Categories: ଜାତୀୟ

ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ଆଣ୍ଠୁଏ ବରଫରେ ଚାଲିଲେ ୫ କିଲୋମିଟର

ଉରି,୬ ।୧: ଉତ୍ତର କଶ୍ମୀରର ବାରମୂଳା ଜିଲାରେ ବୋନିୟାର ଉଡି ଅଞ୍ଚଳରେ ତୁଷାରପାତରେ ଫସି ରହିଥିବା ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ କଡା କସରତ କରିବାକୁ ପଡିଛି । ସ୍ଥାନୀୟ ଲୋକେ ଆଣ୍ଠୁଏ ବରଫରେ ପ୍ରାୟ ୫ କିଲୋମିଟର ଚାଲି ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇଛନ୍ତି । ଖରାପ ପାଗ ଓ ତୁଷାରପାତ ଯୋଗୁ ସଡ଼କ ମାର୍ଗରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ତେଣୁ ଏହି ସମୟରେ ଗାଡି ମଟର ଚାଲୁ ନ ଥିବାରୁ ସ୍ଥାନୀୟ ଲୋକେ କାନ୍ଧରେ ନେଇ ଗର୍ଭବତୀଙ୍କୁ ଲିଙ୍କରୋଡ ବା ଯେଉଁଠାରୁ ଗାଡି ହସ୍ପିଟାଲ ପର୍ଯ୍ୟନ୍ତ ଯାଉଛି ସେଠାରେ ପହଞ୍ଚାଇଥିଲେ । ଏହାପରେ ସୁରକ୍ଷିତ ଭାବେ ମହିଳାଙ୍କୁ ହସ୍ପିଟାଲରେ ପହଞ୍ଚାଯାଇଥିଲା । ତେବେ ପ୍ରଶାସନର ନିର୍ଦ୍ଦେଶ ସମସ୍ତ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉ ।

Share