ବିପଦକୁ ଡାକୁଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଯାଜପୁରରୋଡ୍‌,୫ା୧୦(ପବିତ୍ର ରଞ୍ଜନ ମହାନ୍ତି):ବିଦ୍ୟୁତ୍‌ ବିଭାଗର ଖାମଖିଆଲି ନୀତି ବହୁ ସମୟରେ ସାଧାରଣ ଲୋକ ଓ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଦ୍ୟୁତ୍‌ ଆଘାତରେ ପ୍ରତ୍ୟେକ ଦିନ ବହୁ ଅଘଟଣ ଘଟିବାସହ ଧନଜୀବନ ହାନି ହେଉଛି। ରାଜ୍ୟ ସରାକର ବିଦ୍ୟୁତ୍‌ ସେବାକୁ ଟାଟା ପାୱାର ହାତରେ ଟେକି ଦେବା ପରେ କମ୍ପାନୀ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁରରୋଡ୍‌ ବିଦ୍ୟୁତ୍‌ ବିଭାଗ ଅଧୀନ ନହକା ଚାନ୍ଦମା ରାସ୍ତାର ଶିବ ମନ୍ଦିର ନିକଟରେ। ଏହି ରାସ୍ତାଟି କୋରେଇ ନିର୍ବାଚନମଣ୍ଡଳୀରୁ ବ୍ୟାସନଗର ସହରକୁ ସଂଯୋଗ କରୁଥିବା ଏକ ପ୍ରମୁଖ ରାସ୍ତା। ତତ୍‌ସହିତ ପୌର ପରିଷଦର ୩ଟି ୱାର୍ଡର ବାସିନ୍ଦା ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ଫଳରେ ଉକ୍ତ ରାସ୍ତାଟି ସବୁସମୟରେ ବ୍ୟସ୍ତ ରହିଥାଏ। ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ରାସ୍ତା ଉପରକୁ ମାଡ଼ିଆସିଛି। ଉକ୍ତ ଟ୍ରାନ୍ସଫର୍ମରକୁ ଲାଗି ରହିଥିବା ଘରେ ଲୋକେ ବସବାସ କରୁଛନ୍ତି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ ମାଡ଼ିଥିବା ଗୁଳ୍ମଲତା ଘରକୁ ମଧ୍ୟ ମାଡ଼ିରହିଛି। ଏହା ବିପଦକୁ ଡାକୁଛି ବୋଲି ଅଭିଯୋଗ ହୋଇଛି। ଟ୍ରାନ୍ସଫର୍ମର ବାଡ଼ ଗୁଳ୍ମଲତାରେ ପରିପୂର୍ଣ୍ଣଥିବାରୁ ଦୁଇଟି ରାସ୍ତାକୁ ସଂଯୋଗ କରୁଥିବା ଉକ୍ତ ଛକରେ ଦିଗ ନିୟନ୍ତ୍ରଣ କରି ନ ପାରି ଗାଡ଼ି ଚାଳକ ଓ ପଥଚାରୀ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଟାଟା ପାୱାର କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଟାଟା ପାୱାରର ଯାଜପୁରରୋଡ୍‌ ଉପଖଣ୍ଡ ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ବରାଳଙ୍କୁ ପଚାରିବାରେ ସେ କହିଛନ୍ତି, ଏ ଦିଗରେ ଦୃଷ୍ଟିଦେବାକୁ ସେ ଉଚ୍ଚ ଅଧିକାରୀଙ୍କୁ ଜଣାଇଛନ୍ତି। ଏବେ ଦେଖିବାକୁ ଅପେକ୍ଷା ଉଚ୍ଚ କର୍ତ୍ତୃପକ୍ଷ କେବେ ଏହାର ସମାଧାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

T20 World Cup : ପ୍ରଥମ ମ୍ୟାଚ୍‌ରେ ଜବରଦସ୍ତ ଟକ୍କର: ବାଜି ମାରିଲା ଟିମ୍‌ ଇଣ୍ଡିଆ, ୨୯ ରନ୍‌ରେ ହାରିଲା ଆମେରିକା

ମୁମ୍ବାଇ,୭।୨: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ମ୍ୟାଚ୍‌ରେ ଆମେରିକାକୁ ଭେଟିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ: ଦାବି ପୂରଣ ନ ହେଲେ…

ଛତ୍ରପୁର,୭ା୨ (ଦିଲ୍ଲୀପ ସାମଲ )- ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ନେଇ ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।…

ଫେବୃଆରୀ ୧୨ରେ ଭାରତ ବନ୍ଦ: ସମର୍ଥନ ଜଣାଇ ପ୍ରସ୍ତୁତି ବୈଠକରେ…

ଦିଗପହଣ୍ଡି, ୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଶନିବାର ସାରେ ଆସନ୍ତା ଫେବୃୟାରୀ ୧୨ ତାରିଖରେ ବିଭିନ୍ନ ଜନ ସମସ୍ୟାର ସମାଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri