Posted inଖେଳ

ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୧୦ା୧: ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଆୟୋଜିତ ଏକ ଆଡମ୍ବରପୂର୍ଣ୍ଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତବର୍ଷ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତର ଆଥ୍‌ଲେଟମାନଙ୍କୁ ସମ୍ମାନିତ କରିଛନ୍ତି। ଏଥିରେ ଘନଘନ କରତାଳି ମଧ୍ୟରେ କ୍ରିକେଟର ମହମ୍ମଦ ଶାମି ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଶେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କୀରେଡ୍ଡୀ ମର୍ଯ୍ୟାଦାପୂର୍ଣ୍ଣ ମେଜର ଧ୍ୟାନଚାନ୍ଦ ଖେଳରନତ୍ ପୁରସ୍କାର ପାଇଛନ୍ତି। ଏହି ଯୋଡ଼ି ପ୍ରଥମ ଥର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତିଛନ୍ତି। ବ୍ୟାଡ୍‌ମିଣ୍ଟନରେ ଭାରତ ପାଇଁ ଏହା ପ୍ରଥମ। ସେମାନେ ଆହୁରି ମଧ୍ୟ ଏସିଆନ ଚାମ୍ପିୟନଶିପ୍‌ ଟାଇଟଲ ଏବଂ ଇଣ୍ଡୋନେସିଆ ଓପନ ସୁପର ୧୦୦୦ ଟାଇଟଲ ହାସଲ କରିଛନ୍ତି। ଏହି ଯୋଡ଼ି ବର୍ତ୍ତମାନ ମାଲେସିଆ ଓପନ ସୁପର ୧୦୦୦ ଖେଳୁଥିବାରୁ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ଏହି ଅବସରରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି)କୁ ସମ୍ମାନଜନକ ଖେଳ ପ୍ରୋତ୍ସାହନ ପୁରସ୍କାର ମିଳିଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ଓଡ଼ିଶାରେ କ୍ରୀଡ଼ାର ପ୍ରସାର କ୍ଷେତ୍ରରେ ଓଏମ୍‌ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ବଲଓ୍ବନ୍ତ ସିଂ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।
ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ସାଧାରଣତଃ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅଗଷ୍ଟ ୨୯ରେ ଆୟୋଜିତ ହୋଇଥାଏ। ମାତ୍ର ଗତବର୍ଷ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ହାଙ୍ଗ୍‌ ଝୋ ଏସିଆନ ଗେମ୍ସ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଉତ୍ସବମୁଖର ରାଷ୍ଟ୍ରପତି ଭବନରେ ୨୬ଜଣ ଆଥ୍‌ଲେଟ ଓ ପାରା ଆଥ୍‌ଲେଟଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗତବର୍ଷ ବିଶ୍ୱର ନମ୍ବର-୧ ରହିଥିବା ଚିରାଗ ଓ ସାତ୍ତ୍ୱିକ ପ୍ୟାରିସରେ ଏକ ଅଲିମ୍ପିକ ପଦକ ଜିତିବା ଲକ୍ଷ୍ୟରେ ଅଛନ୍ତି। ଚଳିତବର୍ଷ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବର ୨ରେ ରହିଥିବାରୁ ସେମାନେ ଆପେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଛନ୍ତି। ନିକଟରେ ପାଦ ଇଞ୍ଜୁରିରୁ ମୁକ୍ତି ପାଇଥିବା ଶାମି ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ଥିଲେ। ଗତବର୍ଷ ୭ ବିଶ୍ୱକପ୍‌ ଗେମ୍‌ରେ ସେ ୨୪ ଉଇକେଟ ଅକ୍ତିଆର କରିଥିଲେ। ପରବର୍ତ୍ତୀ ଦୁଇ ଟୁର୍ନାମେଣ୍ଟ ଏବଂ ସିରିଜ ପାଇଁ ସେ ନିଜକୁ ଯଥାସମ୍ଭବ ଫିଟ୍‌ ରଖିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ସ୍ବଳ୍ପ ବୟସ୍କ ଚେସ୍‌ ପ୍ରତିଭା ଆର. ପ୍ରଜ୍ଞାନନ୍ଦଙ୍କ ଭଉଣୀ ତଥା ନିକଟରେ ଚେସ୍‌ ଗ୍ରାଣ୍ଡମାଷ୍ଟର ହୋଇଥିବା ଆର୍‌. ବୈଶାଳୀ ପୁରସ୍କାର ଗ୍ରହଣ କରିବାବେଳେ କରତାଳି ଦେଖିବାକୁ ମିଳିଥିଲା। କୋନେରୁ ହମ୍ପି ଓ ଦ୍ରୋଣାଭାଲି ହାରିକାଙ୍କ ପରେ ବୈଶାଳୀ ହେଉଛନ୍ତି ଭାରତର ତୃତୀୟ ମହିଳା ଗ୍ରାଣ୍ଡମାଷ୍ଟର ଭାବେ ପୁରସ୍କାର ପାଇଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ଅନୁପସ୍ଥିତ ଥିବା ଅନ୍ୟ ଆଥ୍‌ଲେଟମାନଙ୍କ ମଧ୍ୟରେ ରହିଛନ୍ତି ପିସ୍ତଲ ଶୁଟିଂ ସେନ୍‌ସେସନ ୧୯ ବର୍ଷୀୟା ଇଶା ସିଂ। ବର୍ତ୍ତମାନ ସେ ଜାକର୍ତ୍ତାରେ ଏସିଆନ ଅଲିମ୍ପିକ କ୍ୱାଲିଫାୟର୍ସରେ ଭାଗ ନେଉଛନ୍ତି। ସୋମବାର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ଜିତି ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅଛନ୍ତି କୁସ୍ତିଯୋଦ୍ଧା ଅନ୍ତିମ ପଙ୍ଘାଲ। ସେ ହେଉଛନ୍ତି ପୂର୍ବତନ ବିଶ୍ୱ ଜୁନିୟର ଚାମ୍ପିୟନ ଏବଂ ଗତବର୍ଷ ସିନିୟର ଇଭେଣ୍ଟର ବ୍ରୋଞ୍ଜ ବିଜେତା। ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତାଙ୍କ ମଧ୍ୟରେ ରହିଛନ୍ତି ପ୍ରଜ୍ଞାନନ୍ଦଙ୍କ କୋଚ୍‌ ଆର୍‌.ବି. ରମେଶ। ଖେଳରନତ୍ଙ୍କ ଲାଗି ପୁରସ୍କାର ରାଶି ୨୫ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତାଙ୍କ ଲାଗି ୧୫ ଲକ୍ଷ ଟଙ୍କା ଲେଖାଏ ପ୍ରଦାନର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri