Categories: ଜାତୀୟ

୧୧ରେ ମାଉଣ୍ଟଆବୁ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨ା୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୧ରେ ରାଜସ୍ଥାନର ମାଉଣ୍ଟ ଆବୁ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଅବସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ ଆନ୍ତର୍ଜାତିକ ସମାବେଶରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଜି.କିଷନ ରେଡ୍ଡୀ ମଧ୍ୟ ଯିବେ ବୋଲି ଜଣାପଡ଼ିଛି।

Share