା, ଭୂତାଣୁ ଜନିତ ରୋଗ ଏବଂ ବୟସ ବୃଦ୍ଧି ଯୋଗୁ ପ୍ରାୟ ମୃଗ ମରନ୍ତି। ଆହତ ମୃଗ ମାନକ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ମୃଗମାନଙ୍କ ସୁରକ୍ଷା ପାଇଁ ଚାଷୀଙ୍କୁ ମାଗଣାରେ ଶସ୍ୟ ବିହନ ବଣ୍ଟନ ସହ ପାରିତୋସିକ ବ୍ୟବସ୍ଥା ଓ ଜଳାଶୟ ଖନନ
କରାଯାଇଛି। ଆସିକା ତହସିଲର ଭେଟନଈ, ନାରାୟଣପୁର, ବଜ୍ରକୋଟ, ପାଣ୍ଡିଆପଥର, ଭେଜିପୁଟ, ସାମନ୍ତପୁର, ସିଧନଇ, ଗହଙ୍ଗୁ, ଧନିଜା, ଦାନ, ଚନ୍ଦନପେଡ଼ି, ଫାପଲପୁର ଏବଂ ବୁଗୁଡ଼ା ତହସିଲର ଢେଉକା, ତାଳସାକର, ଖୋଳଖାଳି, ବୁରୁଝୋଲା, କାଞ୍ଚିଆପଲ୍ଲୀ, ରାମଣ୍ଡା, ବାଲିପଦର ଅଞ୍ଚଳରେ ମୃଗମାନେ ବିଚରଣ କରନ୍ତି। ତେଣୁ ଉକ୍ତ ୭୬୦୦ ହେକ୍ଟର ଅଞ୍ଚଳକୁ ଗୋଷ୍ଠୀ ସଂରକ୍ଷଣ ସ୍ଥଳୀ ଘୋଷଣା କରିବା ପାଇଁ ଦାବି ହୋଇଛି। ଉକ୍ତ ପ୍ରସ୍ତାବ ସରକାରଙ୍କ ପାଖରେ ବିଚାରାଧୀନ ଅଛି। ଗୋଷ୍ଠୀ ସଂରକ୍ଷଣ ସ୍ଥଳୀ ଘୋଷଣା ହେଲେ ସେମାନଙ୍କ ସୁରକ୍ଷା ଏବଂ ସଂମ୍ପୃକ୍ତ ଅଞ୍ଚଳବାସୀଙ୍କ ଆର୍ଥିକ ମନଦଣ୍ଡରେ ଉନ୍ନତୀ ପାଇଁ ସ୍ବତନ୍ତ୍ର ଅନୁଦାନ ଆସିବ। ସରକାର ଏନେଇ ପଦକ୍ଷେପ ନେବାକୁ ଦାବି ହୋଇଛି। ଉକ୍ତ ଅଞ୍ଚଳରୁ ମୃଗମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଘୁମୁସର ଉତ୍ତର ବନଖଣ୍ଡ ଏବଂ ବ୍ରହ୍ମପୁର ବନଖଣ୍ଡକୁ ବ୍ୟାପିଥିବା ଜଣାପଡ଼ିଛି। ଅଧିକାଂଶ ସମୟ ମୃଗ, ମଣିଷ ଏବଂ ଗୃହ ପାଳିତ ପଶୁ ମିଳିତ ଭାବେ ଖୋଲା ଜମିରେ ବିଚରଣ କରୁଥିବା ଦେଖିବାକୁ ମିଳୁଛି। ଯାହାକି ବିରଳ।

ଚଳିତ ବର୍ଷ କୃଷ୍ଣସାର ମୃଗ ଗଣନା ଅନୁସାର ଘୁମୁସର ଦକ୍ଷିଣ ବନଖଣ୍ଡରେ ୫୭୫୬ଟି ମୃଗ ଥିବା ବେଳେ ବ୍ରହ୍ମପୁର ବନଖଣ୍ଡରେ ପ୍ରାୟ ୧୫ ଶହ ଏବଂ ଉତ୍ତର ଘୁମୁସର ବନଖଣ୍ଡରେ ୬୫୪ଟି ମୃଗ ଥିବା ଜଣାପଡ଼ିଛି। ଏହାର ସୁରକ୍ଷା ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତ ଗଣନା ଅନୁସାରେ ୨୧ ପ୍ରତିଶତ ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ହିଁ ଚଳିତ ବର୍ଷ ବୃଦ୍ଧି ପାଇଛି। ରାଜ୍ୟର ଅନ୍ୟ ଜିଲାରେ ମଧ୍ୟ ଉକ୍ତ ମୃଗର ବଂଶ ବିସ୍ତାର ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତେଣୁ କିଛି ମାସ ପୂର୍ବେ ଘୁମୁସର ବନଖଣ୍ଡରୁ ୪ଟି ମୃଗକୁ ପୁରୀ ବନଖଣ୍ଡରେ ନେଇ ଛଡ଼ାଯାଇଛି। ମୃଗମାନେ ଘାସ ଓ ଧାନ, ମୁଗ, ବିରି ଓ ପନିପରିବା ଫସଲ ଖାଇଥାନ୍ତି। ଲୋକଙ୍କ ଫସଲ କ୍ଷତି କଲେ ମଧ୍ୟ ଲୋକେ ମୃଗର କିଛି କ୍ଷତି କରିନଥାନ୍ତି। ତେଣୁ ମୃଗମାନେ ଅଧିକାଂଶ ସମୟ ଗ୍ରାମ ଭିତରେ ଏବଂ ଗ୍ରାମକୁ ଲାଗି ବିଚରଣ କରିଥାନ୍ତି। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ କୃଷ୍ଟସାର ମୃଗ ହେଉଛି ଏକ ବିରଳ ବନ୍ୟପ୍ରାଣୀ। ସେମାନଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି।

ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳପାଣି ଶତପଥୀ କହିଛନ୍ତି, ଯେଉଁ ଅଞ୍ଚଳରେ ମୃଗ ମାନେ ବିଚରଣ କରନ୍ତି ସଂପୃକ୍ତ ଅଞ୍ଚଳରେ ମରୁଡି ହୁଏ ନାହିଁ, ଲୋକଙ୍କ ଉନ୍ନତି ମଧ୍ୟ ହୋଇଥାଏ। ତେଣୁ ଏଭଳି ଏକ ବିରଳ ବନ୍ୟପ୍ରାଣୀ ଆଜି ସମସ୍ତଙ୍କ ସହଯୋଗରେ ସୁରକ୍ଷିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri