ଅବଧି ନ ଥିଲେ ବି ମୂଲ୍ୟ ଅଧିକ

ଅନୁଗୋଳ ଅଫିସ, ୪।୨: ଅନୁଗୋଳ ଜିଲାର କେତୋଟି ମଦ କାଉଣ୍ଟରରେ ବିକ୍ରି ହେଉଛି ଏକ୍ସପାଏରୀ ମଦ। କେଇମାସ ପୂର୍ବରୁ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବୋତଲରେ ନୂଆ ଷ୍ଟିକର ଲଗାଇ ବିକ୍ରି କରାଯାଉଛି। ଏପରି କି ପ୍ରିଣ୍ଟ ମୂଲ୍ୟଠାରୁ କିଛି ଟଙ୍କା ଅଧିକ ନିଆଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଉପଜିଲାପାଳଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ବିବିଧ ଶୃଙ୍ଖଳା ଟିମ୍‌ ଚଢ଼ାଉ କରି ଏ ନେଇ ତାଗିଦ୍‌ କରୁଥିଲେ ବି ସମ୍ପୃକ୍ତ ବ୍ୟବସାୟୀମାନେ ତାହାକୁ ଖାତିର କରୁ ନ ଥିବା ଦେଖାଯାଉଛି।
କରୋନା ସ୍ଥିତି ସୁଧୁରିବା ପରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ମଦ କାଉଣ୍ଟରଗୁଡ଼ିକୁ ସରକାର ଖୋଲିବାକୁ ଅନୁମତି ଦେଇଥିଲେ। ଏଥିସହ ମୂଲ୍ୟ ମଧ୍ୟ ବଢ଼ାଇ ଦେଇଥିଲେ। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦୋକାନଗୁଡ଼ିକରେ ବିକ୍ରି କରାଯିବା ସହ ହୋମ୍‌ ଡେଲିଭରି ମଧ୍ୟ ଆରମ୍ଭ କରାଯାଇଥିଲା। ଏବେ ସେହି ଅବସ୍ଥା ଆଉ ନାହିଁ। କଟକଣା ସମ୍ପୂର୍ଣ୍ଣ କୋହଳ କରାଯାଇଥିବାରୁ ସକାଳୁ ରାତିଯାଏ କାଉଣ୍ଟରଗୁଡ଼ିକରେ ଏହି ନିଶା ପାନୀୟ ବିକ୍ରି ହେଉଛି। ଶଟ୍‌ଡାଉନ ଓ ଲକ୍‌ଡାଉନ୍‌ ଯୋଗୁ ବିକ୍ରି ହୋଇ ନ ପାରି ରହିଯାଇଥିବା ମଦ ବିକିବାକୁ ସରକାର ଅବଧି ସମୟକୁ ୬ ମାସରୁ ୯ ମାସକୁ ବୃଦ୍ଧି କରିଛନ୍ତି। ଏଥିସହ କେଉଁ ଦରରେ ବିକ୍ରି କରାଯିବ ତାହାର ମୂଲ୍ୟ ମଧ୍ୟ ବୋତଲ ଉପରେ ପ୍ରିଣ୍ଟ କରାଯାଇଛି। କିନ୍ତୁ ଅନୁଗୋଳ ଜିଲାର କେତେକ କାଉଣ୍ଟରରେ ସରକାର ଧାର୍ଯ୍ୟ କରିଥିବା ୯ ମାସ ସମୟ ପୂରଣ ହୋଇଥିଲେ ମଧ୍ୟ ବ୍ୟବସାୟୀମାନେ ତାହାକୁ ହଟାଇ ନ ଥିବା ବିବିଧ ଶୃଙ୍ଖଳା ଟିମ୍‌ ଦେଖିବାକୁ ପାଇଛି। ଗତମାସରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକ ଯାଞ୍ଚ ବେଳେ ଏହି ଟିମ୍‌ ଏକ୍ସପାଏରୀ ନିଶା ପାନୀୟ ବିକ୍ରି ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲା। ତୁରନ୍ତ ଏପରି କାରବାର ବନ୍ଦ କରିବାକୁ ତାଗିଦ୍‌ କରିବା ସହ ଜରିମାନା ମଧ୍ୟ ଆଦାୟ କରିଥିଲା। କିନ୍ତୁ ଲାଭଖୋର କେତେଜଣ ବ୍ୟବସାୟୀ ଏକ୍ସପାଏରୀ ହୋଇଯାଇଥିବା ମଦ ବୋତଲରେ ନୂଆ ଷ୍ଟିକର ଲଗାଇ ତାହାକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏହାଛଡ଼ା ପ୍ରିଣ୍ଟ ମୂଲ୍ୟଠାରୁ ଅଧିକ ଅର୍ଥ ସେଲ୍ସମ୍ୟାନମାନେ ଦାବି କରୁଛନ୍ତି। ଏ ନେଇ ଗରାଖ ପ୍ରଶ୍ନ କଲେ ସେମାନଙ୍କୁ ନାଲିଆଖି ଦେଖାଯାଉଛି ବୋଲି ଅନେକେ ଅଭିଯୋଗ କରୁଛନ୍ତି। ହେଲେ ଅବକାରୀ ବିଭାଗ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହି ନିଶା ପାନୀୟର ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଧାର୍ଯ୍ୟଠାରୁ ଅଧିକ ମୂଲ୍ୟ ବେଆଇନ
ଅଳ୍ପଦିନ ହେଲା ଜିଲାର ଦାୟିତ୍ୱ ନେଇଛି। ପ୍ରିଣ୍ଟଥିବା ଦରଠାରୁ କୌଣସି ବ୍ୟବସାୟୀ ଅଧିକ ଅର୍ଥ ନେଇପାରିବେ ନାହିଁ। ଯଦି କେଉଁଠି ଅଧିକ ଅର୍ଥ ନିଆଯାଉଥିବ ଓ ଏକ୍ସପାଏରୀ ମଦ ବିକ୍ରି କରାଯାଉଥିବ ତା’ହେଲେ ସେଠାରେ ଚଢ଼ାଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବିବେକାନନ୍ଦ ନାୟକ, ଅବକାରୀ ଏସ୍‌ପି, ଅନୁଗୋଳ

ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ
ଅବଧି ତାରିଖ ମଧ୍ୟରେ ମଦ ବିକ୍ରି କରାଯିବା କଥା। ସରକାରଙ୍କ ପକ୍ଷରୁ ଏକ୍ସପାରି ତାରିଖ ବଢ଼ାଯିବା ପରେ ଦୋକାନୀଙ୍କୁ ନୂଆ ଷ୍ଟିକର ମାରିବାକୁ କୁହାଯାଇଛି। କିନ୍ତୁ କେତେକ ସ୍ଥାନରେ ସରକାରୀ ଅବଧି ଶେଷ ହୋଇଥିଲେ ମଧ୍ୟ ମଦ ବିକ୍ରି କରାଯାଉଥିବା ବିବିଧ ଶୃଙ୍ଖଳା ଟିମ୍‌ ଦେଖିବାକୁ ପାଇ ତାଗିଦ୍‌ କରିଥିଲା। ଯଦି ଏହାକୁ ଅମାନ୍ୟ କରାଯାଉଛି, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ

ବିଭାଗୀୟ କର୍ମଚାରୀଙ୍କ ସମ୍ପୃକ୍ତି ରହୁଛି
ଜିଲାର ବିଭିନ୍ନ ମଦ ଦୋକାନରେ ଭିନ୍ନ ଭିନ୍ନ ଦର ନିଆଯାଉଛି। ବୋତଲରେ ମୂଲ୍ୟ ଲେଖା ଥିଲେ ବି ତାହାଠାରୁ ଅଧିକ ଟଙ୍କା ଦାବି କରାଯାଉଛି। ଅବଧି ଶେଷ ହୋଇଥିବା ମଦ ବିକ୍ରି କରିବାକୁ ବ୍ୟବସାୟୀମାନେ ଭୟ କରୁନାହାନ୍ତି। ଅବକାରୀ ବିଭାଗର କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ପାଇଁ ଏହି ବ୍ୟବସାୟୀମାନେ ଏପରି ବେଆଇନ କାରବାର କରୁଛନ୍ତି।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ

ସରକାର ଦର ଧାର୍ଯ୍ୟ କରୁଛନ୍ତି
ମଦର ମୂଲ୍ୟ କେତେ ରହିବ ତାହା ସରକାର ଧାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ବୋତଲ ଉପରେ ଦର ଉଲ୍ଲେଖ କରାଯାଉଛି। ଏହାଠାରୁ କେହି ଅଧିକ ମୂଲ୍ୟ ନେବା କଥା ନୁହେଁ। ତେବେ ଅନୁଗୋଳରେ କାହିଁକି ଏପରି କରାଯାଉଛି ସେ ନେଇ ଆମ ନିକଟରେ କୌଣସି ସୂଚନା ନଥାଏ। ଅବକାରୀ ବିଭାଗ ପକ୍ଷରୁ ଏହା ଯାଞ୍ଚ କରାଯିବା କଥା। ଆମେ କେବଳ ବିୟର ଦର ସମ୍ପର୍କରେ ସରକାର ଓ ଅବକାରୀ ବିଭାଗକୁ ଅବଗତ କରୁଛୁ।
-ନିନା ବେଉରା, ଶାଖା ମ୍ୟାନେଜର, ଓଡ଼ିଶା ପାନୀୟ ନିଗମ


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବରଗଡ଼ ସହରରେ ଅଗ୍ନିକାଣ୍ଡ: ଚଷମା ଦୋକାନ ଛାରଖାର

ବରଗଡ଼,୮ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ସୋମବାର ସକାଳୁ ଏକ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ କୋର୍ଟ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ଏକ ଚଷମା ଦୋକାନରୁ...

ଆଇଏସ୍‌ପିଏଲ୍‌ ନିଲାମରେ ଓଡ଼ିଆ ପୁଅ ରାଜେଶ

ଖୋର୍ଦ୍ଧା,୮ା୧୨(ପ୍ରଭାତ ପାଣିଗ୍ରାହୀ):ଏବେ ସବୁଆଡ଼େ କ୍ରିକେଟର କ୍ରେଜ୍‌। ଛୋଟଠୁ ବଡ଼ ସମସ୍ତେ କ୍ରିକେଟ୍‌ ମାନିଆ। ଏଥିରେ କ୍ୟାରିୟର କରିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ରହିଛି।...

ଗୋଆ ଅଘଟଣ: ୨୫ ମୃତକଙ୍କ ମିଳିଲା ପରିଚୟ

ପଣଜୀ,୮ା୧୨(ପି.ଟି/ଏଜେନ୍ସି):ଗୋଆ ରାଜଧାନୀ ପଣଜୀରୁ ୨୫ କି.ମି. ଦୂରରେ ‘ବର୍ଚ ବାଇ ରୋମିଓ ଲେନ୍‌’ ନାଇଟ୍‌ କ୍ଲବ୍‌ ଅବସ୍ଥିତ। ବେଆଇନ ଭାବେ ନିର୍ମିତ ଏହି କ୍ଲ୍‌ବ୍‌କୁ ଭାଙ୍ଗିବା...

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri