ବିଶ୍ୱବୈଷ୍ଣବ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି

ପୁରୀ ଅଫିସ,୨୦।୨: ଦୁଇଦିନିଆ ପୁରୀ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶନିବାର ରାଷ୍ଟ୍ରପତି ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚତ୍ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଜଭବନରେ ରାତ୍ରିଯାପନ କରିଥିଲେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ୨୦ତାରିଖରେ ଗୌଡ଼ୀୟ ମଠର ବିଶ୍ୱବୈଷ୍ଣବ ସମ୍ମିଳନୀ ଏବଂ ମିଶନର ସଂସ୍ଥାପକ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ବର୍ଷପୂର୍ତ୍ତି ଆବିର୍ଭାବ ଦିବସ ଉପଲକ୍ଷେ ଶରଧାବାଲିରେ ହେଉଥିବା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର କାର୍ଯ୍ୟକ୍ରମକୁ ନେଇ ଶନିବାର ସୁରକ୍ଷା ବ୍ୟବସ୍ଥାର ଚୂଡ଼ାନ୍ତ ସମୀକ୍ଷା କରାଯାଇଥିଲା। ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା, ପୁରୀ ଏସ୍‌ପି କେ.ବିଶାଲ୍‌ ସିଂ, ଅତିରିକ୍ତ ଏସ୍‌ପି ମିହିର କୁମାର ପଣ୍ଡାଙ୍କ ସମେତ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସହରରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୨୦୦ରୁ ଅଧିକ ଅଫିସର ମୁତୟନ ରହିବେ। ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ସପରିବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ସେହିପରି ୨୦ତାରିଖରେ ଗୌଡ଼ୀୟ ମିଶନ ପକ୍ଷରୁ ଆୟୋଜନ କରାଯାଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ୨୦ ତାରିଖ ସକାଳ ୧୦.୩୦ରେ ରାଜଭବନରୁ ବଡ଼ଦାଣ୍ଡସ୍ଥିତ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ଅଭିମୁଖେ କାରକେଡ୍‌ ଯୋଗେ ବ୍ଲୁ ବୁକ୍‌ ସିକ୍ୟୁରିଟି ଅନୁଯାୟୀ ଯିବେ। ୧୦.୩୫ରେ ମଠରେ ପହଞ୍ଚତ୍ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମିଶନର ସଂସ୍ଥାପକ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେବେ। ପରେ ୧୦.୫୦ରେ ବାହାରି ଶରଧାବାଲି ଯିବେ। ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶରଧାବାଲିରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପ୍ରତିଷ୍ଠାତା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜ ଅଭିଭାଷଣ ପ୍ରଦାନ କରିବେ। ଏହାପରେ ରାଷ୍ଟ୍ରପତି ଶରଧାବାଲିରୁ ବାହାରି ତାଳବଣିଆସ୍ଥିତ ହେଲିପ୍ୟାଡ୍‌ ଯାଇ ପୁନର୍ବାର ୧୨.୧୫ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ବ୍ଲୁବୁକ ସିକ୍ୟୁରିଟି ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତର ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମସ୍ଥଳକୁ ବୋମା ଅନୁସନ୍ଧାନ ଯନ୍ତ୍ର ସାହାଯ୍ୟରେ ଯାଞ୍ଚ କରାଯାଇଥିଲା। ଅପରପକ୍ଷେ ଗୌଡ଼ୀୟ ମଠ ଅନୁଷ୍ଠିତ ମହୋତ୍ସବର ସମାରୋହ ପାଇଁ ମଠ ପକ୍ଷରୁ ପ୍ରସ୍ତୁତି ସରିଛି । ରଙ୍ଗବେରଙ୍ଗ ଫୁଲ ସହ ବଡବଡ ହୋର୍ଡିଂରେ ମଠ ସୁସଜ୍ଜିତ ହୋଇଥିବା ବେଳେ ପୁରୀ ସହରକୁ ମଧ୍ୟ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ସେହିପରି ଗୌଡ଼ୀୟ ମିଶନ ଏବଂ ଶ୍ରୀକ୍ଷେତ୍ର ସାରସ୍ବତ ବୈଷ୍ଣବ ସଂଘ ପକ୍ଷରୁ ୩ଦିନିଆ ବିଶ୍ୱ ବୈଷ୍ଣବ ସମ୍ମିଳନୀ ଶନିବାର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମଠ ପକ୍ଷରେୁ ଶନିବାର ଏକ ଶୋଭାଯାତ୍ରା ସହ କୀର୍ତ୍ତନ କରାଯାଇଥିଲା। କୀର୍ତ୍ତନ ଶୋଭାଯାତ୍ରା ତୋଟା ଗୋପୀନାଥ ମଠ ନିକଟରୁ ବାହାରି ନଗର ପରିକ୍ରମା କରି ଶ୍ରୀଚୈତନ୍ୟ ମଠରେ ପହଞ୍ଚତ୍ଥିଲା। ସେହିପରି ଶରଧାବାଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri