ଉଠୁନି ଅଳିଆ, ବଢୁଛି ମଶାଙ୍କ ପ୍ରାଦୁର୍ଭାବ

ଖୋର୍ଦ୍ଧା ଅଫିସ,୧୮ା୧୨: ଖୋର୍ଦ୍ଧା ସହରର ମୁଖ୍ୟ ସ୍ଥାନଗୁଡ଼ିକୁ ବାଦ୍‌ ଦେଲେ ସାହି ଗଳିକନ୍ଦିରୁ ଅଳିଆ ହଟୁନି। ଖାଦ୍ୟ ଲାଳସାରେ ଗୋରୁଗାଈ, କୁକୁର ଅଳିଆକୁ ରାସ୍ତାରେ ଖେଳାଇ ଦେଉଛନ୍ତି। କୁଢ଼ କୁଢ଼ ଅଳିଆ ଆବର୍ଜନା ମଧ୍ୟରେ ପୂତିଗନ୍ଧମୟ ପରିବେଶ ମଧ୍ୟରେ ନାକ ଫାଟିପଡୁଛି। ଉକ୍ତ ରାସ୍ତାରେ ଯାଉଥିବା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଦୀର୍ଘ ସମୟ ଧରି ଡ୍ରେନ୍‌ ସଫା ନ ହେବାରୁ ଅଳିଆ ଆବର୍ଜନା ପଚି ଦୁର୍ଗନ୍ଧ ହେଉଛି। ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ସହରରେ ମଶାଧୂଅଁା ମେଶିନ ବୁଲୁ ନ ଥିବାରୁ ମଶା, ମାଛିଙ୍କ ବଂଶ ବଢୁଛି। ଘରେ, ବାହାରେ ଚାରିଆଡ଼େ ମଶାଙ୍କ ପ୍ରାଦୁର୍ଭାବ ରହିଛି। ଏପରି କି ମଶାରି ନ ଟାଙ୍ଗିଲେ ଶୋଇ ହେଉନାହିଁ। ସହରରେ ପରିମଳ ପ୍ରତି ଗୁରୁତ୍ୱ ଦିଆ ନ ଗଲେ ଆଗାମୀ ଦିନରେ ଭୁବନେଶ୍ୱର ପରି ଖୋର୍ଦ୍ଧାରେ ମଧ୍ୟ ସମାନ ଅବସ୍ଥା ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏଥିପ୍ରତି ଖୋର୍ଦ୍ଧା ପୌର ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।

ସହରର ଜନସଂଖ୍ୟା ୫୦ ହଜାରରୁ ଊର୍ଦ୍ଧ୍ୱ ଟପିଲାଣି। ୨୨ ଓ୍ବାର୍ଡ ମଧ୍ୟରୁ ୨୦ଟି ଓ୍ବାର୍ଡର ଘରୋଇକରଣ କରାଯାଇଛି। ଏବାବଦକୁ ପୌର ପ୍ରଶାସନ ପକ୍ଷରୁ ମାସିକ ଲକ୍ଷାଧିକ ଟଙ୍କା ଠିକାସଂସ୍ଥାକୁ ଦିଆଯାଉଛି। ଦୈନିକ ଠିକାସଂସ୍ଥା ଦ୍ୱାରା ଅଳିଆ ଉଠୁଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି। ବିଭିନ୍ନ ସ୍ଥାନରେ ଅଳିଆ ପଡ଼ି ରହୁଛି। ଏନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପୌର ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ପୌର ପ୍ରଶାସନ ଅଧୀନରେ ୨୦୪ ଜଣ ଠିକା କର୍ମଚାରୀ, ୧୭ ଜଣ ସ୍ବଚ୍ଛ ସାଥୀ, ୨ ଜଣ ସୁପରଭାଇଜର କାର୍ଯ୍ୟରତ ଅଛନ୍ତି। ଠିକାସଂସ୍ଥା ଅଧୀନରେ ୧୭୪ ଜଣ କାର୍ଯ୍ୟରତ ଥିବା ବେଳେ ଅନ୍ୟମାନେ ପୌର ପ୍ରଶାସନ ଅଧୀନରେ କାର୍ଯ୍ୟ କରୁଛନ୍ତି। ସହରରୁ ଦୈନିକ ୧୪ରୁ ୧୬ ଟନ୍‌ ଓଦା ଓ ଶୁଖିଲା ଅଳିଆ ଆବର୍ଜନା ବାହାରୁଛି। ଅଳିଆ ଉଠାଇବା ଲାଗି ଏସ୍‌ଏଚ୍‌ଜି ଗ୍ରୁପ୍‌ ଜରିଆରେ ୬ଟି ବ୍ୟାଟେରିଚାଳିତ ଅଳିଆବୁହା ଗାଡ଼ି, ୩୦ଟି ଟ୍ରାଇସାଇକେଲ, ୪ ଟ୍ରାକ୍ଟର ନିୟୋଜିତ କରାଯାଇଥିବା ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହାସତ୍ତ୍ୱେ ସହରରୁ ସକାଳ ୮ଟା ପର୍ଯ୍ୟନ୍ତ ଅଳିଆ ହଟୁନି। ଟ୍ରାଫିକ ଛକ, ସମବାୟ ଛକ, ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ, ରାଧାବଲ୍ଲଭ ସାହି ରାସ୍ତା, ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌ରେ ଥିବା ପରିତ୍ୟକ୍ତ ପୋଖରୀ ନିକଟରେ ଅଳିଆ ଗଦା ହୋଇ ରହୁଛି। ସମାନ ଦୃଶ୍ୟ ରହିଛି ନୂଆ ବସ୍‌ଷ୍ଟାଣ୍ଡର। ଅନେକ ଓ୍ବାର୍ଡରୁ ଅଳିଆ ଉଠାଯାଉ ନ ଥିବା ଅଭିଯୋଗ ହେଉଛି। ଗୁରୁଜଙ୍ଗ, ଶ୍ରୀରାମନଗର ହାଉସିଂବୋର୍ଡ, ନୂଆ ବସ୍‌ଷ୍ଟାଣ୍ଡ ପରିସର, କୋର୍ଟ ପାର୍ଶ୍ୱ, ଗୀତାଭବନ ପଡ଼ିଆ, ଖ୍ରୀଷ୍ଟିଆନ ସାହି, ମସ୍‌ଜିଦ୍‌ ସମ୍ମୁଖ ରାସ୍ତା, ମଧୁସୂଦନ ନଗରର ପରିତ୍ୟକ୍ତ ପୋଖରୀ ପାର୍ଶ୍ୱ ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri