ଦୂରେଇ ଦେଉଛି ଦର

ବଇଣ୍ଡା,୨୯ା୧୦ (ପରିକ୍ଷିତ ସାହୁ): ଗରିବ ବୋଲି କିଲୋପିଛା ୧ ଟଙ୍କାରେ ଚାଉଳ ଦେଉଛନ୍ତି ସରକାର। ହେଲେ ସେହି ଗରିବଙ୍କୁ ଯୋଗାଉଥିବା କିରୋସିନର ମୂଲ୍ୟ ରଖିଛନ୍ତି ଲିଟର ପ୍ରତି ୮୪ ଟଙ୍କା। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ମିଳୁଥିବା ଏହି ଜାଳେଣିର ଏପରି ଦରକୁ ନେଇ ଆଶ୍ଚର୍ଯ୍ୟ ସହ ଅସନ୍ତୋଷ ପ୍ରକଟ କରୁଛନ୍ତି ହିତାଧିକାରୀ। ଏପରି କି ମାସିକିଆ କୋଟାରେ ସେମାନେ ଚାଉଳ ଉଠାଇବା ବେଳେ କିରୋସିନ କିଣିବାକୁ ଅକ୍ଷମ ବୋଲି ଦର୍ଶାଉଛନ୍ତି। ଏହି ଅତ୍ୟଧିକ ଦର କାରଣରୁ କିରୋସିନ କିଣାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି ଦାରିଦ୍ର ସୀମାରେଖା ତଳେ ଥିବା ପରିବାର। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୭୦ ପ୍ରତିଶତ ରାଶନକାର୍ଡଧାରୀ ଏବେ ପିଡିଏସ୍‌ କିରୋସିନ ନେଉନାହାନ୍ତି। ଫଳରେ ଏହି ଗରିବଙ୍କ ପାଇଁ ଆସୁଥିବା ବହୁ ହଜାର ଲିଟର ସରକାରୀ ତେଲ କଳାବଜାରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି।
ଆଠମଲ୍ଲିକ ଉପଖଣ୍ଡର ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ରହିଛି ମୋଟ୍‌ ୪୭ ପଞ୍ଚାୟତ। ସେଥିରୁ ଆଠମଲ୍ଲିକ ବ୍ଲକରେ ୨୪ଟି ପଞ୍ଚାୟତ ଅଛି। ଏଥିସହ ଆଠମଲ୍ଲିକ ଏନ୍‌ଏସି ଅଞ୍ଚଳରେ ମଧ୍ୟ ରାଶନ କାର୍ଡଧାରୀ ରହିଛନ୍ତି। କେବଳ ଆଠମଲ୍ଲିକ ବ୍ଲକର ଏହି ରାଶନକାର୍ଡଧାରୀଙ୍କ ପାଇଁ ମାସିକ ୭୫ ହଜାର ଲିଟର କିରୋସିନ ଉଠାଯାଉଛି। କିନ୍ତୁ ଏତେ ଦର ଦେଇ ଏହି ଜାଳେଣି କିଣିବାକୁ ହିତାଧିକାରୀମାନେ ସକ୍ଷମ ହେଉନାହାନ୍ତି। ତେବେ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ବିନା ବିଦ୍ୟୁତ୍‌ରେ ରହୁଥିବା ଗରିବ ଲୋକେ କିରୋସିନ କିଣିବାକୁ ବାଧ୍ୟ ହେଉଛନ୍ତି। ଫଳରେ ମାତ୍ର ୩୦ ପ୍ରତିଶତ କାର୍ଡଧାରୀ ଏହାକୁ ନେଉଥିବା ବେଳେ ବାକି ୭୦ ପ୍ରତିଶତ ଏଥିରୁ ଦୂରେଇ ଯାଉଛନ୍ତି। ସେହିପରି କିଶୋରନଗର ବ୍ଲକର ୨୩ ପଞ୍ଚାୟତରେ ୭୦୫୮ ରାଶନ ଓ ୩ ହଜାର ଅନ୍ତ୍ୟୋଦୟ ଯୋଜନାର ହିତାଧିକାରୀ ରହିଛନ୍ତି। ଏମାନଙ୍କ ପାଇଁ ପ୍ରତି ମାସରେ ୩୨ ହଜାର ଲିଟର କିରୋସିନ ସରକାରଙ୍କ ପକ୍ଷରୁ ଯୋଗାଣ ହେଉଛି। କିନ୍ତୁ ଦର ଅଧିକ ଥିବାରୁ ଗରିବ ପରିବାର ତାହାକୁ କିଣିପାରୁ ନାହାନ୍ତି। ଗତ ଜୁନ ଓ ଜୁଲାଇରେ ଲିଟର ପ୍ରତି କିରୋସିନ ମୂଲ୍ୟ ୮୮. ୭୯ ଟଙ୍କା ରହିଥିଲା। ଅଗଷ୍ଟ ଓ ସେପ୍ଟେମ୍ବରରେ ଏହା ୯୦.୩୧ ଟଙ୍କା ହୋଇଥିବାବେଳେ ଅକ୍ଟୋବରରେ କିଛିଟା ହ୍ରାସ ପାଇ ୮୩.୨୩ ଟଙ୍କାରେ ରହିଛି। ଡିଲରମାନେ ଲିଟର ପ୍ରତି ୮୪ ଟଙ୍କାରେ ବିକ୍ରି କରୁଥିବାରୁ ବ୍ଲକ ଅଞ୍ଚଳର ୪୦ ପ୍ରତିଶତ ହିତାଧିକାରୀ ଏହି ଜାଳେଣି କ୍ରୟରୁ ବିମୁଖ ହେଲେଣି। ଏଥିଯୋଗୁ ପ୍ରତି ମାସରେ ହଜାର ହଜାର ଲିଟର କିରୋସିନ ବଳକା ରହିଯାଉଛି। କିନ୍ତୁ ଅନ୍‌ଲାଇନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଥିବା ସରକାର ଏ ସମ୍ପର୍କରେ ଠିକ୍‌ରେ ଜାଣିପାରୁ ନାହାନ୍ତି। କାରଣ ହିତାଧିକାରୀ ଆଙ୍ଗୁଠି ଛାପ ଦେବା ମାତ୍ରେ ସେ ମାସିକିଆ କୋଟା ନେଇଯାଉଥିବା ସରକାରୀ ରେକର୍ଡ ରହୁଛି। ଏହା କେତେଜଣ ଅସାଧୁ ଅଧିକାରୀ ଓ ଡିଲରମାନଙ୍କୁ ବେଶ୍‌ ସୁହାଉଛି। ସେମାନେ ଏହି ସରକାରୀ କିରୋସିନକୁ କଳାବଜାରରେ ବିକ୍ରି କରି ଲାଭ ନେଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଏ ସମ୍ପର୍କରେ ଆଠମଲ୍ଲିକ ଉପଖଣ୍ଡ ଯୋଗାଣ ଅଧିକାରୀ ଶିବାଶିଷ ଜେନା କହିଛନ୍ତି, କଳାବଜାରରେ କିରୋସିନ ବିକ୍ରି ହେଉଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦର କମାଇବା ପାଇଁ ସରକାରଙ୍କୁ ରିପୋର୍ଟ ଦିଆଯାଇଛି।

ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲାଗୁ
ସରକାର କିରୋସିନ ଦର ବଢ଼ାଇ ଚାଲିଛନ୍ତି। ଆବଶ୍ୟକ ହେଉଥିଲେ ବି ହୁ ହୁ ହୋଇ ବଢ଼ୁଥିବା ଦର ଯୋଗୁ ଏହାକୁ ବହୁ ଗରିବ ପରିବାର କିଣିପାରୁ ନାହାନ୍ତି। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ କିରୋସିନ ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାନ୍ତୁ
-ଲକ୍ଷ୍ମଣ ଭୋଇ, ହିତାଧିକାରୀ

ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି
କିରୋସିନ ଲିଟର ଏତେ ଟଙ୍କା ହେବ ବୋଲି ଭାବି ନ ଥିଲୁ। ସରକାର ପୂର୍ବରୁ ଦେଉଥିବା ସବ୍‌ସିଡି ପ୍ରତ୍ୟାହାର କରିନେଇ ଥିବାରୁ ଦର ଏପରି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ତୁରନ୍ତ କିରୋସିନ ଲିଟର ପିଛା ୨୦ରୁ ୩୦ ଟଙ୍କା ମଧ୍ୟରେ ରଖାଯାଉ।
-କକେୟା ବେହେରା, ହିତାଧିକାରୀ

କିଏ କିଣୁଛି ତ କିଏ ଅକ୍ଷମ
ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ରହୁଥିବାରୁ ବିଜୁଳି ସବୁବେଳେ ରହୁନାହିଁ। ବିଶେଷକରି ରାତିବେଳା ବିଦ୍ୟୁତ୍‌ ନ ଥିଲେ କିରୋସିନ ଜାଳିବାକୁ ପଡ଼ୁଛି। ହେଲେ ଲିଟର ପିଛା ଏତେ ଟଙ୍କା ହୋଇଥିବାରୁ କିଏ ବାଧ୍ୟ ହୋଇ କିଣୁଛି ତ ଆଉ କିଏ ସକ୍ଷମ ହୋଇପାରୁ ନାହିଁ।
-ପୀତାମ୍ବର ମାଝି, ମଇମୁରା

ସରକାରୀ ବ୍ୟବସ୍ଥାର ଲାଭ ମିଳୁନି
କିରୋସିନ କଳାବଜ଼ାର ରୋକାଯିବା ଦିଗରେ ପଦକ୍ଷେପ ନିଆଯିବା ସହ ଦର ହ୍ରାସ କରାଯାଉ। ଏହା ହେଲେ ସରକାରୀ ବ୍ୟବସ୍ଥାର ଲାଭ ହିତାଧିକାରୀ ପାଇପାରିବେ। ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ।
-ଅରବିନ୍ଦ ସାହୁ

କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ
କିରୋସିନ କଳାବଜ଼ାର ହେଉଥିବା ସମ୍ପର୍କରେ ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଯୋଗାଣ ବିଭାଗକୁ ମଧ୍ୟ ନିୟମିତ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ।
-ତରଣୀ ସୁନା, ଆଠମଲ୍ଲିକ ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମୋହନା ଥାନାରେ ‘ଶିଶୁ ସୁରକ୍ଷା ଓ ଭୟମୁକ୍ତ କେନ୍ଦ୍ର’ ଉଦଘାଟିତ: ଶିଶୁଙ୍କ ପାଇଁ ପୋଲିସ ସାଜିବ ବନ୍ଧୁ

ମୋହନା ୨୮।୩(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପରିସରରେ ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ଶିଶୁମାନଙ୍କୁ ପୋଲିସ ପ୍ରତି ଥିବା ଭୟ ଦୂର କରିବା…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

ଭଞ୍ଜନଗର ବାର୍‌ ଆସୋସିଏଶନ ନିର୍ବାଚନ: ସଭାପତି ଭାବେ ନିର୍ବାଚିତ ହେଲେ ସନ୍ତୋଷ ନାୟକ, ଧୀରେନ ସ୍ବାଇଁ…

ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏସନ ନିର୍ବାଚନ ଶନିବାର ସରିଛି। ଏଥିରେ ସଭାପତି ଭାବେ ସନ୍ତୋଷ ନାୟକ ନିର୍ବାଚିତ ହୋଇଛନ୍ତି । ଏଥିସହ ସାଧାରଣ ସମ୍ପାଦକ…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ପୁଣି ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଓକିଲ ସଂଘ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭୀଷ୍ମଦେବ ସରାଫ ପୁଣିଥରେ ସଭାପତି ନିର୍ବାଚିତ ହୋଇଛନ୍ତି। ସେହିପରି…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri