Categories: ଜାତୀୟ

ସୁରିନାମର ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେ

ନୂଆଦିଲ୍ଲୀ,୧୦।୧: ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ ପରେ ସରକାର ସାଣ୍ଟୋଖିଙ୍କୁ ଅତିଥି ଭାବେ ଯୋଗଦେବା ନେଇ ଆମନ୍ତ୍ରଣ କରିଥିଲେ। ଆମନ୍ତ୍ରଣ ରକ୍ଷା କରି ସେ ସମାରୋହରେ ଯୋଗଦେବାକୁ ରାଜି ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସରେ ସେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ଗତ ବର୍ଷ ଜୁଲାଇ ମାସରେ ସାଣ୍ଟୋଖି ସୁରିନାମର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ।

Share