କାର୍ତ୍ତିକରେ ପରିବା ଦର ଆକାଶଛୁଆଁ

ଭାପୁର,୧୬ା୧୦(ଡି.ଏନ.ଏ.): ସେପ୍ଟେମ୍ବର ଓ ଅକ୍ଟୋବରରେ ହେଉଥିବା ଲଘୁଚାପ ଜନିତ ବର୍ଷା ଓ ମହାନଦୀରେ ବନ୍ୟା ଫଳରେ ନୟାଗଡ଼ ଜିଲାର ଭାପୁର ବ୍ଲକ୍‌ର ପନିପରିବା ଚାଷ ପ୍ରଭାବିତ ହୋଇଛି। ଚାଷୀଙ୍କ ଉତ୍ପାଦନ କମିଛି । ଜିଲା ବାହାରୁ ଆବଶ୍ୟକ ପରିମାଣର ପରିବା ଆସୁନାହିଁ । ଏଣେ କାର୍ତ୍ତିକ ମାସ ଯୋଗୁ ପନିପରିବା ଚାହିଦା ବଢୁଛି । ଫଳରେ ଭାପୁର , ଗୋଳାପୋଖରୀ, ବିଜିପୁର, ଫତେଗଡ଼, ବାହାଡା, ଗୋଳାପୋଖରୀ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଛି । ନିତିଦିନିଆ ହାଣ୍ଡିଶାଳର ଜରୁରୀ ପରିବା ଭାବେ ଜଣାଶୁଣା ଫୁଲକୋବି, ବାଇଗଣ, ସଜନା ଛୁଇଁ, ଭେଣ୍ଡି, ପୋଟଳ, ବନ୍ଧାକୋବି, ବିଲାତି, ଝୁଡଙ୍ଗ, କଲରା ଆଦିର ଦର ଖାଉଟିଙ୍କୁ ବାଧୁଛି । ବଜାରରେ ଫୁଲକୋବି ଏବଂ ବିନ୍ସ କିଲୋପ୍ରତି ୧୨୦ ଟଙ୍କା ବିକ୍ରି ହେଉଛି । ସଜନା ଛୁଇଁ କିଲୋ ୧୮୦ ଟଙ୍କା ରହିଛି । ଗାଜର, ବିଟ୍‌ ଆଦି ୮୦ ଟଙ୍କା ଉପରେ ରହିଥିବା ବେଳେ ବନ୍ଧା କୋବି, ବାଇଗଣ, ବିଲାତି, ପୋଟଳ, ଝୁଡଙ୍ଗ, କାଙ୍କଡ, କଲରା, ଭେଣ୍ଡି କିଲୋ ୬୦ ଟଙ୍କା ଉପରେ ରହିଛି । ସେହିଭଳି କଞ୍ଚାଲଙ୍କା କିଲୋପ୍ରତି ୧୦୦ ଟଙ୍କା ବିକ୍ରି ହେଉଥିବାବେଳେ କ୍ୟାପ୍‌ସିକମ୍‌ କିଲୋ ୧୫୦ ଟଙ୍କାରୁ ଅଧିକ ବିକ୍ରି ହେଉଛି । କଖାରୁ କିଲୋ ପିଛା ୨୦ ଟଙ୍କା ଏବଂ କଞ୍ଚା କଦଳୀ ଗୋଟା ୧୦ ଟଙ୍କା ବିକ୍ରି ହେଉଛି ।  କରବର, ନଣ୍ଡାବର, ମାଣିତ୍ରୀ, ହନୁମନ୍ତପ୍ରସାଦ ଗ୍ରାମରେ ବିଭିନ୍ନ ପନିପରିବା ଚାଷ କରାଯାଏ । ହେଲେ ବନ୍ୟା ଯୋଗୁ ପରିବା ଚାଷ ଉଜୁଡି ଯାଇଛି । କିଛିଦିନ ହେଲା ବଜାରକୁ ଖାଉଟୀଙ୍କ ଚାହିଦା ମୁତାବକ ପରିବା ଆସିପାରୁନାହିଁ । ବାହାରୁ ଆସୁଥିବା ପରିବା ଆମଦାନୀ ଦର ଅନୁଯାୟୀ ଏଠାରେ ବିକ୍ରି କରିବାକୁ ବେପାରୀମାନେ ବାଧ୍ୟ ହେଉଛନ୍ତି । ତେଣୁ ପରିବା ଦରବୃଦ୍ଧିର ଏହା ଏକ ପ୍ରମୁଖ କାରଣ ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ପରିବା ଦର ବଢୁଥିବାରୁ ପକେଟକୁ ବାଧୁଥିବା କହିଛନ୍ତି ଭାପୁର ଅଞ୍ଚଳର ସାଧାରଣ ଖାଉଟି ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri