ଅହିଂସାର ଛଳନା

ବୌଦ୍ଧ, ଜୈନ ଓ ହିନ୍ଦୁଶାସ୍ତ୍ରରେ ଗୋଟିଏ ବାଜପକ୍ଷୀ ଘରଚଟିଆକୁ ଶିକାର ଉଦ୍ଦେଶ୍ୟରେ ଅନୁଧାବନ କରିବାର କାହାଣୀଟିଏ ଅଛି। ଜଣେ ରାଜା ଘରଚଟିଆକୁ ଆଶ୍ରୟ ଦେଇଥିଲେ। ବାଜପକ୍ଷୀଟି ଖାଦ୍ୟ ନ ପାଇ ରାଜାଙ୍କଠାରୁ ତାହା ଚାହଁୁଥାଏ। ଏ କ୍ଷେତ୍ରରେ ଘରଚଟିଆ ବଞ୍ଚତ୍ବା ଲାଗି ବାଜପକ୍ଷୀ ମରିବା ଦରକାର କି? ଗୋଟିଏ ଶାକାହାରୀ କାହିଁକି ରାଜାଙ୍କ ସୁରକ୍ଷାରେ ରହିବା ପାଇଁ ଯୋଗ୍ୟ, କାହିଁକି ଗୋଟିଏ ମାଂସାଶୀ ନୁହେଁ? ଶାକାହାରୀ ବଞ୍ଚତ୍ବା ପାଇଁ କାହିଁକି ଗୋଟିଏ ମାଂସାଶୀ ଉପାସରେ ରହିବ? ସମ୍ଭବତଃ ଏହି କାହାଣୀ ଅଶୋକଙ୍କ ତଥାକଥିତ ଦୟାର ଆଧ୍ୟାତ୍ମିକ ଭାବନା ଭାବେ ଜଣାଶୁଣା ଅହିଂସା ବିଚାରଧାରାକୁ ବିରୋଧ କରିବା ଲାଗି ଉଦ୍ଦିଷ୍ଟ।
ସନାତନ ଧର୍ମ ଖାଦ୍ୟ ବିଚାରରୁ ଆରମ୍ଭ ହୋଇଛି। ବଞ୍ଚତ୍ବାକୁ ହେଲେ ଆମକୁ ଖାଇବାକୁ ପଡ଼ିବ। କିନ୍ତୁ ଖାଇବା ହେଉଛି ହିଂସା। ସମ୍ବଳର ବ୍ୟବହାର ମଧ୍ୟ ହିଂସା। ଅହିଂସକ ହେବା ପାଇଁ ଜଣେ ଖାଇବା ବନ୍ଦ କରିବାକୁ ହେବ। ଏଣୁ ଜୈନ ପରମ୍ପରାରେ ଉପବାସ ହେଉଛି ମୁଖ୍ୟ। ଉପବାସ ରହି ବୁଦ୍ଧ ଯେତେବେଳେ ଅଚେତ ହୋଇଯାଇଥିଲେ, ସେତେବେଳେ ସେ ସଂଯମ ମାର୍ଗ ଅନୁଭବ କରିଥିଲେ। ଖାଇବାରେ ସନ୍ତୁଳନ ପାଇଁ ଅନ୍ୟମାନଙ୍କୁ ଖୁଆଇବା ଦରକାର ବୋଲି ହିନ୍ଦୁମାନେ କହନ୍ତି। ହେଲେ ଖାଦ୍ୟ ସମ୍ପର୍କିତ ଏହି ବିଚାର ହିନ୍ଦୁଧର୍ମ ଓ ବେଦାନ୍ତର ଆଧୁନିକ ବିଚାରଧାରାରେ ହଜିଯାଉଛି।
ସମ୍ବଳର ବ୍ୟବହାର ହେଉଛି ଅତ୍ୟନ୍ତ ହିଂସକ ପ୍ରକ୍ରିୟା। ଏଣୁ କଞ୍ଜପ୍‌ସନ ଇକୋନୋମି ବା ଅର୍ଥ ବ୍ୟବସ୍ଥାରେ ଯେଉଁମାନଙ୍କର ଯୋଗଦାନ ରହିଛି, ସେମାନେ ମୁଖ୍ୟତଃ ହିଂସାତ୍ମକ ବ୍ୟକ୍ତି। ଯେଉଁମାନେ ବେଦ ପଢ଼ିଛନ୍ତି, ସେମାନେ ଏହି ସରଳ ବିଷୟକୁ ଭଲ ଭାବେ ଜାଣନ୍ତି। ବେଦରେ ସବୁ ପ୍ରକାର କ୍ଷୁଧା (ମୋହ ହେଉ କି କାମନା କିମ୍ବା ଆକାଂକ୍ଷା) ଖାଦ୍ୟ ଚାହେଁ ଏବଂ ଖାଦ୍ୟ ସକାଶେ ଅତ୍ୟଧିକ ପରିମାଣରେ ଉଦ୍ଭିଦ ଓ ପ୍ରାଣୀଙ୍କୁ ମାରିବାକୁ ହୁଏ। ପ୍ରକୃତିର ସମ୍ବଳର ବ୍ୟବହାର ଦ୍ୱାରା ସମାଜ ବା ସଭ୍ୟତା ପ୍ରତିଷ୍ଠା ହୋଇଥାଏ ବୋଲି ପାଣ୍ଡବମାନେ ଦେବତାଙ୍କ ପାଇଁ ଉପଯୁକ୍ତ ଇନ୍ଦ୍ରପ୍ରସ୍ଥ ସହର ନିର୍ମାଣ କରିବା ସମୟରେ ଉପଲବ୍ଧି କରିଥିଲେ। ସେମାନେ ଏଥିପାଇଁ ଖାଣ୍ଡବ ବନକୁ ଜାଳି ସମସ୍ତ ଉଦ୍ଭିଦ, ପ୍ରାଣୀ ଓ ନାଗମାନଙ୍କୁ ହତ୍ୟା କରିଥିଲେ। ଜଙ୍ଗଲକୁ ଜାଳି ଅଗ୍ନିଦେବଙ୍କୁ ସନ୍ତୁଷ୍ଟ କରିବା ଯୋଗୁ ସେ ପାଣ୍ଡବଙ୍କୁ ଆଶୀର୍ବାଦ ଦେଇଛନ୍ତି। କିନ୍ତୁ ଏଭଳି ସମ୍ବଳର କ୍ଷୟ ପ୍ରକ୍ରିୟାରେ ନାଗମାନେ ବଳି ପଡ଼ିଛନ୍ତି। ଜଙ୍ଗଲ ନିଆଁରେ ପୋଡ଼ିଯିବାରୁ ସେମାନେ ପାଣ୍ଡବଙ୍କୁ ଅଭିଶାପ ଦେଇଛନ୍ତି। ମଣିଷ ବ୍ୟବହାର କରୁଥିବା କିମ୍ବା ଖାଉଥିବା ଗଛଗୁଡ଼ିକର ନୀରବ କ୍ରନ୍ଦନକୁ ଋଷି ଭୃଗୁ କିଭଳି ଅନୁଭବ କରିଛନ୍ତି ସେ ସମ୍ପର୍କିତ କାହାଣୀଗୁଡ଼ିକ ମଧ୍ୟ ବେଦର ଶତପଥ ବ୍ରାହ୍ମଣରେ ବର୍ଣ୍ଣନା କରାଯାଇଛି। ଗଛଗୁଡ଼ିକରୁ ରକ୍ତ ବାହାରି ନ ପାରେ, କିନ୍ତୁ ସେମାନେ କାନ୍ଦୁଛନ୍ତି। ଆମେ ସେମାନଙ୍କ କ୍ରନ୍ଦନ ଶୁଣି ନ ପାରୁ, ହେଲେ ଯେଉଁମାନେ ଏହି ଜନ୍ମରେ ଗଛକୁ ଖାଉଛନ୍ତି , ସେମାନଙ୍କୁ ପରଜନ୍ମରେ ଗଛ ହିଁ ଖାଇବ।
ଏହା କେବଳ ଖାଦ୍ୟର କଥା ନୁହେଁ। ଜଣେ ‘ଶୁଦ୍ଧ’ ଶାକାହାରୀ ଯେତେବେଳେ ଅତ୍ୟନ୍ତ ଆକର୍ଷକ ଜୀବନଶୈଳୀ ମଧ୍ୟରେ ବୁଡ଼ି ରହେ, ସେତେବେଳେ ସେ ଉଦ୍ଭିଦ ଓ ପ୍ରାଣୀଙ୍କ ପ୍ରତି ଅତ୍ୟଧକ ହିଂସାରେ ଲିପ୍ତ ରହେ। ତୁମ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଶିଳ୍ପ ଯୋଗୁ ପ୍ରଥମେ ପ୍ରାଣୀମାନଙ୍କ ପ୍ରାକୃତିକ ବାସସ୍ଥାନ ନଷ୍ଟ ହୋଇଥାଏ। ସ୍ଥାନାନ୍ତର ହେଉଥିବା ସେହି ପ୍ରାଣୀଙ୍କୁ ରଖିବା ପାଇଁ ଏକ ଚିଡ଼ିଆଖାନା ନିର୍ମାଣ କରି ତୁମେ ଜଣେ ଦୟାଳୁ ବ୍ୟକ୍ତି ବୋଲି ଭାବିଥାଅ, କିନ୍ତୁ ଏହା ତୁମର ଭ୍ରମ।
ପ୍ରତିଯୋଗିତାରେ ବି ଶାକାହାରୀଙ୍କ ହିଂସା ପ୍ରକାଶ ପାଏ। ସମାଜରେ ବିଭିନ୍ନ ପ୍ରକାର ଶାକାହାରୀ ଅଛନ୍ତି। ଅନେକଙ୍କର ଅଣ୍ଡା ଖାଇବାରେ ସମସ୍ୟା ନଥାଏ, କାରଣ ସେମାନେ ଭାବନ୍ତି ଏଥିରେ ପକ୍ଷୀଙ୍କୁ ହତ୍ୟା କରିବାକୁ ପଡ଼େନାହିଁ। ଯେଉଁମାନେ ରୁଟ୍‌ ଭେଜିଟେବଲ (ଆଳୁ, ବିଟ୍‌, ଗାଜର, ସାରୁ, କନ୍ଦମୂଳ ଆଦି ପରିବା) ଖାଆନ୍ତି ନାହିଁ; ଯେଉଁମାନେ ଅଦା ଓ ରସୁଣ ଖାଆନ୍ତିନି, ସେମାନେ ଅନ୍ୟପଟେ କନ୍ଦ କିମ୍ବା ବାଦାମକୁ ରୁଟ୍‌ ଭେଜିଟେବଲ ବୋଲି ବିଚାର କରନ୍ତି ନାହିଁ। ଅନେକେ ଦୁଗ୍ଧଜାତୀୟ ଖାଦ୍ୟ ଖାଆନ୍ତିନି, କାରଣ ସେମାନେ ଗୋପାଳନ ଓ ସେମାନଙ୍କ ବାଧ୍ୟତାମୂଳକ ଗର୍ଭଧାରଣକୁ ହିଂସା ଭାବେ ଦେଖିଥା’ନ୍ତି। ନିଜ ମଧ୍ୟରେ ଏଭଳି ଶ୍ରେଷ୍ଠତା ପ୍ରଦର୍ଶନ କରୁଥିବା ଶାକାହାରୀବାଦଗୁଡ଼ିକ ମଧ୍ୟରେ ହିଂସା ରହିଛି।
ଭାରତରେ ପାରମ୍ପରିକ ଭାବେ ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ବ୍ରାହ୍ମଣମାନଙ୍କ ଆମିଷ ଭକ୍ଷଣ ଅଭ୍ୟାସକୁ ପରିହାସ କରୁଥିଲେ। ସେମାନଙ୍କ ଯୁକ୍ତି ହେଲା, ବ୍ରାହ୍ମଣମାନେ ଦୟାଳୁ ନୁହନ୍ତି ଏବଂ ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଦୟାଳୁ ମାର୍ଗର। ସମୟକ୍ରମେ ବ୍ରାହ୍ମଣମାନେ ଏହି କଥାର ଗୁରୁତ୍ୱ ଉପଳବ୍ଧି କରି ଶାକାହାରୀ ହୋଇଥିଲେ। ବାସ୍ତବରେ ପୂର୍ବରୁ ବୌଦ୍ଧ ଓ ଜୈନଧର୍ମ ଗ୍ରହଣ କରିଥିବା ଅନେକ ବ୍ୟକ୍ତି ବ୍ରାହ୍ମଣ ପାଲଟିଥିଲେ ଏବଂ ଶାକାହାର ପରମ୍ପରାର ଅଲୌକିକ ଶକ୍ତିଥିବା ନିଶ୍ଚିତ ହୋଇଥିଲେ। ଏଣୁ ଏବେ ବି ଯଦି ତୁମେ ଆମିଷ ଖାଇବା ଛାଡ଼ିଦେବ, ତେବେ ସାମାଜିକ କ୍ଷେତ୍ରରେ ହଠାତ୍‌ ତୁମେ ଉଚ୍ଚ ନୈତିକ ସ୍ତର ପ୍ରାପ୍ତ ହୋଇପାରିବ। ତୁମେ ନିମ୍ନଜାତିର ହୋଇଥିଲେ ମଧ୍ୟ ଶୁଦ୍ଧ, ପବିତ୍ର ହୋଇଯିବ ଏବଂ ଉଚ୍ଚଜାତିର ସମ୍ମାନ ଲାଭ କରିବ। ଏହା ହେଉଛି ଫୁଡ୍‌ ମ୍ୟାଜିକ ବା ଖାଦ୍ୟ ଯାଦୁ । ଏହା ହେଉଛି ସଂସ୍କୃତୀକରଣ। ଜାତି ଶିଡ଼ିର ଉଚ୍ଚରେ ରହିବାକୁ ହେଲେ ପ୍ରଥମେ ଖାଦ୍ୟରେ ପରିବର୍ତ୍ତନ କରିବାକୁ ହେବ।
ଖୁସି ଅନୁଭବ କରିବା ପାଇଁ ମଣିଷକୁ ଫୁଡ୍‌ ମ୍ୟାଜିକ ଦରକାର। ତୁମକୁ ଜଣେ ଭଲ ମଣିଷ କିମ୍ବା ଦୟାଳୁ ମଣିଷ ହେବା ପାଇଁ ଚେଷ୍ଟା କରିବା ଆବଶ୍ୟକ ନାହିଁ; କେବଳ ତମେ ଯଦି ଠିକ୍‌ ଖାଦ୍ୟ ଖାଇବ; ତେବେ ତୁମ ଚାରିପାଖରେ ସବୁକିଛି ପରିବର୍ତ୍ତନ ହୋଇଯିବ। ବୈଜ୍ଞାନିକ ଧାରାରେ ବିଗତ ୭୦ ବର୍ଷ ମଧ୍ୟରେ ଆମର ସବୁ ଶିକ୍ଷାରେ ଆମ ଚାରିପାଖରେ ଶାକାହାର ଆତଙ୍କବାଦର ପ୍ରସାର କରାଯାଇଥିବା ଆମେ ଦେଖିବାକୁ ପାଉ। ସମସ୍ତେ ଜାଣନ୍ତି, ପରିବେଶ ସୁରକ୍ଷା କ୍ଷେତ୍ରରେ ଏହା କୌଣସି କାମରେ ଆସୁନାହିଁ। ଏସବୁ କେବଳ ଜାତି ସହ ସମ୍ପର୍କିତ, ଯାହା ଜାତି ପ୍ରଭୁତ୍ୱ ଏବଂ ବେପାରୀ ଗୋଷ୍ଠୀ ତଥା ସେମାନଙ୍କ ଧର୍ମଯାଜକଙ୍କ ପ୍ରାଧାନ୍ୟ ପ୍ରତିଷ୍ଠା କରୁଛି। ଏହିମାନେ ହିଁ ଶାକାହାର ଖାଦ୍ୟ ଖାଇ ଅହିଂସାର ଛଳନା କରି ସମସ୍ତ ସମ୍ବଳକୁ ନିୟନ୍ତ୍ରଣ କରିବା ସହ ପ୍ରକୃତିକୁ ବ୍ୟାପକ ଭାବେ କ୍ଷୟ କରିଚାଲିଛନ୍ତି। ଆମେ ଭୁଲିଯାଉଛୁ ଯେ, ଅହିଂସା ଆଚରଣ କରିବା ମାନେ ନୁହେଁ ଯେ ଆମେ ଜଣେ ଲୋକ ନୁହେଁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri