କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଭାପୁର,୧୬ା୧୦(ଡି.ଏନ.ଏ.): ସେପ୍ଟେମ୍ବର ଓ ଅକ୍ଟୋବରରେ ହେଉଥିବା ଲଘୁଚାପ ଜନିତ ବର୍ଷା ଓ ମହାନଦୀରେ ବନ୍ୟା ଫଳରେ ନୟାଗଡ଼ ଜିଲାର ଭାପୁର ବ୍ଲକ୍‌ର ପନିପରିବା ଚାଷ ପ୍ରଭାବିତ ହୋଇଛି। ଚାଷୀଙ୍କ ଉତ୍ପାଦନ କମିଛି । ଜିଲା ବାହାରୁ ଆବଶ୍ୟକ ପରିମାଣର ପରିବା ଆସୁନାହିଁ । ଏଣେ କାର୍ତ୍ତିକ ମାସ ଯୋଗୁ ପନିପରିବା ଚାହିଦା ବଢୁଛି । ଫଳରେ ଭାପୁର , ଗୋଳାପୋଖରୀ, ବିଜିପୁର, ଫତେଗଡ଼, ବାହାଡା, ଗୋଳାପୋଖରୀ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଛି । ନିତିଦିନିଆ ହାଣ୍ଡିଶାଳର ଜରୁରୀ ପରିବା ଭାବେ ଜଣାଶୁଣା ଫୁଲକୋବି, ବାଇଗଣ, ସଜନା ଛୁଇଁ, ଭେଣ୍ଡି, ପୋଟଳ, ବନ୍ଧାକୋବି, ବିଲାତି, ଝୁଡଙ୍ଗ, କଲରା ଆଦିର ଦର ଖାଉଟିଙ୍କୁ ବାଧୁଛି । ବଜାରରେ ଫୁଲକୋବି ଏବଂ ବିନ୍ସ କିଲୋପ୍ରତି ୧୨୦ ଟଙ୍କା ବିକ୍ରି ହେଉଛି । ସଜନା ଛୁଇଁ କିଲୋ ୧୮୦ ଟଙ୍କା ରହିଛି । ଗାଜର, ବିଟ୍‌ ଆଦି ୮୦ ଟଙ୍କା ଉପରେ ରହିଥିବା ବେଳେ ବନ୍ଧା କୋବି, ବାଇଗଣ, ବିଲାତି, ପୋଟଳ, ଝୁଡଙ୍ଗ, କାଙ୍କଡ, କଲରା, ଭେଣ୍ଡି କିଲୋ ୬୦ ଟଙ୍କା ଉପରେ ରହିଛି । ସେହିଭଳି କଞ୍ଚାଲଙ୍କା କିଲୋପ୍ରତି ୧୦୦ ଟଙ୍କା ବିକ୍ରି ହେଉଥିବାବେଳେ କ୍ୟାପ୍‌ସିକମ୍‌ କିଲୋ ୧୫୦ ଟଙ୍କାରୁ ଅଧିକ ବିକ୍ରି ହେଉଛି । କଖାରୁ କିଲୋ ପିଛା ୨୦ ଟଙ୍କା ଏବଂ କଞ୍ଚା କଦଳୀ ଗୋଟା ୧୦ ଟଙ୍କା ବିକ୍ରି ହେଉଛି ।  କରବର, ନଣ୍ଡାବର, ମାଣିତ୍ରୀ, ହନୁମନ୍ତପ୍ରସାଦ ଗ୍ରାମରେ ବିଭିନ୍ନ ପନିପରିବା ଚାଷ କରାଯାଏ । ହେଲେ ବନ୍ୟା ଯୋଗୁ ପରିବା ଚାଷ ଉଜୁଡି ଯାଇଛି । କିଛିଦିନ ହେଲା ବଜାରକୁ ଖାଉଟୀଙ୍କ ଚାହିଦା ମୁତାବକ ପରିବା ଆସିପାରୁନାହିଁ । ବାହାରୁ ଆସୁଥିବା ପରିବା ଆମଦାନୀ ଦର ଅନୁଯାୟୀ ଏଠାରେ ବିକ୍ରି କରିବାକୁ ବେପାରୀମାନେ ବାଧ୍ୟ ହେଉଛନ୍ତି । ତେଣୁ ପରିବା ଦରବୃଦ୍ଧିର ଏହା ଏକ ପ୍ରମୁଖ କାରଣ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ପରିବା ଦର ବଢୁଥିବାରୁ ପକେଟକୁ ବାଧୁଥିବା କହିଛନ୍ତି ଭାପୁର ଅଞ୍ଚଳର ସାଧାରଣ ଖାଉଟି ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶରେ ପେଟ୍ରୋଲ-ଡିଜେଲ ଶସ୍ତା! LPG ସିଲିଣ୍ଡର ଦାମ ୧୦୦ ଟଙ୍କା କମିଲା…

ନୂଆଦିଲ୍ଲୀ, ୨ା୭: ଜୁଲାଇ ପହିଲାରେ ଭାରତରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ବେଳେ, ପଡ଼ୋଶୀ ଦେଶ ନେପାଳର ଲୋକମାନଙ୍କୁ ମଧ୍ୟ ଏକ ବଡ଼ ଆଶ୍ୱସ୍ତି…

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri